ଗାଇଡଲାଇନ ଉଲ୍ଲଂଘନକାରୀଙ୍କୁ ଚେତାବନୀ

ହିଞ୍ଜିଳିକାଟୁ, ୨୩ା୩ (ଡ଼ି.ଏନ.ଏ) : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଭିନ୍ନ ଗାଇଡ଼ଲାଇନ ଜାରି କରାଯାଇଛି। ହିଞ୍ଜିଳିକାଟୁ ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅତି ଆବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ଆସିବାକୁ କୁହାଯାଇଛି। ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ସୋମବାର ବିଜୁ ପଟ୍ଟନାୟକ ଛକରେ ବିଭିନ୍ନ ଯାନବାହାନ ଯାଞ୍ଚ କରାଯାଇଥିଲା। ବିନା କାରଣରେ ଚଳପ୍ରଚଳ କରୁଥିବା ଗାଡ଼ି ଚାଳକଙ୍କୁ ତାଗିଦ କରାଯାଇଥିଲା। ଅନ୍ୟପକ୍ଷରେ ସୋମବାର ବାହାର ରାଜ୍ୟରୁ ବ୍ଲକ ଓ ସହରାଞ୍ଚଳକୁ ଫେରିଥିବା ଲୋକଙ୍କ ନାମ ଜିଲା ପ୍ରଶାସନ ପକ୍ଷରୁ ପଞ୍ଜୀକରଣ କରାଯାଇ ଘରକୁ ପଠାଯାଇଛି। ତହସିଲଦାର ଗୋପୀନାଥ କୁଅଁର, ପାୈର କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ମନୋରଞ୍ଜନ ସାହୁ, ଥାନା ଆଇଆଇସି ଅଭିମନ୍ୟୁ ଦାଶ ପ୍ରମୁଖ ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ଅନୁରୋଧ କରିଛନ୍ତି।


All Right Reserved By Dharitri.Com

ମୁମ୍ବାଇରୁ ଗଜପତିକୁ ୩ ଟ୍ରକ୍‌ରେ ଫେରୁଛନ୍ତି ପ୍ରବାସୀ

ପାରଳାଖେମୁଣ୍ଡି, ୧୪ା୫ (ସ୍ବ.ପ୍ର.)- ମହାରାଷ୍ଟ୍ରର ନଭି ମୁମ୍ବାଇରୁ ଗଜପତି ଜିଲାକୁ ଟ୍ରକ୍‌ ଯୋଗେ ୧୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରୁଥିବା ଜଣାପଡିଛି ା ଏମାନଙ୍କ...

ବାଦାମବାଡ଼ି ଥାନା ଅଧିକାରୀଙ୍କ ଅନୁଭୂତି: ଆଖି ସାମ୍ନାରେ ମାଓବାଦୀଙ୍କ ଗୁଳିରେ ଟଳିଥିଲେ ସାଥୀ

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଦାୟିତ୍ୱ ସମ୍ପାଦନରେ ଅନେକ ପୋଲିସ କର୍ମଚାରୀ ନିଜ ଜୀବନ ଉତ୍ସର୍ଗ କରିଥିବା ନଜିର ରହିଛି। ଅନେକେ...

ଯୁବ ପ୍ରତିଭା ରୁଦ୍ରମାଧବ: ସଙ୍ଗୀତରେ ନିଜେ ହଜି ଅନ୍ୟକୁ ହଜାନ୍ତି

ଭକ୍ତି ସଙ୍ଗୀତ ହେଉ କି ଆଧୁନିକ ଗୀତ ଏହାର ଦରଦୀ ସ୍ବର ଭିତରେ ରୂପ ନେଇଥାଏ ଜୀବନ-ସଙ୍ଗୀତ। ଆନନ୍ଦ ହିଁ ସଙ୍ଗୀତର ଉତ୍ସ, ଯାହା ମଣିଷ...

କେନ୍ଦୁଝରରେ ଭାରତ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

କେନ୍ଦୁଝର,୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରତିବାଦରେ ବିଭିନ୍ନ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ...

ଯୋଗାଣ ସହାୟିକାଙ୍କୁ ଆକ୍ରମଣ

ପାଟପୁର,୨୭ା୪- ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ସୋମବାର କାର୍ଯ୍ୟ କ୍ଷେତ୍ରରେ ଆକ୍ରମଣ ହୋଇଥିବା ପାଟପୁର ଥାନାରେ ଏତଲା ହୋଇଛି। ନଂ.୯୩/୨୦ରେ ମାମଲା ରୁଜୁକରି ପୋଲିସ ତଦନ୍ତ...

ରାସ୍ତା ପାର୍ଶ୍ୱକୁ ଓଲଟିଲା ହାଇଓ୍ବା: ଡ୍ରାଇଭର ଫେରାର

ବନ୍ତ,୧୪।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ-ଆଗରପଡ଼ା ରାସ୍ତାର ବଧିଗଡ଼ିଆ ତାରିଣୀ ଛକଠାରେ ସୋମବାର ଏକ ମେଟାଲ ବୋଝେଇ ହାଇଓ୍ବା ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି...

ପୋଲରେ ଧକ୍କାଦେଇ ୨୦ ଫୁଟ ତଳକୁ ଖସିଲା ଡମ୍ପର: ଚାଳକ ମୃତ

ବଡବିଲ,୨୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ୧୦ ନଂ. ରାଜ୍ୟ ରାଜପଥର ଡାକ ବଙ୍ଗଳା ଛକ ଗୁଣ୍ଡିଚା ମନ୍ଦିର ନିକଟ ପୋଲ ଉପରେ ରବିବାର ସକାଳେ ଦୁର୍ଘଟଣା...

୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବାଲିଆପାଳ/ବସ୍ତା,୧୯।୮(ସ୍ବ.ପ୍ର.)-ଶିଶୁକନ୍ୟାମାନଙ୍କ ପ୍ରତି ଅସଦାଚରଣ, ବଳାତ୍କାର ରୋକିବା ଲାଗି କଠୋର ଦଣ୍ଡ ପ୍ରଣୟନ କରାଯାଇଛି। ଏସବୁ ସତ୍ତ୍ୱେ ସେମାନଙ୍କ ପ୍ରତି ଅତ୍ୟାଚାର କମିବାର ନଁା ନେଉନି। ଏଭଳି...

Leave a comment

Your email address will not be published. Required fields are marked *