କରୋନା ସଂକ୍ରମିତଙ୍କ ଆଣ୍ଟିବଡିରୁ ଜାପାନ ପ୍ରସ୍ତୁତ କଲା ଟିଏକେ-୮୮୮ ଔଷଧ

ଟୋକିଓ,୨୩।୩: କରୋନା ସଂକ୍ରମଣ ଯୋଗୁ ସାରା ଦୁନିଆରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାକୁ କିପରି ରୋକା ଯିବ ସେ ନେଇ ଆମେରିକା ଏବଂ ଚାଇନା ଗବେଷଣା ଜାରି ରଖିଛନ୍ତି। ଆମେରିକା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଉଦ୍ୟମ ଅବ୍ୟାହତ ରଖିଛି। ସେହିପରି ଚାଇନା ଗତ ଫେବୃୟାରୀଠାରୁ ଏନେଇ ନାନା ପରୀକ୍ଷା କରୁଛି। ଏପରିସ୍ଥଳେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କ ଆଣ୍ଟିବଡିରୁ ଔଷଧ ପ୍ରସ୍ତୁତ କରିବା ଲାଗି ଜାପାନ ଅଣ୍ଟା ଭିଡ଼ିଛି। ଏହାର ନାମ ଟିଏକେ-୮୮୮ ରଖାଯାଇଛି। ଏହା ଅନ୍ୟ ସଂକ୍ରମିତଙ୍କୁ ସୁସ୍ଥ କରିବାରେ ବେଶ୍‌ ସହାୟକ ହେବ ବୋଲି ଔଷଧ କମ୍ପାନୀ ଟାକେଡା ଫାର୍ମା ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସିରମ୍‌ ଅର୍ଥାତ୍‌ ବ୍ଲଡ୍‌ ପ୍ଲାଜମାରୁ ଆଣ୍ଟିବଡି ସଂଗ୍ରହ କରାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଛି। ଇତିମଧ୍ୟରେ କମ୍ପାନୀ ପକ୍ଷରୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଔଷଧ ପ୍ରସ୍ତୁତି ଶେଷ ହୋଇଛି। ଏହାକୁ ଇଣ୍ଟ୍ରାଭେନସ୍‌ ହିମୋଗ୍ଲୋବିନ୍‌ ଭାବେ ନାମିତ କରାଯାଇଛି। ଏହାର ପ୍ରସ୍ତୁତିରେ ମଧ୍ୟ ସୁସ୍ଥ ଲୋକଙ୍କ ଆଣ୍ଟିବଡିର ବ୍ୟବହାର କରାଯାଇଥିବା କମ୍ପାନୀ କହିଛି।


All Right Reserved By Dharitri.Com

୫୮୮ ପ୍ରବାସୀଙ୍କୁ ନେଇ ଭାରତରେ ପହଞ୍ଚିଲା ଆଇଏନ୍‌ଏସ୍‌ ଜଲାଶ୍ୱ

କୋଚି,୧୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ...

୧୯୧୮ରେ ‘ସ୍ପାନିଶ୍‌ ଫ୍ଲୁ’କୁ ହରାଇଥିଲେ, ଏବେ କରୋନାକୁ

ମାଦ୍ରିଦ୍‌,୨୬।୪: କରୋନା ଭାଇରସ୍‌(କୋଭିଡ୍‌-୧୯)ରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଉଦାହରଣ ଭାବେ ଏହି ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ଆମେରିକାର...

ପୁରୀରୁ ଆଉ ୧୬ ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ଛୁଇଁଲା ୮୧

ପୁରୀ ଅଫିସ,୨୪।୫: ପୁରୀ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଶନିବାର ୧୭ ଆକ୍ରାନ୍ତ ଚିହ୍ନଟ ପରେ ଜିଲାର ମୋଟ...

ବଲାଙ୍ଗୀରରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୨।୫: ବଲାଙ୍ଗୀର ଜିଲାରେ ଶୁକ୍ରବାର ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚାୟତର ମୁରିବାହାଲ...

ଶିତଳାପଲିରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ନେଇ ଗଞ୍ଜାମ ପ୍ରଶାସନକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଛି। ଗତ ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଏ ନେଇ...

ପାକିସ୍ତାନକୁ ଶକ୍ତ ଝଟ୍‌କା: ୪୪୦ ନିୟୁତ ଡଲାର ସହାୟତା କମାଇଲା ଆମେରିକା

ନୂଆଦିଲ୍ଲୀ,୧୮ା୮: ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆମେରିକା ପାକିସ୍ତାନକୁ ଯୋଗାଉଥିବା ଆର୍ଥିକ ସହାୟତାକୁ ୪୪୦...

ହୋଟେଲରେ ୮ ପର୍ଯ୍ୟଟକଙ୍କ ମୃତ୍ୟୁ

କାଠମାଣ୍ଡୁ,୨୧।୧: ନେପାଳର ଦାମନରେ ଏକ ହୋଟେଲରେ ୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନେ ସମସ୍ତେ କେରଳର ବୋଲି କୁହାଯାଉଛି। ମକଓ୍ବାନପୁରର ଏସ୍‌ପି...

ଭାତ-ଡାଲି ଆନୁବଂଶିକ ରୋଗରୁ ଦେବ ମୁକ୍ତି

ବର୍ଲିନ୍‌,୧୯।୯: ଭାରତୀୟ ଖାଦ୍ୟ ଭାତ-ଡାଲି ଆନୁବଂଶିକ ରୋଗରୁ ମୁକ୍ତି ଦେବ। ଜର୍ମାନୀର ଲ୍ୟୁବେକ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି। ଆନୁବଂଶିକ...

Leave a comment

Your email address will not be published. Required fields are marked *