ସଂକ୍ରମିତଙ୍କୁ ଛୁଇଁଲେ ହେବ କି କରୋନା !

ଓ୍ବାଶିଂଟନ,୨୩।୩: କରୋନା ସଂକ୍ରମଣ କିଭଳି ହୋଇଥାଏ। ଏସମ୍ପର୍କିତ ବହୁ ପ୍ରଶ୍ନ ଏବେ ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଛି। କେହି କେହି ଏହା ସଂକ୍ରମିତଙ୍କୁ ଛୁଇଁଲେ ବ୍ୟାପିଥାଏ ବୋଲି କହିଥାନ୍ତି। ତେବେ ପ୍ରକୃତ ପକ୍ଷେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ସଂକ୍ରମିତଙ୍କୁ ଛୁଇଁଲେ ହୁଏତ ସୁସ୍ଥ ଲୋକଙ୍କ ହାତରେ ଏହି ଭୂତାଣୁ ରହିଥାଏ। କିନ୍ତୁ ଏହା ସୁସ୍ଥ ଲୋକଙ୍କ ଶରୀରରେ ପ୍ରବେଶ କରି ରୋଗ ପ୍ରତିରୋଧିକ ଶକ୍ତିକୁ ନଷ୍ଟ କଲେ ହିଁ ସଂକ୍ରମିତ ହୋଇପାରେ। ଯଦି ସଂକ୍ରମିତଙ୍କୁ ଛୁଇଁଲେ ସଂକ୍ରମଣ ହୁଅନ୍ତା ତେବେ ସବୁ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ଏବଂ ସମାଜକର୍ମୀ ବିପଦରେ ପଡ଼ିଥାନ୍ତେ। କାରଣ ସେମାନେ ସଂକ୍ରମିତଙ୍କ ସହିତ ସବୁବେଳେ ରହୁଛନ୍ତି। ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିଲେ କରୋନାଠାରୁ ଦୂରେଇ ରହିହେବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି। ସେହିପରି ବାହାରେ ଛେପ ପକାଇବାକୁ ମଧ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମାର୍ଗ ଦର୍ଶିକାରେ କୁହାଯାଇଛି। ସଂକ୍ରମିତଙ୍କ ଛେପରେ ଥିବା ଭୂତାଣୁ ବ୍ୟାପିବାର ଆଶଙ୍କା ରହିଥାଏ। ମାତ୍ର ଖରା ଅବା ଅଧିକ ତାପମାତ୍ରାରେ ଏହା ଶୁଖିଗଲେ ଆଦ୍ରତା ଅଭାବରୁ କରୋନା ଭୂତାଣୁ ବ୍ୟାପିବାରେ ବାଧା ସୃଷ୍ଟି ହୋଇଥାଏ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଦର୍ଶାଯାଇଛି।


All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ ପାଇଁ ମୋ ଘରକୁ ବ୍ୟବହାର କରିପାରିବେ ସରକାର: ତେଜସ୍ବୀ

ପାଟନା,୨୩।୩: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ନିଜ ନିଜ ପକ୍ଷରୁ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି...

ମୋଦିଙ୍କ ନିବେଦନ ସହର ଛାଡି ଗାଁକୁ ଯାଆନ୍ତୁ ନାହିଁ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସର ଭୟାବହତାକୁ ଦେଖି ଦେଶର ଅଧିକାଂଶ ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକଙ୍କ ପେଟପାଟଣା ଉପରେ ଏହାର ପ୍ରଭାବ ପଡିଛି। ଏହାକୁ...

କରୋନା ଭାଇରସ୍‌: ଲୋକ ସଭା ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୨୩।୩: କରୋନା ଭାଇରସ୍‌ ସାରା ଦେଶରେ ପ୍ରକୋପ ଜାରି ରହିଛି। ଏହାକୁ ରୋକିବା ପାଇଁ ଭାରତ ସରକାର କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ପିଜୁଳି

ଅନେକ ଲୋକ ପିଜୁଳି ଖାଇବାକୁ ପସନ୍ଦ କରିଥାନ୍ତି। ପିଜୁଳି ଖାଇବାକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟପାଇଁ ମଧ୍ୟ ସେତିକି ଉପକାରୀ। ଖାସ୍‌ ଭାବେ ମଧୁମେହ ରୋଗୀଙ୍କ ପାଇଁ...

ରାୟଗଡ଼ାରେ ଫସିଛନ୍ତି ୧୮ ତୀର୍ଥଯାତ୍ରୀ

ରାୟଗଡ଼ା ଅଫିସ,୨୬।୩: ଛତିଶଗଡ଼ର ୧୮ ତୀର୍ଥଯାତ୍ରୀ ଗତ ୧୨ ତାରିଖରେ ଛତିଶଗଡ଼ର ମାହାସାମୁଦ୍ର ଜିଲାର ନାନ୍ଦଗାଓଁରୁ ତୀର୍ଥ ଯାତ୍ରା ଆରମ୍ଭ କରିଥିଲେ। ୨୨ ତାରିଖରେ ସେମାନଙ୍କ...

ପୁଷ୍ପର ସୌନ୍ଦର୍ଯ୍ୟରେ ଲୁକ୍କାୟିତ ବିଷ

”ଡାଫୋଡିଲ୍‌ର ଫଳ ଠିକ୍‌ ଦେଖିବାକୁ ପିଆଜ ପରି। ତେଣୁ ଏହା ଅନେକ ସମୟରେ ପିଆଜର ଭ୍ରମ ସୃଷ୍ଟି କରେ। ଏହି ଫଳରେ ସବୁଠାରୁ ଅଧିକ ଲାଇକୋରିନ୍‌...

ମେଦବହୁଳତାଠୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଉଷୁମ ପାଣିରେ ମିଶାଇ ପିଅନ୍ତୁ ଏହି ଲୁଣ…

ସକାଳେ ଟିପେ କଳା ଲୁଣ(ସୈନ୍ଧବ ଲବଣ) ଗ୍ଲାସେ ଉଷୁମ ପାଣି ସହିତ ପିଇଲେ ମିଳିଥାଏ ଅନେକ ଉପକାର। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରେ। ମେଦବହୁଳତା...

ଉପକାରୀ ଅଦା ରସ

ଅଦା ରସରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୧୦-୨୦ ମିଲିଲିଟର ଅଦା ରସରେ ଅଳ୍ପ ଗୁଡ଼ ମିଶାଇ...

Leave a comment

Your email address will not be published. Required fields are marked *