ରୁଟିରେ ଘିଅ ଲଗାଇ ଖାଇଲେ ମିଳେ ଏସବୁ ଲାଭ

ଅଧିକାଂଶ ଲୋକେ ତେଲିଆ ଖାଦ୍ୟ ଖାଇବାକୁ ପସନ୍ଦ କରି ଥାଆନ୍ତି। ହେଲେ ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଡାକ୍ତର କୁହନ୍ତି। ଆଉ କେତେଜଣ ରୁଟିରେ ରିଫାଇନ୍‌ ତେଲ ଲଗାଇ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। କିନ୍ତୁ ଏହା ଶରୀର ପାଇଁ ବେଶି କ୍ଷତିକାରକ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। କିନ୍ତୁ ରୁଟିରେ ଘିଅ ଲଗାଇ ଖାଇବା ଭଲ ବୋଲି ଏମାନେ ମତ ଦେଇଛନ୍ତି।
-ଘିଅ ଶରୀରର ମେଟାବୋଲିଜିମକୁ ବଢାଇଥାଏ। ଯାହାଦ୍ୱାରା ଶରୀରର ଓଜନ ସହଜରେ କମ୍‌ ହୋଇଥାଏ।
-ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ଡେଡ୍‌ ସେଲକୁ ନଷ୍ଟ କରିଦେଉଥିବାରୁ ମୁହଁରେ ବ୍ରଣ ହୋଇ ନ ଥାଏ।
-ରୁଟିରେ ଘିଅ ଲଗାଇ ଖାଇଲେ ପେଟ ସମସ୍ୟା ଯେପରିକି କୋଷ୍ଠକାଠିନ୍ୟ, ଏସିଡିଟି ଆଦି ଠିକ୍‌ ହୋଇଥାଏ। ଏହାସହ ପେଟ ଦରଜ ଥିଲେ ଏହା ଠିକ୍‌ ହୋଇଥାଏ।
-ଘିଅ ଶରୀରରେ ଥିବା ଅଦରକାରୀ କୋଲେଷ୍ଟରଲକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ।
-ଶରୀରରେ ରକ୍ତ ସଞ୍ଚାଳନ ସୂଚାରୁରୂପେ କରିବାରେ ଘିଅ ସାହାଯ୍ୟ କରିଥାଏ।


All Right Reserved By Dharitri.Com

ନିଦ୍ରାହୀନତା ପାଇଁ ଖାଆନ୍ତୁ ଏହିସବୁ ଫଳ

ଆଜିର ଯୁବବର୍ଗଙ୍କୁ ବିଳମ୍ବିତ ରାତି ଯାଏ ଅନିଦ୍ରା ରହିବାର ଅଭ୍ୟାସ ଘାରିଛି। ଏହାର ଫଳ ସ୍ବରୂପ ସାରାଦିନ ଥକ୍କାପଣ, ଦୁର୍ବଳ ଏବଂ ହାଲିଆ ଲାଗିଥାଏ। ଏଥିପାଇଁ...

ସ୍କିନ୍‌ କ୍ୟାନ୍‌ସର ଚିକିତ୍ସାର ସହଜ ଉପାୟ

ସ୍କିନ୍‌(ଚର୍ମ) କ୍ୟାନସର ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ପାଇଁ ଖୁସି ଖବର। ଏଥିରୁ ଉପଶମ ପାଇବାର ଏକ ଉପାୟ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି ୟେଲେ ୟୁନିଭର୍ସିଟି...

ଉପକାରୀ ଅଦା ରସ

ଅଦା ରସରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୧୦-୨୦ ମିଲିଲିଟର ଅଦା ରସରେ ଅଳ୍ପ ଗୁଡ଼ ମିଶାଇ...

ଇନ୍‌ସୁଲିନ ସ୍ତରକୁ ନିୟନ୍ତ୍ରଣରେ ରଖେ କାକୁଡ଼ି

କାକୁଡ଼ିରେ ରହିଛି ଫାଇବର ଓ ପୋଟାସିୟମ। ଏହାକୁ ନିୟମିତି ଖାଇଲେ ସବୁ ପ୍ରକାର କିଡ୍‌ନୀ ସମସ୍ୟା ଠିକ୍‌ ହୋଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଛନ୍ତି।...

ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ ଗ୍ରୀନ ଟି

ଗ୍ରୀନ ଟି ସ୍ବାସ୍ଥ୍ୟପକ୍ଷେ ଅଧିକ ଲାଭଦାୟକ । ଏହା ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ। ତ୍ୱଚା ସମସ୍ୟ ଯାଥା କଳା...

ଆଖି ଥାଏ ସବୁବେଳେ ଜାଗ୍ରତ…

ମଣିଷ ଶୋଇଥିବା ସମୟରେ ମଧ୍ୟ ଆଖି ଜାଗ୍ରତ ରହିଥାଏ। ସାରା ଶରୀର ନିଦ୍ରାରେ ଥିବାବେଳେ କେବଳ ଆଖି ରହିଥାଏ ସଜାଗ। ଏନେଇ କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ...

ବହୁ ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଗାଈ କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ ବହୁରୋଗରୁ ମୁକ୍ତି ମିଳିଥାଏ। ଏହାଦ୍ୱାରା ଥଣ୍ଡା, କାଶ, ଆଦି ରୋଗ ଭଲ ହେବା ସହିତ କର୍କଟ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସେ…

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *