୩୧ ପର୍ଯ୍ୟନ୍ତ ଜରୁରୀ ମାମଲାର ଶୁଣାଣି: ଲକ୍‌ଡାଉନ୍‌ ଅଞ୍ଚଳରେ ଦିନକୁ ଘଣ୍ଟାଏ ଖୋଲିବ କୋର୍ଟ

କଟକ ଅଫିସ,୨୩ା୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ହାଇକୋର୍ଟ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟ ରେଜିଷ୍ଟ୍ରାର୍‌(ଜୁଡିସିଆଲ୍‌) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ୧୪ଟି ଜିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତା ୨୯ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତଦନୁଯାୟୀ ସୋମବାର ସମସ୍ତ ମାମଲାର ଶୁଣାଣିକୁ ବାତିଲ୍‌ କରିଦିଆଯାଇଛି। ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ହେବ ନାହିଁ। କେବଳ ଜରୁରୀରୁ ଅତି ଜରୁରୀ ମାମଲାକୁ ହ୍ବାଟସ୍‌ଆପ୍‌ କିମ୍ବା ଭିଡିଓ କଲ୍‌ ମାଧ୍ୟମରେ ରେଜିଷ୍ଟ୍ରାର୍‌(ଜୁଡିସିଆଲ୍‌)ଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ଏଥିସହ କୋର୍ଟ ପରିସରରେ ୨୪ଘଣ୍ଟା ଡାକ୍ତରୀ ଟିମ୍‌ ଉପସ୍ଥିତ ରହିବା ସହ ଏକ ଗାଡି ମହଜୁଦ୍‌ ରହିବ। କୋର୍ଟ କର୍ମଚାରୀମାନେ ରୋଟେସନ୍‌ ଅନୁଯାୟୀ କାର୍ଯ୍ୟରେ ଯୋଗଦେବେ। ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଏଥିସହ ଗତ ୧୬ତାରିଖର ନିର୍ଦ୍ଦେଶଗୁଡ଼ିକର କାର୍ଯ୍ୟକାରୀ ଜାରି ରହିବ ବୋଲି ରେଜିଷ୍ଟ୍ରାର୍‌(ଜୁଡ଼ିସିଆଲ୍‌) ପକ୍ଷରୁ କୁହାଯାଇଛି।
ସେହିପରି ନିମ୍ନକୋର୍ଟଗୁଡିକ ପାଇଁ ମଧ୍ୟ ହାଇକୋର୍ଟ ପକ୍ଷରୁ ସୋମବାର ସର୍କୁଲାର୍‌ ଜାରି କରାଯାଇଛି। ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲକ୍‌ଡାଉନ୍‌ ଘୋଷିତ ଜିଲା ଓ ପୌରାଞ୍ଚଳର ନିମ୍ନକୋର୍ଟଗୁଡିକ ସମୟରେ ପରିବର୍ତ୍ତନ କରାଯାଇଛି। ସେଠାରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କୋର୍ଟ ଖୋଲା ରହିବ। କେବଳ ଅତି ଜରୁରୀ ମାମଲାର ଶୁଣାଣି ସହ ଜାମିନ, ରିମାଣ୍ଡଗୁଡିକର ଶୁଣାଣି ହେବ। ଅନ୍ୟପକ୍ଷରେ ଲକ୍‌ଡାଉନ୍‌ ଘୋଷଣା ହୋଇ ନ ଥିବା ଜିଲା ଓ ପୌରାଞ୍ଚଳର ନିମ୍ନ ଅଦାଲତଗୁଡିକ ପୂର୍ବାହ୍ନ ୧୧ରୁ ଅପରାହ୍ନ ୧ଟା ଯାଏ ଖୋଲା ରହିବ। ଉଭୟ ଅଞ୍ଚଳରେ କମ୍‌ ସଂଖ୍ୟକ କୋର୍ଟ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ ଏବଂ ଅପରାହ୍ନ ୧ଟା ପରେ କୋର୍ଟ ଓ କାର୍ଯ୍ୟାଳୟ ବନ୍ଦ କରାଯିବ। ଅଣ ନିୟୋଜିତ କର୍ମଚାରୀମାନେ ଆବଶ୍ୟକ ଅନୁଯାୟୀ ଡାକରା ପାଇଲେ କାର୍ଯ୍ୟରେ ଯୋଗଦେବେ। କୋର୍ଟରେ ଭିଡକୁ ଏଡାଇବା ପାଇଁ ଜରୁରୀ ମାମଲାଗୁଡିକର ଶୁଣାଣି ବେଳେ ଜଣେ ଆଇନଜୀବୀଙ୍କୁ ପକ୍ଷ ରଖିବାକୁ ଅନୁମତି ଦିଆଯିବ। କୋର୍ଟ କର୍ମଚାରୀମାନେ ଘରେ ରହି ଜରୁରିକାଳୀନ କାର୍ଯ୍ୟ କରିପାରିବେ। କୋର୍ଟର ପ୍ରିଜାଇଡିଂ ଅଫିସରମାନେ ଆବଶ୍ୟକତା ଅନୁଯାୟୀ କର୍ମଚାରୀଙ୍କୁ ନିୟୋଜିତ କରିବେ। ଏହିସବୁ ନିର୍ଦ୍ଦେଶଗୁଡିକ ପାଳନ ଦିଗରେ ଆଇନଜୀବୀ ସଂଘ ଏବଂ ଆଇନଜୀବୀମାନେ ସହଯୋଗ କରିବେ। ଆବଶ୍ୟକ ପଡିଲେ ଜିଲା ଜଜ୍‌ମାନେ ପ୍ରଶାସନିକ ଅଧିକାରୀଙ୍କ ପରାମର୍ଶ ନେଇପାରିବେ ବୋଲି ସର୍କୁଲାର୍‌ରେ ଉଲ୍ଲେଖ କରାଯାଇଛି। ଏହା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରେଜିଷ୍ଟ୍ରାର ଜେନେରାଲ୍‌ଙ୍କ ସୂତ୍ରରୁ ସୂଚନା ମିଳିଛି।


All Right Reserved By Dharitri.Com

ବିଦ୍ୟୁତ ସଂସ୍ପର୍ଶରେ ଆସି କର୍ମଚାରୀ ଗୁରୁତର

ବସ୍ତା, ୧୪।୧(ଡି.ଏନ.ଏ.)-ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମ ନିକଟରେ ବସ୍ତା ବିଦ୍ୟୁତ୍‌ ବିଭାଗର କର୍ମଚାରୀ ହେମନ୍ତ କୁମାର ରଣା ଖୁଣ୍ଟରେ ଚଢ଼ି ମରାମତି କରୁଥିବା ବେଳେ...

ସରକାରୀ ନିୟମକୁ ଫୁ: ରାସ୍ତା କଡ଼, ଡ୍ରେନରେ ପକାଯାଉଛି ବ୍ୟବହୃତ ସିରିଞ୍ଜ, ଛୁଞ୍ଚି

ଖୋର୍ଦ୍ଧା ଅଫିସ,୧୦।୧୧: ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ଆଇନକୁ ଘରୋଇ ମେଡିକାଲ, ପାଥୋଲାବ ସେଣ୍ଟର ଓ ଔଷଧ ଦୋକାନୀ ମାନୁନାହାନ୍ତି। ଖୋର୍ଦ୍ଧା ମ୍ୟୁନିସିପାଲିଟିର ଅସ୍ଥାୟୀ ଡମ୍ପିଂୟାର୍ଡ...

ଇଉଫୋରିଆ-୨୦୨୦ ଉଦ୍‌ଘାଟିତ:୨୮ ଶିକ୍ଷାନୁଷ୍ଠାନର ୩୮୯ ଛାତ୍ରୀଛାତ୍ର ଭାଗନେଲେ

ବାରିପଦା ଅଫିସ,୧୦ା୧- ବାରିପଦା ସହରସ୍ଥିତ ଶହୀଦ ସ୍ମୃତି ଭବନଠାରେ ୨୩ତମ ରାଜ୍ୟସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ -୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟର ୨୮ଟି...

ଓଭରବ୍ରିଜ ତଳକୁ ଖସିଲା ଟ୍ରକ: ଡ଼୍ରାଇଭରଙ୍କ ଜୀବନ ଗଲା

କେନ୍ଦୁଝର,୨।୧(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଚନ୍ଦନପୁର- ବ୍ରାହ୍ମଣିପାଳ ରାସ୍ତାର ନରଣପୁର ନିକଟସ୍ଥ ରାମଚନ୍ଦ୍ରପୁର ରେଲୱେ ଓଭରବ୍ରିଜ ତଳକୁ ଏକ ୧୪ ଚକିଆ ଟ୍ରକ ତଳକୁ...

ଚିକିଟିରେ ଅଞ୍ଚଳରେ ହାତି ଉପଦ୍ରବ

ଚିକିଟି,୧୨ା୧(ଡି.ଏନ.ଏ.)-ଚିକିଟି ବନବିଭାଗ ଅଧୀନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳରେ ଦୀର୍ଘ ୧୦ଦିନ ଧରି ହାତିଙ୍କ ଉପଦ୍ରବ ଲାଗି ରହିଛି। ଶନିବାର ବିଳମି୍ବତ ରାତ୍ରିରେ କୃଷ୍ଣନଗର, ବଇରବାଡ ଗ୍ରାମ...

ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା,୧୫।୨୦(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ବେଲପଶି ଗ୍ରାମ ଜଙ୍ଗଲରେ ମଙ୍ଗଳବାର ଜଣେ ୩୯ ବର୍ଷୀୟ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।...

ଅଜଣାଗାଡ଼ି ଧକ୍କାରେ ବାଇକଚାଳକଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜମନକିରା,୧୫।୭(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ରମା ଘାଟିରେ ରବିବାର ରାତିରେ ଜଣେ ବାଇକଚାଳକଙ୍କ ଅଜଣାଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବାବେଳେ ଏହା...

ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ସୁରକ୍ଷା କର୍ମୀ

ବ୍ରହ୍ମପୁର ଅଫିସ,୧ା୭-  ଏମ୍‌କେସିଜି ମେଡିକାଲରେ କାର୍ଯ୍ୟରତ ଶତାଧିକ ସୁରକ୍ଷା କର୍ମୀ ବିଭିନ୍ନ ଦାବି ନେଇ ରବିବାର ଅପରାହ୍ନରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।...

Leave a comment

Your email address will not be published. Required fields are marked *