କାଲିଠୁ ଚାଲିବନି ବସ୍‌:ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ କଟକଣା ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୨୩।୩(ବ୍ୟୁରୋ)- କରୋନା ଭୂତାଣୁ (କୋଭିଡ୍‌-୧୯)ର ସଂକ୍ରମଣ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଦିନରାତି ଲାଗିପଡ଼ିଛନ୍ତି। ପ୍ରତିଦିନ ଏ ଦିଗରେ କିଛି ନା କିଛି ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ଆଉ ଏକ ବଡ଼ କଟକଣା ଲଗାଇଛନ୍ତି ରାଜ୍ୟସରକାର। ମଙ୍ଗଳବାର ଅର୍ଥାତ୍‌ ୨୪ ତାରିଖ ପୂର୍ବାହ୍ନ ୧୧ଟାଠାରୁ ସମସ୍ତ ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ ରହିବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଏହି ନିୟମ ଜାରି ରହିବ। ସେହିପରି ସମସ୍ତ ସହରାଞ୍ଚଳରେ ମଧ୍ୟରାତ୍ରିରୁ ସିଟି ବସ୍‌ ସେବା ବନ୍ଦ ରହିବ ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି।
ସେପଟେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହି କଟକଣା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ହୋଇଥିଲା। ଟେକ୍‌ ହୋମ୍‌ ରାଶନ୍‌ ବାବଦରେ ଛତୁଆ, ଲଡ଼ୁ ଆଦି ଶୁଖିଲା ଖାଦ୍ୟ ୬ ମାସରୁ ୩ ବର୍ଷର ଶିଶୁ, ଗର୍ଭବତୀ ଏବଂ ପ୍ରସୂତୀ ମହିଳାମାନଙ୍କୁ ଅଙ୍ଗନଓ୍ବାଡ଼ି କର୍ମୀ ବା ସହାୟିକାମାନେ ସେମାନଙ୍କ ଘରେ ପହଞ୍ଚାଇବେ। ସେହିଭଳି ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆ ଏବଂ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବାବଦକୁ ଶୁଖିଲା ଖାଦ୍ୟ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ। ପ୍ରତ୍ୟେକ ପରିବାରକୁ ପ୍ରତି ସପ୍ତାହରେ ଅଣ୍ଡା ମଧ୍ୟ ଦିଆଯିବ। ଛତୁଆ ପ୍ରସ୍ତୁତକାରୀ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାମାନେ ସାମାଜିକ ଦୂରତ୍ୱ ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ଆବଶ୍ୟକ ପ୍ରୋଟୋକଲ୍‌ ନିଶ୍ଚୟ ପାଳନ କରିବାକୁ କୁହାଯାଇଥିବା ବାଗ୍‌ଚୀ ସୂଚନା ଦେଇଛନ୍ତି।
ଲକ୍‌ଡାଉନ୍‌ ଘୋଷିତ ଅଞ୍ଚଳରେ ଅବସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଛାତ୍ରାବାସଗୁଡ଼ିକରେ ଆସନ୍ତା ୨୫ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ସ୍କଲାରସିପ୍‌ ଟଙ୍କା ଅଗ୍ରୀମ ବଣ୍ଟନ କାର୍ଯ୍ୟ ଶେଷ ହେବ। ଏଥିସହିତ ଏହି ସମୟ ମଧ୍ୟରେ ଅନ୍ତେବାସୀମାନଙ୍କୁ ସେମାନଙ୍କ ମାତାପିତା ବା ଅଭିଭାବକ ବା ପ୍ରତିନିଧିମାନେ ଛାତ୍ରାବାସରୁ ସାଥିରେ ଘରକୁ ନେଇଯିବେ। ଏଥିପାଇଁ ସେମାନେ ନିଜେ ବେସରକାରୀ ଗାଡ଼ିର ବନ୍ଦୋବସ୍ତ କରିବେ। ସେମାନଙ୍କୁ ସମ୍ପୃକ୍ତ ପ୍ରଧାନଶିକ୍ଷକ ବା ଶିକ୍ଷକମାନେ ଏକ ପ୍ରମାଣପତ୍ର ଦେବେ। ପ୍ରମାଣପତ୍ରରେ ଉକ୍ତ ଯାନଟି ପିଲାମାନଙ୍କୁ ଘରକୁ ନେବା ପାଇଁ ବ୍ୟବହୃତ ହୋଇଛି ବୋଲି ଦର୍ଶାଯାଇଥିବ। ଫଳରେ ଲକ୍‌ଡାଉନ୍‌ ସମୟରେ ଯାନବାହନ ଚଳାଚଳ କଟକଣାରୁ ସେହି ଯାନଗୁଡ଼ିକ ମୁକ୍ତ ରହିବ ବୋଲି ବାଗ୍‌ଚୀ କହିଛନ୍ତି।


All Right Reserved By Dharitri.Com

ନୂଆ ମୋଟର ଯାନ ଆଇନ : ଘାରିଲା ଭୟ, ବଢ଼ିଲା ଭିଡ଼

ଭୁବନେଶ୍ୱର, ୬।୯(ବ୍ୟୁରୋ) : ନୂଆ ମୋଟର ଆଇନ-୨୦୧୯ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି। ଓଡ଼ିଶାରେ ଚେକିଂ, ବ୍ଲକିଂ ଓ ଗାଡ଼ି ଧରାପଗଡ଼କୁ ଜୋର୍‌ଦାର...

ଏସ୍‌ସିବି ମେଡିକାଲରୁ ଡିସ୍‌ଚାର୍ଜ ହେଲେ ଆଶୀର୍ବାଦ

କଟକ ଅଫିସ,୨୮ା୧୧: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ବୁଧବାର ଏସ୍‌ସିବି ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ...

ଆଜି ବିଧାନସଭା ଘେରିବେ ୫୦ ହଜାର ବସ୍ତିବାସିନ୍ଦା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ) : ଗୌଡ ବସ୍ତି, ବୀରବସ ବସ୍ତି, ଲକ୍ଷ୍ମୀପୁର ବସ୍ତି ଓ ଶ୍ରୀକ୍ରିଷ୍ଣ ନଗର ବସ୍ତିରେ ଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ବସ୍ତିବାସିନ୍ଦା ଶୁକ୍ରବାର ଗୋଟିଏ...

ଘନ କୁହୁଡ଼ି ନେଇ ଦୁଇଦିନ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୮ା୨(ବ୍ୟୁରୋ): ସାରା ରାଜ୍ୟରେ ଏବେ ଗରମ ଅନୁଭୂତ ହେଲାଣି। ଦିନରେ ପ୍ରବଳ ଖରା ହେଉଛି। ଲାଗୁଛି ଏଥର ଖରାଦିନ ଲୋକଙ୍କୁ ଛଟପଟ କରିବ। ଅପରପକ୍ଷେ...

ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତି, ପାର୍କିଂ ଫିକୁ ବିରୋଧ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ବିଏମ୍‌ସି ହୋଲ୍ଡିଂ ଟିକସ ବୃଦ୍ଧି ଓ ବେଆଇନ ପାର୍କିଂ ଫି ଆଦାୟକୁ ତୀବ୍ର ବିରୋଧ କରିଛି ସମାଜବାଦୀ ପାର୍ଟି, ସିପିଏମ୍‌, ଫର୍‌ଓ୍ବାର୍ଡ଼ ବ୍ଲକ୍‌...

ଆଜି ଶେଷ ହେବ କୋଣାର୍କ ଉତ୍ସବ: ବିଦେଶାଗତ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଚନ୍ଦ୍ରଭାଗା ବେଳାଭୂମିରେ କୋଣାର୍କ ଉତ୍ସବ ଅବସରରେ ଭାଗ ନେବାକୁ ଆସିଥିବା ବିଦେଶୀ ବାଲୁକାଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ...

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବିକଲା ଭାଜପା

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ଦାୟିତ୍ୱ। ଏହା ବିଜେଡିର ରାଜନୈତିକ ପଦବୀ ନୁହେଁ । ଯାଜପୁର ଜିଲାର ପିଇଓ ସ୍ମିତାରାଣୀ...

ନୟାଗଡ଼ କୋଭିଡ-୧୯ ଡାକ୍ତରଖାନା ପରିଦର୍ଶନ କଲେ ୫-ଟି ସଚିବ

ନୟାଗଡ଼ ଅଫିସ, ୬।୫: ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ କୋଭିଡ-୧୯ ହସ୍ପିଟାଲକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର...

Leave a comment

Your email address will not be published. Required fields are marked *