ଦାରିଙ୍ଗବାଡ଼ିରେ ଦାୟିତ୍ୱ ନେଲେ ନୂତନ ବିଡିଓ

ଦାରିଙ୍ଗବାଡ଼ି,୨୩।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ନୂତନ ବିଡିଓ ଭାବେ ସୋମବାର ଡ.ଜଗଦୀଶ ଷଡ଼ଙ୍ଗୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପ୍ରଥମେ କରୋନା ପ୍ରତିହତ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ବ୍ଲକ କାର୍ଯ୍ୟାଳୟରେ ଅଟକି ରହିଥିବା ସମସ୍ତ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ବୋଲି କହିଛନ୍ତି। ଏବେ ବ୍ଳକ ଅଞ୍ଚଳରେ କରୋନା ଭୂତାଣୁଠାରୁ ସୁରକ୍ଷା ପାଇବା ପାଇଁ ଜିଲା ପ୍ରଶାସନ ୧୪୪ ଧାରାକୁ ବଳବତ୍ତର ରଖିଥିବା ବେଳେ ନୂତନ ବିଡିଓ ସମସ୍ତଙ୍କୁ ଏଥିଲାଗି ସତର୍କ ରହିବା ସହ ପ୍ରଶାସନର ପରାମର୍ଶକୁ ପାଳନ କରିବା ଏବଂ ସହଯୋଗ କରିବାକୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଥିବା ବେଳେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ ନ କରିବା ସହ କରୋନା ମୁକାବିଲା ପାଇଁ କାର୍ଯ୍ୟରେ ଅବହେଳା କରି ପୂର୍ବତନ  ବିଡିଓ ମାତାରାମ ଲେୟାଙ୍ଗିଙ୍କୁ  କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡି ଦାୟିତ୍ୱରୁ ହଟାଇ ତାଙ୍କୁ ଫୁଲବାଣୀ ଡିଆରଡିଏ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିଛନ୍ତି। ତାଙ୍କ ସ୍ଥାନରେ ଫୁଲବାଣୀ ଜିଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଡ. ଜଗଦୀଶ ଷଡ଼ଙ୍ଗୀଙ୍କୁ ଏଠାରେ ନିଯୁକ୍ତି ପ୍ରଦାନ କରିଛନ୍ତି।


All Right Reserved By Dharitri.Com

ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ : ପ୍ରଶାସନ ପକ୍ଷରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ

ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍‌.ଏ.) : କନ୍ଧମାଳ ଜିଲାରେ ମାଓବାଦୀଙ୍କ ଶହୀଦ ସପ୍ତାହ ରବିବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଦାରିଙ୍ଗବାଡ଼ି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ସରକାରୀ...

କନ୍ଧମାଳରେ ପୁଣି ଲଜ୍ଜା :୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

ବାଲିଗୁଡା,୨ା୧୧(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ୪ ବର୍ଷର ଶିଶୁକନ୍ୟାଙ୍କୁ ଗୁରୁବାର ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତାଙ୍କ...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ : ପୁଣି ବୁହାହେଲେ ଗର୍ଭବତୀ

କୋରୁକୋଣ୍ଡା,୨୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାର କୁଡୁମୁଳୁଗୁମ୍ମା ପଞ୍ଚାୟତର ନଙ୍ଗଳଗୁଡ଼ା ଗ୍ରାମକୁ ରାସ୍ତା ନ ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ଜଣେ ଗର୍ଭବତୀ ପୁଣି ଥରେ ବୁହା ହୋଇ...

ଆବାସ ଯୋଜନାରୁ ବଁଚିତ୍‌ ଲାଲଦୀପ: ପରହର ବାରନ୍‌ଡାରେ ବିତୁଛେ ଜୀବନ୍‌

ଖପ୍ରାଖୋଲ, ୨୪।୮(ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ଅନେକ ଯୋଜନାରେ ପକାଘର ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ଭିନେ...

ଗଞ୍ଜାମ ବ୍ଲକ କୁ ମୁସଲମାନ ପଶିଆସିଥିବା ଆଶଙ୍କା:ସୂଚନା ପାଇଲେ ପ୍ରଶାସନ କୁ ଜଣାଇବା ପାଇଁ ଅନୁରୋଧ

ଗଞ୍ଜାମ ୪ ।୪(ଡିଏନଏ )ଗତ କାଲି ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ କିଛି ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତି ଗଞ୍ଜାମ ବ୍ଲକ ଅଂଚଳ କୁ ପଶିଆସିଥିବା ପ୍ରଶାସନ...

୨୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

ଢେଙ୍କାନାଳ ଅଫିସ, ୧୮।୮: ଢେଙ୍କାନାଳରେ କାୟା ବିସ୍ତାର କଲାଣି ଧଳା ଜହର ଚେର। ଶନିବାର ସ୍ଥାନୀୟ ବାଜିଚୌକଠାରୁ ଅବକାରୀ ବିଭାଗ ଏବଂ ଟାଉନ ଥାନା ପୋଲିସ ଚଢ଼ାଉ...

ହୋମ କ୍ୱାରାଣ୍ଟାଇନ୍‌ରେ ବ୍ୟାଙ୍କ କର୍ମଚାରୀ; ବିନା ଅନୁମତିରେ ବୁଲିବା ମହଙ୍ଗା ପଡ଼ିଲା

ଭଞ୍ଜନଗର,୯।୪(ଡି.ଏନ.ଏ.)-ଲକ୍‌ଡାଉନ ଲୋକେ ବିନା କାରଣରେ ବାହାରେ ବୁଲିଲେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଭଞ୍ଜନଗର ସହରସ୍ଥିତ ଏକ ବ୍ୟାଙ୍କର ୨ କର୍ମଚାରୀ ବୁଧବାର ମଧ୍ୟାହ୍ନରେ...

ଉପଯୁକ୍ତ ହିତାଧିକାରୀ ଚୟନ ଲାଗି ଭାଜପାର ଦାବି

ଭଦ୍ରକ ଅଫିସ,୧୩ା୫: ରାଶନକାର୍ଡ ଚୟନରେ ଉପଯୁକ୍ତ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରାଯିବା ଲାଗି ଭାଜପା ଦାବି କରିଛି। ଏଥିରୁ ଜିଲା ପ୍ରଶାସନ ଦୂରେଇ ଗଲେ ଭାଜପା ଆନ୍ଦୋଳନାତ୍ମକ...

Leave a comment

Your email address will not be published. Required fields are marked *