ରକ୍ତ ପରୀକ୍ଷାରୁ ଜାଣିହେବ ପୃଥୁଳତା

ଆଜିକାଲି ପୃଥୁଳତା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭାହେଲାଣି। ଅବ୍ୟବସ୍ଥିତ ଜୀବନଶୈଳୀ, ଖାଦ୍ୟପେୟ ଆଦି କାରଣରୁ ଜଣେ ପୃଥୁଳତା ପରି ସମସ୍ୟାର ସମ୍ମୁଖୀନ ହୋଇଥାଏ। ତେବେ ଏହାକୁ କିପରି ନିରୂପଣ କରାଯିବ ସେ ନେଇ ଏକ ନୂଆ ଉପାୟ ଖୋଜିପାଇବାରେ ସକ୍ଷମ ହୋଇଛନ୍ତି ୟୁନିଭର୍ସିଟି ଅଫ୍‌ ଲଣ୍ଡନର ବିଶେଷଜ୍ଞମାନେ। ଜଣଙ୍କର ରକ୍ତ ପରୀକ୍ଷା କରି ଏ ସମ୍ପର୍କରେ ଜାଣିହେବ ବୋଲି ଏହି ୟୁନିଭର୍ସିଟିର ବିଶେଷଜ୍ଞମାନେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ରକ୍ତ ପରୀକ୍ଷା ସମୟରେ ଡିଏନ୍‌ଏରେ ମିଥିଲେନ୍ସ ସ୍ତରକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ପରେ ଏଥିରୁ ପୃଥୁଳତା ସମ୍ପର୍କରେ ସେମାନେ ସୂଚନା ପାଇପାରିଥିଲେ। ବିଶେଷଭାବରେ ଛୋଟ ପିଲାଠାରେ ଏପରି ପରୀକ୍ଷା ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଯଦି ଡିଏନ୍‌ଏରେ ମିଥଲେନ୍ସ ସ୍ତର ଅସନ୍ତୁଳିତ ରହେ ତେବେ ଶରୀରରେ ଚର୍ବି ପରିମାଣ ବଢ଼ିଥାଏ, ଯାହା ପରବର୍ତ୍ତୀ ସମୟରେ ପୃଥୁଳତା ପରି ସମସ୍ୟା ସୃଷ୍ଟିକରେ।


All Right Reserved By Dharitri.Com

ଜନ୍ମଦିନରେ କେକ୍‌ କାଟୁଥିଲେ ହୋଇଥାଏ…

ଆଜିକାଲି ଅଧିକାଂଶ ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକୀ ସବୁଥିରେ କେକ୍‌ କଟାଯାଉଛି। କେକ୍‌ କାଟିବା ପୂର୍ବରୁ ମହମବତୀ ଫୁଙ୍କି ଲିଭାଯିବାର ପରମ୍ପରା ମଧ୍ୟ ଚଳିଆସୁଛି।...

ହଳଦୀ ମିଶା କ୍ଷୀରପାନ ଅବସାଦ ଦୂରକରେ

ନୂଆଦିଲ୍ଲୀ: ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର...

ଉଷୁମପାଣି ଓ ଉଜ୍ଜ୍ୱଳ ତ୍ୱଚା

ଦୈନିକ ଦୁଇରୁ ତିନି ଗ୍ଲାସ୍‌ ଉଷୁମପାଣି ପିଇଲେ ତ୍ୱଚାର ଜଳୀୟାଂଶ ଠିକ୍‌ ରହିଥାଏ। ଫଳରେ ତ୍ୱଚା ରୁକ୍ଷ ଲାଗି ନ ଲାଗି ଚିକ୍କଣ ଏବଂ ଉଜ୍ଜ୍ୱଳ...

ଦାନ୍ତବିନ୍ଧାର ଘରୋଇ ଉପଚାର

ଖାଇବା ପରେ ଭଲ ଭାବରେ କୁଳିକରି ପାଟି ସଫା ନ କଲେ ଖାଇଥିବା ଖାଦ୍ୟାଂଶ ଦାନ୍ତ ସନ୍ଧିରେ ରହିଯାଇ ଦାନ୍ତଜନିତ ସମସ୍ୟା ସୃଷ୍ଟି କରିଥାଏ। ଫଳରେ...

କ୍ରଞ୍ଚି ଭେଜ୍‌

ଖାଦ୍ୟାବଳୀରେ ଏବେ ଷ୍ଟାର୍ଟର ଭାରି ପସନ୍ଦଯୋଗ୍ୟ ହେଉଛି। ମେନ୍‌କୋର୍ସକୁ ଯିବା ଆଗରୁ ଏଭଳି କିଛି ଷ୍ଟାର୍ଟର ଯାହା ପେଟ ଭରି ଦେଉଛି। କ୍ରିସ୍ପି ସ୍ବାଦକୁ ପନିର...

ଅଧିକ ଆଞ୍ଚରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ବଢେ ହୃଦ୍‌ରୋଗ ଆଶଙ୍କା

ଅଧିକ ଆଞ୍ଚରେ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର୍‌ ଏବଂ ହୃଦ୍‌ରୋଗ ଆଶଙ୍କା ବଢ଼ିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁମିଳିଛି।  ଏଡିନବର୍ଗ ୟୁନିଭର୍ସିଟି...

ନିତି ଏହି ଜୁସ୍‌ରୁ ଅଧାକପ୍‌ ରଖେ ହାର୍ଟ ଆଟାକ୍‌ରୁ ଦୂରେଇ…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍‌କୁ ନିୟମିତ ପିଇଲେ...

ଉପକାରୀ ଅପରାଜିତା ଫୁଲ ଚା’

ସାରାଦିନର କାର୍ଯ୍ୟବ୍ୟସ୍ତ ମଧ୍ୟରେ ଯଦି ଥକ୍କା ଅନୁଭବ କରୁଛନ୍ତି, ତେବେ ଅପରାଜିତା ଫୁଲ ଚା’ର ସେବନ କରନ୍ତୁ। ଫୁଲଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଔଷଧୀୟ...

Leave a comment

Your email address will not be published. Required fields are marked *