ପ୍ରଶାସନର ପରାମର୍ଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୨୩।୩(ଡି.ଏନ.ଏ): କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେଇଛି । ଜିଲାରେ ୧୪୪ ଧାରା ବଳବତ୍ତର ରହିଛି। ଔଷଧ ଓ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲା ରଖିବାକୁ କୁହାଯାଇଥିବା ବେଳେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୋମବାର ଦାରିଙ୍ଗବାଡ଼ି ବ୍ଲକ ସଭାଗୃହରେ କରୋନା ମୁକାବିଲା ନେଇ ଏକ ବୈଠକ ପ୍ରୋବେଶନ ଆଇଏଏସ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ା ଏଥିରେ ନୂତନ ଭାବେ ଯୋଗ ଦେଇଥିବା ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ନିତିଶ ତ୍ରିପାଠୀ, ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝି, ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ସିମନବାଡ଼ି ବନାଞ୍ଚଳ ଅଧିକାରୀ ସତିଶ କୁମାର ଧାରୁଆ ପ୍ରମୁଖ ଯୋଗ ଦେଇଥିଲେ । କରୋନା ମୁକାବିଲା ପାଇଁ ବ୍ଲକର ୨୫ ପଞ୍ଚାୟତ ନିମନ୍ତେ ୭ଟି ସ୍କ୍ବାର୍ଡ ଟିମ୍‌ ଗଠନ କରାଯାଇଛି । ଏହି ଟିମ ଗାଁ ଗାଁରେ ବୁଲି ଯେଉଁଠି ୧୪୪ ଧାରା ଉଲ୍ଲଂଘନ କରାଯାଉଥିବ ଏବଂ ପ୍ରଶାସନର ପରାମର୍ଶକୁ କେହି ବେଖାତିର ଦେଖିଲେ ସମ୍ପୃକ୍ତ ତୁରନ୍ତ ଗିରଫ କରାଯିବ ବୋଲି କୁହାଯାଇଛି ।


All Right Reserved By Dharitri.Com

ଚେନ୍ନାଇରେ ଫସିଛନ୍ତି ସାନଖେମୁଣ୍ଡିର ବହୁ ଶ୍ରମିକ

ପାଟପୁର,୨୫ା୩-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ୬ ଗ୍ରାମାଞ୍ଚଳର ପ୍ରାୟ ୧ ହାଜରରୁ ଊର୍ଦ୍ଧ୍ୱ ଶ୍ରମିକ ଚେନ୍ନାଇର ଗିନ୍ଧି ଅଞ୍ଚଳରେ ଫସି ରହିଛନ୍ତି। ପ୍ରଶାସନସ୍ତରରେ ଉଦ୍ୟମ କରାଯାଇ...

ବସ୍‌-ଟ୍ରାକ୍ଟର ଦୁର୍ଘଟଣାରେ ୨ ଶ୍ରମିକ ମୃତ୍ୟୁ ଘଟଣା: କାଗଜପତ୍ର ନ ଥିବାରୁ ଜରିମାନା ଆଦାୟ

ସମ୍ବଲପୁର,୨୭।୧(ବ୍ୟୁରୋ): ସମ୍ବଲପୁର ଜାତୀୟ ରାଜପଥ ୫୫ରେ ଯୁଯୁମୁରା ଥାନା ମୁଦେର ଗ୍ରାମ ନିକଟରେ ରବିବାର ପୂର୍ବାହ୍ନରେ ଏକ ଟ୍ରାକ୍ଟର ପଛରେ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ...

ଅନୁମତି ପରେ ବି ସ୍ବାଭାବିକ ହୋଇପାରିଲାନି ଘରୋଇ ବସ୍‌ ଚଳାଚଳ: ୧୧ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଭୁବନେଶ୍ୱର ଗଲା ବସ୍‌

ବ୍ରହ୍ମପୁର ଅଫିସ, ୨୮ା୫: ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ମଧ୍ୟ ଗୁରୁବାର ବ୍ରହ୍ମପୁରରେ ସ୍ବାଭାବିକ ହୋଇପାରିଲା...

ବିଜେପୁର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥିନୀ ରୀତା ସାହୁ

ବରଗଡ଼ ଅଫିସ/ବରପାଲି,୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ବିଜେଡି ପ୍ରାର୍ଥିନୀ ରୀତା ସାହୁ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବରପାଲି ସମଲେଶ୍ବରୀ ୟୁଜିୟୁପି...

ଉଦାହରଣ ପାଲଟିଲେ ସରପଞ୍ଚ

ଖଇରା, ୧୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନହଙ୍ଗ ପଞ୍ଚାୟତର ସରପଞ୍ଚ ରାଜଶ୍ରୀ ଦାସ ନିଜ ପଞ୍ଚାୟତବାସୀଙ୍କ ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡି ଅନ୍ୟମାନଙ୍କ...

ମନ୍ଦିରକୁ ଧକ୍କା ଦେଲା କାର୍‌, ଦମ୍ପତି ଆହତ

ମନମୁଣ୍ଡା, ୨୭।୨ (ଡି.ଏନ.ଏ) ବୌଦ୍ଧ ଜିଲା ମନମୁଣ୍ଡାର ମେଟାକାନୀ ମନ୍ଦିରରେ ଗୁରୁବାର ଏକ କାର୍‌ ଧକ୍କା ଦେବାରୁ ମନ୍ଦିର ସମ୍ମୁଖ ଭାଗ ଭାଙ୍ଗି ଯାଇଛି ।...

ଡଙ୍କଲପାଡୁରେ ବସ୍‌ ଟ୍ରାଜେଡି: ଦ୍ରୌପଦୀଙ୍କୁ ସହାୟତା ପ୍ରତିଶ୍ରୁତି ଦେଲେ ଜିଲାପାଳ

ଗୋପାଳପୁର,୧୨ା୨-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ରବିବାର ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗିଯିବାରୁ ୧୦...

ପୁରୀ ଜିଲାର ୭ କରୋନା ଆକ୍ରାନ୍ତ ସୁସ୍ଥ

ପୁରୀ ଅଫିସ,୨୮।୫: ପୁରୀ ଜିଲାର ୭ଜଣ କରୋନା ଆକ୍ରାନ୍ତ ବୁଧବାର ସୁସ୍ଥ ହୋଇଛନ୍ତି। ପୂର୍ବରୁ ୧୮ଜଣ ସୁସ୍ଥ ହୋଇଥିବାବେଳେ ନୂଆ ୭ଜଣଙ୍କୁ ମିଶାଇ ବର୍ତ୍ତମାନ ୨୫ଜଣ...

Leave a comment

Your email address will not be published. Required fields are marked *