ଜନନୀ ଯନ୍ତ୍ରଣା: ଗ୍ରାମକୁ ରାସ୍ତା ନ ଥିବାରୁ ଭାରରେ ବୁହାହେଲେ ଗର୍ଭବତୀ

ଚିତ୍ରକୋଣ୍ଡା,୨୩।୩(ଡି.ଏନ୍‌.ଏ.): ନଜରକୁ ଆସିଛି ଆଉ ଏକ ଜନନୀ ଯନ୍ତ୍ରଣା। ଗ୍ରାମକୁ ରାସ୍ତା ନ ଥିବାରୁ ଗର୍ଭବତୀଙ୍କୁ ଭାରରେ ବୁହାଇବାକୁ ପଡ଼ିଛି। ରବିବାର ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନୁଆଗୁଡ଼ା ପଞ୍ଚାୟତ ପାଲିଗୁଡ଼ା ଗ୍ରାମରେ।
ଗ୍ରାମର ଭୀଷ୍ମ ହନ୍ତାଳଙ୍କ ସ୍ତ୍ରୀ ଡମୁଣୀଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ତେଣୁ ଭୀଷ୍ମ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ମାତ୍ର ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ପ୍ରାୟ ୩ କିମି ଦୂର ରଥଗୁଡ଼ାଠାରେ ଅଟକି ଯାଇଥିଲା। ଆମ୍ବୁଲାନ୍ସସରେ ୩ କର୍ମଚାରୀ ଗ୍ରାମକୁ ଆସିଥିଲେ। ଡମୁଣୀଙ୍କ ଆତ୍ମୀୟଙ୍କ ସହ କର୍ମଚାରୀମାନେ ତାଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ପରେ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


All Right Reserved By Dharitri.Com

ଡାକ୍ତରଖାନାରୁ ଚିକିତ୍ସାଧୀନ କଏଦୀ ଫେରାର

ବରଗଡ଼ ଅଫିସ,୨୩।୮: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ବିଚାରାଧୀନ କଏଦୀ ଗୁରୁବାର ବିଳମ୍ବିତ ରାତ୍ରିରେ ଫେରାର ହୋଇ ଯାଇଛନ୍ତି। ଫେରାର କଏଦୀ...

ସ୍ବାଭାବିକ ହେଲା ବଜେଟ ଆଲୋଚନା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ କରାଯାଇଥିବା ବଜେଟ ଉପରେ ମଙ୍ଗଳବାର ଆଲୋଚନା ହୋଇଛି। ସୋମବାର ବିରୋଧୀ ଦଳଗୁଡ଼ିକର...

ମାର୍ଚ୍ଚ ୫ରେ ଥାଇଲାଣ୍ଡରୁ ଫେରିଥିଲେ ଯୁବକ, ୧୩ ଦିନ ପରେ ଅସୁସ୍ଥ ହେବା ନେଇ ଆତଙ୍କିତ ଗ୍ରାମବାସୀ

ଖଇରା,୧୯।୩(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଔପଦା ବ୍ଲକ ଅଧୀନ ଜାନିକାପାଳ ଗ୍ରାମର ଜଣେ ଯୁବକ ଥାଇଲାଣ୍ଡରୁ ଫେରିବାର ୧୩ ଦିନ ପରେ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଥଣ୍ଡା,କାଶ...

ସାଇକେଲ ମରାମତି ସହ ଜନସେବା

ଅନୁଗୋଳ ଜିଲା ବଅଁରପାଳ ବ୍ଲକ କନିଆବେଡ଼ା ଗ୍ରାମର କିଶୋରୀ ସାହୁ(୩୮)। ସ୍ତ୍ରୀ, ଦୁଇ ପୁଅ ଓ ମାଆ, ବାପାଙ୍କୁ ନେଇ ତାଙ୍କ ପରିବାର। ଅଷ୍ଟମ ଶ୍ରେଣୀ...

ମାଙ୍କଡ଼ ଆକ୍ରମଣରେ ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ

ବିଞ୍ଝାରପୁର/ବରୀ,୪ା୧ (ଡି.ଏନ.ଏ/ସ୍ବ.ପ୍ର.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରିଲୋ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କୁ ମାଙ୍କଡ଼ ଆକ୍ରମଣ କରିବାରୁ ସେ ଛାତରୁ ଖସି ପଡ଼ି...

ସାଡ଼ିଙ୍ଗିଆ, ପାଙ୍ଗା ପଞ୍ଚାୟତରେ ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ, ୩ା୯- କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ଓ ପାଙ୍ଗା ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲଗାଇଛନ୍ତି। କେକେବିଏନ ଡିଭିଜନର କାନ୍ଥ ପତ୍ରିକା...

ମାଓବାଦୀଙ୍କ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ଯବାନ

ରାୟଗଡ଼ା ଅଫିସ,୨୭।୧: ରାୟଗଡ଼ାର ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ ଉପରେ ଥିବା ଢାମୁଣିପଙ୍ଗା ଗ୍ରାମ ନିକଟରେ ରବିବାର ରାତିରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରିଥିଲେ।...

ବ୍ଲକ ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ତଦାରଖ

କେନ୍ଦୁଝର ୩୧ା୩(ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକର ସଦର ବିଡିଓ  ଜଗନ୍ନାଥ ହନୁମାନ ଓ  ଏବିଡିଓ ଭାଗବତ ନାଏକ ତଦାରଖ...

Leave a comment

Your email address will not be published. Required fields are marked *