୪୪ରେ ପାଦଦେଲେ ସ୍ମୃତି ଇରାନୀ: ଟିଭି ପରଦାରୁ ରାଜନୀତି

ମୁମ୍ବାଇ: ଭାଜପା ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସ୍ମୃତି ଇରାନୀ ସୋମବାର ୪୪ ବର୍ଷରେ ପାଦଦେଇଛନ୍ତି। ସେ ୧୯୭୬ ମାର୍ଚ୍ଚ ୨୩ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ମ୍ୟାକ୍‌ ଡୋନାଲ୍ଡ କମ୍ପାନୀରେ କାମ କରୁଥିବା ସ୍ମୃତି ଟେଲିଭିଜନରେ ବିଭିନ୍ନ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିପାରିଥିଲେ। ୧୯୯୮ରେ ସେ ମିସ୍‌ ଇଣ୍ଡିଆ ପିଜାଣ୍ଟ୍‌ ଫାଇନାଲ୍‌ରେ ସ୍ଥାନ ଅଧିକାର କରିଥିଲେ। ସେହିବର୍ଷ ସେ ମିକା ସିଂଙ୍କ ଆଲବମ୍‌ ‘ସାବନ୍‌ ମେ ଲଗ୍‌ ଗଇ ଆଗ୍‌’ରେ ଅଭିନୟ କରିଥିଲେ। ୨୦୦୦ରେ ସେ ଟିଭି ଧାରାବାହିକ ‘ଆତିଶ୍‌’ ଏବଂ ‘ହମ୍‌ ହୈ କଲ୍‌ ଆଜ ଔର କଲ୍‌’ରେ ଅଭିନୟ କରିଥିଲେ। ତେବେ ଏକତା କପୁରଙ୍କ ‘କ୍ୟୁଁ କି ଶାଶ୍‌ ଭି କଭି ବୋହୂ ଥି’ ଧାରାବାହିକରେ ଅଭିନୟ କରି ସ୍ମୃତିଙ୍କୁ ବେଶ୍‌ ପରିଚିତି ମିଳିପାରିଥିଲା। ସ୍ମୃତି ‘ଅଲ୍‌ ଇଜ୍‌ ଓ୍ବେଲ୍‌’, ‘ଜୟ ବୋଲୋ ତେଲେଙ୍ଗାନା’, ‘ମାଲିକ୍‌ ଏକ୍‌’, ଅମ୍ରିତା ଆଦି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ୨୦୦୧ରେ ସେ ଜୁବିନ୍‌ ଇରାନୀଙ୍କୁ ବିବାହ କରିଥିଲେ। ୨୦୦୩ରେ ସ୍ମୃତି ଭାଜପାରେ ଯୋଗଦେଇଥିଲେ। ଏହାପରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା।


All Right Reserved By Dharitri.Com

ନାୟକ ହେବାପାଇଁ ପିଲାବେଳୁ ଇଚ୍ଛା ଥିଲା

ଜଣେ ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରି ‘ତୁ ମୋ ଲଭ୍‌ଷ୍ଟୋରି’ ଫିଲ୍ମରେ ମୁଖ୍ୟ ନାୟକ ଭାବେ ନଜରକୁ ଆସିଥିଲେ ସ୍ବରାଜ। ଓଡ଼ିଆ ଫିଲ୍ମ...

୫୪ ବର୍ଷରେ କିଙ୍ଗ୍‌ ଖାଁ: ଗୌରୀଙ୍କୁ ନେଇ ପ୍ରେମ କାହାଣୀ ରହିଥିଲା ଚର୍ଚ୍ଚାରେ…

ମୁମ୍ବାଇ,୨।୧୧: କିଙ୍ଗ୍‌ ଖାଁ ଶାହରୁଖ୍‌ ଶନିବାର ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ନଭେମ୍ବର ୨ରେ ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଗୌରୀଙ୍କୁ ନେଇ ତାଙ୍କର...

ଅଟୋରେ ଗଲେ ମଲାଇକା

ମୁମ୍ବାଇ: ବଲିଉଡ୍‌ ଫିଟ୍‌ନେସ୍‌ କୁଇନ୍‌ ମଲାଇକା ଆରୋରା ଏବେ ଲକ୍ଜରିୟସ କାର୍‌ ଛାଡି ଅଟୋରେ ଯାତ୍ରା କରିଛନ୍ତି। ନିଜର ଷ୍ଟାଇଲିସ୍‌ ଲୁକ୍‌ ପାଇଁ ଚର୍ଚ୍ଚାରେ ରହୁଥିବା...

ସୁନୀଲ୍‌ଙ୍କୁ ଥାପଡ଼ ମାରିଲେ କଟ୍ରିନା: ହସି ହସି ଗଡିଗଲେ ସଲମାନ୍‌

କମେଡି କଳାକାର ସୁନୀଲ ଗ୍ରୋଭର ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କୁ ଦେଖି ଖୁବ୍‌ ଜୋର୍‌ରେ ହସିବାକୁ ଲାଗିଲେ। ଏହା ଦେଖି କ୍ୟାଟ୍‌ ଜୋର୍‌ରେ ରାଗି ଯିବା ସହ...

ଚୁଜି ହେଲେଣି ଅନନ୍ୟା

ନବାଗତା ଅନନ୍ୟା ଏବେ ଚୁଜି ହେଲେଣି। ଭୂମିକା ହେଉ କି କାହାଣୀ ଯଦି ପସନ୍ଦ ନ ହେଲା ତେବେ ସିଧା ସିଧା ମନା କରିଦେଉଛନ୍ତି। ନିକଟରେ...

ପୁଣି ଜମିବ ଯୋଡି: କପିଲଙ୍କ ଶୋ’କୁ ଫେରିବେ ସୁନୀଲ ଗ୍ରୋଭର

ଦୀର୍ଘ ଦିନର ଶତ୍ରୁତା ପରେ ଏବେ ପୁଣି ଥରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର। ଏହି...

ମାତ୍ର ୧୬ ବର୍ଷ ବୟସରେ ବଲିଉଡରେ ବୋଲ୍ଡ୍‌ ସିନ୍‌ ଦେଇଥିଲେ ଏହି ନାୟିକା

ମୁମ୍ବାଇ: ୮୦ ଦଶକରେ ବଲିଉଡ୍‌ ପରଦାରେ ବୋଲ୍ଡ ସିନ୍‌ କଥା କହିଲେ ବା ଶୁଣିଲେ ଟିକେ ଅଡୁଆ ଲାଗୁଥିଲା। ତଥାପି ସେ ସମୟରେ ମାତ୍ର ୧୬...

ବାରାଣସୀରେ ଛୁଟି ମନାଉଛନ୍ତି ଜାହ୍ନବୀ

ଅଭିନେତ୍ରୀ ଜାହ୍ନବୀ କପୁର ଏବେ ବାରାଣସୀରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଜଣେ ବାନ୍ଧବୀଙ୍କ ସହ...

Leave a comment

Your email address will not be published. Required fields are marked *