ବାରମ୍ବାର ହାତ ଧୋଇଲେ ଦୂରେଇବ କରୋନା!

ଓ୍ବାଶିଂଟନ,୨୩।୩: କରୋନା ଭାଇରସ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ କିଛିଦିନ ତଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଥିଲା ବାରମ୍ବାର ହାତ ଧୋଇଲେ ଆମେ କରୋନାଠାରୁ ଅନେକାଂଶରେ ଦୂରେଇ ରହିପାରିବା। ଅବଶ୍ୟ ଏହା ଠିକ୍‌ ହେଲେ ହାତ ଧୋଇବା ସମୟରେ କେତେ ଗୁଡିଏ ଦିଗ ପ୍ରତି ଧ୍ୟାନ ନ ଦେଲେ ଏହା କରୋନାକୁ ଦୂରେଇବାରେ ଆଦୌ ସହାୟକ ହେବ ନାହିଁ ବୋଲି କୁହାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସୂଚନା ଅନୁଯାୟୀ, ଥଣ୍ଡା ପାଣି ଅପେକ୍ଷା ଉଷୁମ ପାଣିରେ ହାତ ଧୋଇବା ସହ ସାବୁନ ବା ସାନିଟାଇଚର ବ୍ୟବହାର କରିବା ଉଚିତ। ହାତ ଧୋଇବା ବେଳେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଆଙ୍ଗୁଳି ମଝିକୁ ଭଲଭାବେ ଘଷି ଧୋଇବା ଦରକାର। ହାତ ଧୋଇ ସାରିବା ପରେ ଏକ ସଫା ତଉଲିଆରେ ଏହାକୁ ଫୋଛିନେବା ଭଲ। ନାକ, ଆଖିରେ ହାତ ମାରିବା ପରେ, ଛିଙ୍କିବା ପରେ, କୌଣସି ଅଜଣା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ତୁରନ୍ତ ହାତ ଧୋଇବା ଜରୁରୀ। ହାତ ଧୋଇବା ପରେ ସିଧାସଳଖ କବାଟ ଖୋଲିବା, କୌଣସି ବସ୍ତୁକୁ ସ୍ପର୍ଶ କରିବା ଠିକ୍‌ ନୁହେଁ।


All Right Reserved By Dharitri.Com

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ଥାନାରେ ମାମଲା

ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍‌.ଏ.)- ରାଜ୍ୟ ସରକାର କରୋନାକୁ ନେଇ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହାକୁ ଅବମାନନା କରିବା ଅଭିଯୋଗରେ ଜଣେ ବିଦେଶ ଫେରନ୍ତା ଯୁବକଙ୍କ ବିରୋଧରେ ହିଞ୍ଜିଳିକାଟୁ ତହସିଲଦାର...

ସାମାଜିକ ଅର୍ଥନୈତିକ ବିକାଶରେ ଜାତିସଂଘ

୧୯୪୫ ଜୁନ୍‌ ୨୬ରେ ୫୦ଟି ଦେଶ ଜାତିସଂଘ ଅଧିକାରପତ୍ରରେ ସ୍ବାକ୍ଷର କରିବା ପରେ ଜାତିସଂଘ ଅକ୍ଟୋବର୨୪,୧୯୪୫ରେ ସ୍ଥାପିତ ହୋଇଥିଲା। ଏହି ସମୟରେ ଚାଇନା ୟୁନାଇଟେଡ୍‌ ଷ୍ଟେଟ୍‌,...

ଇ-ଗ୍ଲୋବ୍‌ : କୃତ୍ରିମ ହାତକୁ ଦେବ ବାସ୍ତବ ଅନୁଭବ

ନ୍ୟୁୟର୍କ: ଆମେରିକାର ପୁରଡ୍ୟୁ କଲେଜ ଅଫ ଇଞ୍ଜିନିୟରିଂର ଗବେଷକମାନେ ଏକ ଇଲେକ୍ଟ୍ରୋନିକ ଗ୍ଲୋବ୍‌(ଇ-ଗ୍ଲୋବ୍‌) ବିକାଶ କରିଛନ୍ତି, ଯାହା ପ୍ରୋସ୍ଥେଟିକ୍‌ ହ୍ୟାଣ୍ଡ୍‌ ବା ରୋବୋ ବାୟୋନିକ୍‌ ହ୍ୟାଣ୍ଡ୍‌କୁ...

ସୀମା ଟପିଲେ ଟ୍ରମ୍ପ୍‌: ଟେକିବାକୁ ଯାଇ କହିଲେ,ମୋଦି ଭାରତର ଜନକ

ନ୍ୟୁୟର୍କ,୨୫-୯:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ମର୍ଯ୍ୟାଦାର ସୀମା ଟପିଯାଇଛନ୍ତି। ୭୪ତମ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)...

ବଢ଼ିବ ବାଜ୍‌ଓ୍ବାଙ୍କ କାର୍ଯ୍ୟକାଳ

ଇସ୍‌ଲାମାବାଦ,୯ା୧(ପି.ଟି.): ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ୍‌ ବାଜ୍‌ଓ୍ବାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବୃଦ୍ଧିକରିବା ଲାଗି ପାକିସ୍ତାନ ପାର୍ଲାମେଣ୍ଟରେ ବୁଧବାର ୩ ଗୁରୁତ୍ୱପୂର୍ଣ୍ଣ ବିଲ...

ଚାଲି ଚାଲି ଗ୍ରାମକୁ ବାହାରିଲେ ୨୨ ଶ୍ରମିକ

ବାଲିଅନ୍ତା,୨୮ା୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତାଲାବନ୍ଦର ପ୍ରଭାବ ଗରିବ ଶ୍ରେଣୀର ଶ୍ରମିକଙ୍କ ଉପରେ ପଡ଼ିଛି। ଲକଡାଉନ କଟକଣା ପରେ...

ପ୍ରଧାନମନ୍ତ୍ରୀ ହେବାର ବର୍ଷପୂର୍ତ୍ତି ଅବସରରେ ଦେଶକୁ ସମ୍ବୋଧନ କରିବେ ଇମ୍ରାନ୍‌

ଇସଲାମାବାଦ,୩।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କାର୍ଯ୍ୟକାଳକୁ ଅଗଷ୍ଟ ୧୮ରେ ବର୍ଷେ ପୂରିବ। ଏହି ଅବସରରେ ସେ ତାଙ୍କର ବର୍ଷକର କାର୍ଯ୍ୟକାଳକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ...

ଚଳନ୍ତା କାର ଉପରେ ବସିଲା ହାତୀ: ଭିଡ଼ିଓ ଭାଇରାଲ

ବ୍ୟାଙ୍କକ୍‌,୬।୧୧: ଥାଇଲାଣ୍ଡରେ ଥିବା ଖାଓ ୟାଇ ଜାତୀୟ ଉଦ୍ୟାନରେ ଏକ ଚଳନ୍ତା କାର ଉପରେ ହାତୀ ବସିବାକୁ ପ୍ରୟାସ କରୁଥିବା ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ...

Leave a comment

Your email address will not be published. Required fields are marked *