ଓ୍ବାର୍ନରଙ୍କ ବ୍ୟାଟ୍‌ରେ ସେନ୍‌ସର

ଲଣ୍ଡନ,୯ା୬(ପି.ଟି.): ଅଷ୍ଟ୍ରେଲିଆ ଓପନର ଡେଭିଡ୍‌ ଓ୍ବାର୍ନର ବିଶ୍ୱକପ୍‌ରେ ଘାତକ ବୋଲରଙ୍କ ସମ୍ମୁଖୀନ ହେବା ପାଇଁ ବ୍ୟାଟ୍‌ରେ ଏକ ନୂଆ ଯନ୍ତ୍ରର ବ୍ୟବହାର କରିଛନ୍ତି। ସେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବୁର ବ୍ୟାଟ୍‌ରେ ସେନ୍‌ସର ଲଗାଇ ଅଭ୍ୟାସ କରିଥିଲେ। ଏହି ସେନ୍‌ସରରେ ବ୍ୟାଟ୍‌ର ବ୍ୟାକଲିଫ୍ଟ କୋଣ ଓ ସର୍ବାଧିକ ଗତ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଷ୍ଟୋର ହୋଇପାରିବ। ଏହି ଯନ୍ତ୍ରର ବ୍ୟବହାରକୁ ୨୦୧୭ରେ ଆଇସିସି ସ୍ବୀକୃତି ଦେଇଥିଲା। ହେଲେ ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ଖେଳାଳି ଏହାକୁ ବ୍ୟବହାର କରି ନ ଥିଲେ। ବେଙ୍ଗାଲୁରୁସ୍ଥିତ ଏକ କମ୍ପାନୀ କ୍ରିକେଟରଙ୍କ ପାଇଁ ‘ବ୍ୟାଟ୍‌ ସେନ୍ସ’ ନାମକ ଚିପ୍‌ ନିର୍ମାଣ କରିଥିଲେ। ଏହାକୁ ବ୍ୟାଟର ହ୍ୟାଣ୍ଡେଲ ଉପରେ ଲଗାଯାଏ। ଯେତେବେଳ ପର୍ଯ୍ୟନ୍ତ ଜଣେ ବ୍ୟାଟ୍ସମ୍ୟାନ ଏହାକୁ ବ୍ୟବହାର କରି ବ୍ୟାଟିଂ କରୁଛନ୍ତି, ସେ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ମୋବାଇଲ ‘କ୍ଲାଉଡ୍‌ ଷ୍ଟୋରେଜ’ ଆପରେ ଷ୍ଟୋର ହୁଏ। ଏହାକୁ ବ୍ୟବହାର କରି ଓ୍ବାର୍ନର ନିଜ ବ୍ୟାଟିଂ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି, ଯାହାକି ତାଙ୍କୁ ଯଶପ୍ରୀତ୍‌ ବୁମରାଙ୍କ ଭଳି ବୋଲରଙ୍କୁ ଆଟାକ୍‌ କରିବାରେ ସହାୟକ ହେବ। ତେବେ ସେ ଏହି ଚିପକୁ ମ୍ୟାଚ୍‌ବେଳେ ବ୍ୟବହାର କରିବେ କି ନାହିଁ ଜଣାନାହିଁ ବୋଲି ଆଇସିସି ସହ ଜଡ଼ିତ ଥିବା କମ୍ପାନୀ ମୁଖ୍ୟ ଅତୁଲ ଶ୍ରୀବାସ୍ତବ କହିଛନ୍ତି। ସୂଚନାଥାଉ କି, ଏପର୍ଯ୍ୟନ୍ତ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଏହି ଉପକରଣ ବ୍ୟବହାର କରିନାହାନ୍ତି।


All Right Reserved By Dharitri.Com

ଭାରତୀୟ ଦଳରେ ଫାଟ

ମୁମ୍ବାଇ,୧୩।୭- ଚଳିତ ବିଶ୍ୱକପ୍‌ ସେମିଫାଇନାଲ ପରାଜୟ ପରେ ଭାରତୀୟ ଦଳରେ ଫାଟ ଦେଖାଦେଇଥିବା କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଭାରତୀୟ ଦଳର ସମସ୍ତ ସଦସ୍ୟ ୧୪...

ଅମ୍ପାୟର ନୋ ବଲ ଦେବାରୁ ଚାଲାକି କଲେ ପୋଲାର୍ଡ

ବିଜୟନଗରମ୍‌,୧୨।୧୧- ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ ଏଠାରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ନିଜ ଚାଲାକିର ନମୁନା ଦେଖାଇଛନ୍ତି। ଆଫଗାନିସ୍ତାନ ଇନିଂସର...

ଶୀର୍ଷ ସ୍ଥାନ ବଜାୟ ରଖିଲେ ଓସାକା

ରୋମ,୧୭ା୫(ଏଏଫ୍‌ପି)- ଜାପାନର ନାଓମି ଓସାକା ଗୁରୁବାର ଦୁଇଟି ମ୍ୟାଚ୍‌ ଜିତି ଇଟାଲିଆନ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ...

ଜାତୀୟ ଫୁଟବଲ ଶିବିରରେ ୩ ଓଡ଼ିଆ

କଟକ ଅଫିସ,୩୦ା୧୦- ଆସନ୍ତା ନଭେମ୍ବର ପହିଲାରୁ ଗୋଆର ମରଗାଓ ସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୧୭ବର୍ଷରୁ କମ ଜାତୀୟ ବାଳିକା ଫୁଟବଲ ଦଳର ପ୍ରସ୍ତୁତି ଓ...

ପାକିସ୍ତାନର କୋଚ ହେବାକୁ ଚାହୁଁଛନ୍ତି ରୋହିତ ଶର୍ମା

ଲଣ୍ଡନ, ୧୭।୬: ବିଶ୍ୱକପରେ ପାକିସ୍ତାନକୁ ଲଗାତର ୭ମ ଥର ପରାସ୍ତ କରିବା ପରେ ଚାରିଆଡେ ଭାରତୀୟ ଦଳର ଚର୍ଚ୍ଚା ହେଉଛି। ରବିବାର ପାକିସ୍ତାନକୁ ୮୯ରନରେ ପରାସ୍ତ...

ରେକର୍ଡ ଭାଙ୍ଗିବାରୁ କୋହଲି, ବାବରଙ୍କୁ କ୍ଷମା ମାଗିଲେ ବ୍ୟାଟ୍ସମ୍ୟାନ

ଆମଷ୍ଟରଡାମ,୪।୧୦: ନେଦରଲାଣ୍ଡ କ୍ରିକେଟର ରାୟାନ ଟେନ୍‌ ଡୋସଚେଟଙ୍କଠାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପାକିସ୍ତାନ ସେନସେଶନ ବାବର ଆଜମ ପଛରେ ରହିଛନ୍ତି। ଦିନିକିଆ କ୍ରିକେଟରେ...

ଡିଏଭି ଜୋନାଲ ଶୁଟିଂ, ରୋଲର ସ୍କେଟିଂ ମିଟ୍‌

ଭୁବନେଶ୍ୱର, ୨୫।୧୦(କ୍ରୀଡ଼ା ପ୍ରତିନିଧି)-ୟୁନିଟ-୮ ଡିଏଭି ସ୍କୁଲ ଆନୁକୂଲ୍ୟରେ ଜୋନାଲ ମିଟ୍‌ର ବନ୍ଧୁକ ଚାଳନା ଓ ରୋଲର ସ୍କେଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ରାଇଫଲ...

ସ୍ବିଡେନ୍‌ରେ ସ୍ବର୍ଣ୍ଣ ଜିତିଲେ ଚିତ୍ରା

ନୂଆଦିଲ୍ଲୀ, ୧୯ା୬ (ପି.ଟି.): ସ୍ବିଡେନ୍‌ର ସୋଲେନ୍‌ଟୁନାଠାରେ ଚାଲିଥିବା ଫୋକ୍‌ସାମ୍‌ ଗ୍ରାଁ ପ୍ରିରେ ଭାରତର ଏସିଆନ ଚାମ୍ପିୟନ ପି. ୟୁ. ଚିତ୍ରା ମହିଳା ୧୫୦୦ ମିଟର ଦୌଡ଼ରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *