ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନ: ନିର୍ଦ୍ଦେଶ ଉଲ୍ଲଙ୍ଘନକାରୀଙ୍କଠାରୁ ଜରିମାନା ଆଦାୟ କଲା ପ୍ରଶାସନ

ପାଟପୁର,୨୩।୩(ଡି.ଏନ୍‌.ଏ.): ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନରେ ସାନଖେମୁଣ୍ଡି ଅଞ୍ଚଳରେ କିଛି ବ୍ୟକ୍ତି ଏହାକୁ ଉଲ୍ଲଙ୍ଘନ କରୁଥିବା ନେଇ ପାଟପୁର ବସ୍‌ଷ୍ଟାଣ୍ଡ ନିକଟରେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀଦତ୍ତ ନାୟକ, ପାଟପୁର ଥାନାଧିକାରୀ ଅଜୟ କୁମାର ବାରିକ ଉଲ୍ଲଙ୍ଘନକାରୀଙ୍କୁ ବୁଝାଇ ସଚେତନତା କରିବା ସହ କିଛି ଉଲ୍ଲଙ୍ଘନକାରୀଙ୍କଠାରୁ ଜରିମାନା ଆଦାୟ କରିଛନ୍ତି। ତହସିଲଦାର,ବିଡିଓ ଓ ଥାନାଧିକାରୀ ବିଭିନ୍ନ ଗ୍ରାମକୁ ଯାଇ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ପରାମର୍ଶ ଦେଇ ଲକ୍‌ଡାଉନ୍‌ ପାଳନ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।


All Right Reserved By Dharitri.Com

ଅଙ୍ଗନୱାଡି କେନ୍ଦ୍ର ଆଘେ ଖୁଲା ଟ୍ରାନ୍ସଫର୍ମର

ତୁଣ୍ଡଲା, ୨୯।୭ (ଡି.ଏନ୍‌.ଏ.):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଗୌନ୍ତିଆପଡ଼ାରେ ଥିବାର ଅଙ୍ଗନଓ୍ବାଡି କେନ୍ଦ୍ର ଆଘେ ବିପଦ୍‌ ଅବସ୍‌ତାରେ ଗୁଟେ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛେ।...

ବିଦେଶରୁ ଫେରିବେ ୨ ଲକ୍ଷ ଭାରତୀୟ

ନୂଆଦିଲ୍ଲୀ,୬ା୫: କରୋନା ଭାଇରସ୍‌ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶରେ ଜାରି ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ଭାରତୀୟ ଫସିରହିଛନ୍ତି।...

ଅର୍ଥ ଲଗାଣକାରୀ ସଂସ୍ଥା ଏଜେଣ୍ଟଙ୍କଠାରୁ ୫ ଲକ୍ଷ ଲୁଟ୍‌

ଭବାନୀପାଟଣା,୨।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବୋର୍ଡା ଫାଣ୍ଡି କାନ୍ଦୁଲଝର ଗାଁ ନିକଟରୁ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟମାନଙ୍କଠାରୁ ୫ ଲକ୍ଷ ଟଙ୍କା...

କରୋନା ଆକ୍ରାନ୍ତଙ୍କ ଆଶା ଟିଇଜି

କଲରାଡୋ: ଥ୍ରୋମ୍ବୋଇଲାଷ୍ଟୋଗ୍ରାଫି (ଟିଇଜି) ପରୀକ୍ଷା ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କୁ ସୁରକ୍ଷା ଦେବ। ଏହା ହୃଦ୍‌ଘାତ ଏବଂ କିଡ୍‌ନୀ ଫେଲ୍‌ ଭଳି ଜଟିଳ ବ୍ୟାଧି ଆଶଙ୍କାକୁ...

ଗ୍ରାହକଙ୍କୁ ଟାଣୁଛି ଜ୍ଞାନେନ୍ଦ୍ରଙ୍କ ବିରିଚକୁଳି ଆଳୁଦମ୍‌

କେନ୍ଦୁଝର, ୬ା୬(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ସଦର ମହକୁମାରେ ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ଜଳଖିଆ ତିଆରି ହୋଇ ବିକ୍ରି ହେଉଛି। ତେବେ ଗ୍ରାହକମାନଙ୍କ ମନମୋହୁଛି କଲେଜରୋଡରେ ଠେଲାଗାଡିରେ...

ଚାଇନାକୁ ପଛରେ ପକାଇଲା ବ୍ରିଟେନ୍‌: ୧୦ ଦିନରେ ୪୦୦୦ ଶଯ୍ୟା ବିଶିଷ୍ଟ ନାଇଟେଙ୍ଗଲ୍‌ ହସ୍ପିଟାଲର ନିର୍ମାଣ ଶେଷ

ଲଣ୍ଡନ,୨।୪: କରୋନା ସଂକ୍ରମଣର ମୁକାବିଲା ପାଇଁ ଚାଇନାର ପ୍ରସ୍ତୁତିକୁ ବ୍ରିଟେନ୍‌ ପଛରେ ପକାଇ ଦେଇଛି। ଲଣ୍ଡନରେ ବ୍ରିଟେନ ସୈନ୍ୟ ବାହିନୀ ପକ୍ଷରୁ ୪୦୦୦ ଶଯ୍ୟା ବିଶିଷ୍ଟ...

ଦୋଳଯାତ୍ରା ବେଳେ ବାଣ ଫୁଟି ୮ ଆହତ

ଧରାକୋଟ/ ଆସିକା,୧୬ା୩(ଡି.ଏନ.ଏ.) ଗଞ୍ଜାମ ଜିଲା ଧରାକୋଟ ଥାନା ଢଉଗଁା ପଞ୍ଚାୟତ କେ.ରାମଚନ୍ଦ୍ରପୁର (କଇଠିରା) ଗ୍ରାମରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଶନିବାର ରାତିରେ ପୌରାଣିକ ନାଟକ ପରିବେଶଣ କରାଯାଉଥିଲା।...

ଲକ୍‌ଡାଉନ ନିୟମ ଉଲ୍ଲଂଘନ: ବ୍ରହ୍ମପୁର ଜିଲାରେ ୧୭୫୭ ବାଇକ୍‌ ଜବତ

ବ୍ରହ୍ମପୁର ଅଫିସ,୧୦ା୪-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ଲକ୍‌ଡାଉନ ପାଇଁ କଡା ନିୟମ କରାଯାଇଛି। ଜରୁରୀ କାମ ନ ଥିଲେ ଘରୁ ନ...

Leave a comment

Your email address will not be published. Required fields are marked *