Posted inଖେଳ

କୋଭିଡ୍‌ ୧୯ : ଗୋଟିଏ ମାସ ପରେ ନିଷ୍ପତ୍ତି ନେବୁ: ଆଇଓଏ

ନୂଆଦିଲ୍ଲୀ, ୨୪।୩(ପି.ଟି.)- କୋଭିଡ-୧୯ ସଂକ୍ରମଣ କାରଣରୁ ଜାପାନର ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ଅଂଶଗ୍ରହଣ ନେଇ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଚିନ୍ତା ପ୍ରକଟ କରିଛି। ବିଶ୍ୱର ପ୍ରଥମ ଦେଶ ଭାବେ କାନାଡା ଓ ପରେ ଅଷ୍ଟ୍ରେଲିଆ ଏହି ଇଭେଣ୍ଟରୁ ଓହରିଯିବା ପରେ ଆଇଓସି ଏ ନେଇ ମତ ରଖିଛି। ଅତିକମ୍‌ରେ ଗୋଟିଏ ମାସ ଅପେକ୍ଷା କରି ପରିସ୍ଥିତି ଅନୁଧ୍ୟାନ କରିବା ପରେ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ ନେଇ ଆଇଓସି ନିଷ୍ପତ୍ତି ନେବ ବୋଲି କହିଛି।
କାନାଡ଼ା ଓହରିଯିବା ପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଉପରେ ଚାପ ବଢିଛି। ବିଶ୍ୱର କେତେକ ଶ୍ରେଷ୍ଠ ଆଥ୍‌ଲେଟ ଓ କ୍ଷମତାଶାଳୀ କ୍ରୀଡ଼ା ସଂଗଠନ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ପାଇଁ ଚାପ ପ୍ରୟୋଗ କରି ଆସୁଛନ୍ତି। ଅଲିମ୍ପିକ୍ସ ଆଗାମୀ ଜୁଲାଇ ଓ ଅଗଷ୍ଟ ମାସରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଭାରତ ଏ ସଂକ୍ରାନ୍ତରେ ତରବର ଭାବେ କିଛି ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ଅନ୍ତିମ ନିଷ୍ପତ୍ତି ନେବା ପୂର୍ବରୁ ଭାରତ ଗୋଟିଏ ମାସ ଅପେକ୍ଷା କରି ପରିସ୍ଥିତି ଅନୁଧ୍ୟାନ କରିବ। ଉଲ୍ଲେଖଥାଉ କି, କୋଭିଡ୍‌-୧୯ ପାଇଁ ବିଶ୍ୱରେ ଏପର୍ଯ୍ୟନ୍ତ ୧୪,୦୦୦ ଲୋକ ପ୍ରାଣ ହରାଇଲେଣି ଓ ୩ ଲକ୍ଷ ଲୋକ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି।
ଆମ ଆଥଲେଟ ଓ ଅଫିସିଆଲଙ୍କ ସ୍ବାସ୍ଥ୍ୟ ଓ ହିତକୁ ଅଗ୍ରାଧିକାର ଦେଉଛୁ ବୋଲି ଆଇଓଏ ଅଧ୍ୟକ୍ଷ ନରିନ୍ଦର ବାତ୍ରା କହିଛନ୍ତି। ଆଥଲେଟଙ୍କ ହିତକୁ ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟି ରଖି ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେଣୁ ଆମେ ଅତିକମ୍‌ରେ ଗୋଟିଏ ମାସ ଅପେକ୍ଷା କରିବୁ ବୋଲି ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କହିଛନ୍ତି। ଆଇଓସି ଓ କ୍ରୀଡ଼ା ମନ୍ତ୍ରଣାଳୟ ସହ ଆଲୋଚନା ଓ ପରାମର୍ଶ କରି ଆମେ ଅନ୍ତିମ ନିଷ୍ପତ୍ତି ନେବୁ। ଅନ୍ୟ ଦେଶଗୁଡିକ ତୁଳନାରେ ଆମ ଦେଶର ପରିସ୍ଥିତି ଅବଶ୍ୟ ସେତେଟା ଖରାପ ନୁହଁ ବୋଲି ସେ କହିଛନ୍ତି।
ତେଣେ ଆଗାମୀ ୪ ସପ୍ତାହ ମଧ୍ୟରେ ଅଲିମ୍ପିକକୁ ସ୍ଥଗିତ କରିବା ଓ ଅନ୍ୟାନ୍ୟ ବିକଳ୍ପ ନେଇ ଆଇଓସି ଏବେ ଚିନ୍ତା କରୁଛି ବୋଲି କହିଛି। ଫଳରେ ଅଲିମ୍ପିକ୍ସ ନେଇ ଅନିଶ୍ଚିତତା ବଢିଛି। କୋଭିଡ-୧୯ କାରଣରୁ ଭାରତ ସମେତ ସବୁଦେଶର ଆଥ୍‌ଲେଟ୍‌ ପ୍ରସ୍ତୁତି ଓ ଟ୍ରେନିଂ ଜାରି ରଖିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସାରା ବିଶ୍ୱରେ ଏବେ ଟ୍ରାଭେଲ ରେଷ୍ଟ୍ରିକ୍ସନ ବା ଯାତ୍ରାଜନିତ କଟକଣା ଜାରି କରାଯାଇଥିବାରୁ କେତେକ ଆଥଲେଟ ବିଦେଶରେ ଟ୍ରେନିଂ ଯୋଜନାକୁ ବାତିଲ କରିଛନ୍ତି। ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ଏ ନେଇ କିଛି ଆଲୋଚନା କରିନାହିଁ। ଗତ ସପ୍ତାହରେ ଆଇଓସି ଅଲିମ୍ପିକ୍ସ ଆୟୋଜନ ନେଇ ସକାରାତ୍କମ ମନୋଭାବ ପୋଷଣ କରିଥିଲା ଓ ଆଇଓଏ ଏହାକୁ ସମର୍ଥନ କରିଥିଲା। ଉଲ୍ଲେଖଥାଉ କି, କୋଭିଡ-୧୯ ମାମଲା ଏପର୍ଯ୍ୟନ୍ତ ଭାରତରେ ୪୦୦ ପାର କରିସାରିଲାଣି। ଏଥିରେ ୭ଜଣ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି।


All Right Reserved By Dharitri.Com

Posted inଖେଳ View All

୩୮ ବର୍ଷରେ ଯୁବରାଜ: ୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ ଦେଇଥିଲେ କନ୍ଦାଇ

ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ଗୁରୁବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ଯୁବରାଜଙ୍କୁ...

ଲକ୍ଷ୍ୟ ସେନ୍‌ଙ୍କୁ ଟାଇଟଲ

ସାର୍‌ବ୍ରକେନ (ଜର୍ମାନୀ), ୪ା୧୧(ପି.ଟି.)-ଭାରତର ଲକ୍ଷ୍ୟ ସେନ୍‌ କ୍ରମାଗତ ଦ୍ୱିତୀୟ ଥର ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୧୦୦ ଟାଇଟଲ ଜିତିଛନ୍ତି। ରବିବାର ଏଠାରେ ଅନୁଷ୍ଠିତ ସାର୍‌ଲର୍‌ଲକ୍ସ...

ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୫।୮ (ସ୍ପୋଟର୍‌ସ ବ୍ୟୁରୋ)- ସୁଇଜରଲାଣ୍ଡସ୍ଥିତ ବାସେଲଠାରେ ଅନୁଷ୍ଠିତ ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ୍‌ଙ୍କ ବିଜୟ ଅଭିଯାନ ଜାରି ରହିଛି। ବ୍ୟାଡ୍‌ମିଣ୍ଟନର ଏହି...

ଜୋତା ପଲିସ୍‌ କରୁଛନ୍ତି ଧୋନୀ

ଶ୍ରୀନଗର, ୧।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି। ଧୋନୀ ୧୦୬ ଟେରିଟୋରିୟଲ...

ପେଣ୍ଟ ବଲ ଖେଳିଲା ଭାରତୀୟ ଦଳ

ନୂଆଦିଲ୍ଲୀ,୧।୬-ଆସନ୍ତ ୫ ତାରିଖରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରିବା ପରିବର୍ତ୍ତେ...

ଜୁନ୍‌ରେ ଟେନିସ୍‌କୁ ଫେରିବେ ମୁରେ

  ଲଣ୍ଡନ, ୩୦ା୫ (ଏଏଫ୍‌ପି)-ଇଞ୍ଜୁରି ସମସ୍ୟାରୁ ମୁକ୍ତି ପାଇଛନ୍ତି ବ୍ରିଟିଶ ଟେନିସ୍‌ ଖେଳାଳି ଆଣ୍ଡି ମୁରେ। ୟୁନାଇଟେଡ୍‌ କିଙ୍ଗଡମ୍‌ ନ୍ୟାଶନାଲ ହେଲ୍‌ଥ ସର୍ଭିସ ଚ୍ୟାରିଟି ପାଇଁ...

ଅପିଲ୍‌ କରି ତଳେ ପଡିଗଲେ ବୋଲର, ଆଉଟ ଦେବା ପରିବର୍ତ୍ତେ ହସିଲେ ଅମ୍ପାୟାର

ଲଣ୍ଡନ, ୨୨।୮: ସସେକ୍ସ ଏବଂ ମିଡିଲସେକ୍ସ ମଧ୍ୟରେ ଖେଳାଯାଉଥିବା ଏକ କାଉଣ୍ଟିଂ ମ୍ୟାଚରେ ଏକ ଭିନ୍ନ ନଜାରା ଦେଖିବାକୁ ମିଳିଛି। ମିଡିଲସେକ୍ସର ବ୍ୟାଟ୍ସମ୍ୟାନ୍‌ ଜେମ୍ସ ହ୍ୟାରିସ୍‌...

ଆଇଓସି ମୁଖ୍ୟଙ୍କୁ ବ୍ରିଟିସ ଅଲିମ୍ପିଆନ୍‌ଙ୍କ ସମାଲୋଚନା

ଲଣ୍ଡନ,୨୪।୩(ଏଏଫ୍‌ପି)- କୋଭିଡ-୧୯ ସଂକ୍ରମଣ ଓ ଅଲିମ୍ପିକ୍ସ ଆୟୋଜନ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓସି) ଅଧ୍ୟକ୍ଷ ଥୋମାସ ବାକ ଏବେ ସବୁ ମହଲରୁ ସମାଲୋଚନାର ସମ୍ମୁଖୀନ...

Leave a comment

Your email address will not be published. Required fields are marked *