ଚାଇନା ସରକାର ନା ପ୍ରମାଣିକ ତଥ୍ୟ କିଏ ସତ: କରୋନା ମୃତ୍ୟୁ ସଂଖ୍ୟା କ’ଣ କୋଟିଏ ୫୦ ଲକ୍ଷ !

ବେଜିଂ,୨୩।୩:

ଚାଇନାରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ୩,୨୬୮ ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ତେବେ କେତେକ ପ୍ରାମାଣିକ ତଥ୍ୟ ଅନୁସାରେ ଚାଇନା ସରକାର ମିଛ କହୁଥିବା ଅନୁମାନ କରାଯାଉଛି । ଏନେଇ ଏବେ ଚର୍ଚ୍ଚା ଆରମ୍ଭ ହେଉଛି। ଚାଇନାରେ କରୋନା ସଂକ୍ରମଣ ଆରମ୍ଭ ହେବାଠାରୁ ଇତିମଧ୍ୟରେ କୋଟିଏ ୫୦ଲକ୍ଷ ମୋବାଇଲ୍‌ ୟୁଜର ହଠାତ୍‌ ନୀରବ ହୋଇଯାଇଛନ୍ତି। ସେମାନେ ନିୟମିତଭାବେ ନେଟ୍‌ଓ୍ବାର୍କ ସହିତ ଜଡ଼ିତ ରହିଥିଲେ। କାହିଁକି ସେମାନେ ମୋବାଇଲ ବ୍ୟବହାର ବନ୍ଦ କରିଛନ୍ତି ଏନେଇ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ସେମାନଙ୍କ ପାଖକୁ କଲ୍‌ କରାଯିବା ପରେ ମଧ୍ୟ କୌଣସି ଊତ୍ତର ନ ମିଳିବା ଅବା ମୋବାଇଲ ନ ଉଠାଯିବାରୁ ସନ୍ଦେହ ବଢ଼ିବାରେ ଲାଗିଛି। ଏସବୁ ୟୁଜରମାନଙ୍କର ମୃତ୍ୟୁ ଘଟିଥିବା ଟେଲିକମ୍‌ ଅପରେଟରମାନେ ଅନୁମାନ କରୁଛନ୍ତି। ସେହିପରି ରାତିରେ ଉହାନର ବହୁ ଘରେ ଆଲୋକ ନ ଜଳିବା ଘଟଣା ସ୍ଥିତିକୁ ଅଧିକ ରହସ୍ୟମୟ କରି ଗଢ଼ି ତୋଳୁଛି। ଏସବୁ ଘଟଣାରୁ ଅନୁମାନ କରାଯାଉଛି ଯେ, ଚାଇନା ସରକାର ମୃତକଙ୍କୁ ନେଇ ଦେଇଥିବା ରିପୋର୍ଟ ସତ ନୁହେଁ। ତେବେ ଏନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ସତ୍ୟ ଉନ୍ମୋଚନ ପାଇଁ ଉଦ୍ୟମ ଜାରି ରହିଛି।


All Right Reserved By Dharitri.Com

ୟୁପି ସୀମାରୁ ଫେରିଲା କଂଗ୍ରେସ ବସ୍‌

ଜୟପୁର,୨୧ା୫ (ପି.ଟି.): ଲକ୍‌ଡାଉନ ଯୋଗୁ ଅଟକି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି କଂଗ୍ରେସ ଦଳ ପକ୍ଷରୁ ପାଖାପାଖି ୪୦୦ ବସ୍‌ ପଠାଯାଇଥିଲା। ଉତ୍ତରପ୍ରଦେଶ ସରକାର...

ସୁଦାନରେ ଆଦିବାସୀଙ୍କ ମଧ୍ୟରେ ରକ୍ତ ସଂଘର୍ଷ:୩୭ ମୃତ, ୨୦୦ରୁ ଅଧିକ ଆହତ

ଖାର୍ଟୁମ,୨୭।୮: ପୂର୍ବ ସୁଦାନରେ ଦୁଇ ଆଦିବାସୀଙ୍କ ମଧ୍ୟରେ ରକ୍ତ ସଂଘର୍ଷ ଘଟି ୩୭ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦୦ରୁ ଊଦ୍ଧର୍‌ବ ଆହତ ହୋଇଛନ୍ତି। ଏହି...

ସପ୍ତାହକୁ ଥରେ ବସିବ ହାଟ

ରଘୁନାଥପୁର,୨୮ା୩(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଅଞ୍ଚଳରେ ଲକ୍‌ଡାଉନକୁ ଅନେକେ ମାନୁ ନ ଥିବା ଦେଖିବାକୁ ମିଳିଛି। ତେଣୁ ପ୍ରଶାସନ କଠୋର ହୋଇଛି। ବ୍ଲକ ଅଧୀନ...

ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର...

ମୁଶରଫଙ୍କୁ ଫାଶୀ ଦଣ୍ଡାଦେଶ: ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ

ଇସଲାମାବାଦ୍‌,୧୭।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ଙ୍କୁ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଏକ ସ୍ବତନ୍ତ୍ର ଅଦାଲତ ଫାଶୀ ଦଣ୍ଡାଦେଶ କରିଛନ୍ତି। ୨୦୦୭ରେ ପାକିସ୍ତାନରେ...

ଝାରସୁଗୁଡା : ହୋମ କ୍ୱାରେଣ୍ଟାଇନରେ ଅଛନ୍ତି ୧୮୪୦ଜଣ

ଝାରସୁଗୁଡା ଅଫିସ,୫ା୪- କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡା ଜିଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ମାନ ନେଉଛି । ଜିଲା ପ୍ରଶାସନ ସହିତ ଜିଲା...

ପୁଣି ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୨୬।୯: ପୂର୍ବ ଇଣ୍ଡୋନେସିଆରେ ଗୁରୁବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରହିଛି। ଅବଶ୍ୟ ଭୂକମ୍ପ ପରେ ଏବେ ସୁନାମି...

ଦୋକାନ ଦ୍ୱନ୍ଦ୍ୱ ଦୂର କଲେ ବିଏମ୍‌ସି କମିଶନର: ଏକାଠି ୫ରୁ ଅଧିକ ଦୋକାନ ନ ଥିବା ମାର୍କେଟ ଖୋଲି ପାରିବ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ ସେ ନେଇ ଦ୍ୱନ୍ଦ୍ୱ ଲାଗିରହିଥିଲା। ଗୁରୁବାର ଏହି ଦ୍ୱନ୍ଦ୍ୱ ଦୂର...

Leave a comment

Your email address will not be published. Required fields are marked *