ଆଖି କ୍ୟାନ୍‌ସର ପାଇଁ ଇଞ୍ଜେକ୍‌ଶନ

ଦିନକୁ ଦିନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବନ ହେଉଛି। ତଥାପି କେତେକ ରୋଗ ଆଜି ମଧ୍ୟ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଠିଆ ହୋଇଛି। ତନ୍ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ନିକଟରେ ଆମେରିକୀୟ କ୍ୟାନ୍‌ସର ବିଜ୍ଞାନୀମାନେ ଏକ ନୂଆ ଇଞ୍ଜେକ୍‌ଶନ ପ୍ରସ୍ତୁତ କରିଛନ୍ତି। ଏହି ଇଞ୍ଜେକ୍‌ସନଟି ଆଖି କ୍ୟାନ୍‌ସର ରୋଗୀଙ୍କ ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହେବ ବୋଲି ସେମାନେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। କେବଳ ସେତିକି ନୁହେଁ, ଏହାକୁ ବ୍ୟବହାରକରି ସଫଳତା ମିଳିଛି ବୋଲି ସେମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହି ଇଞ୍ଜେକ୍‌ଶନ ନେବାକୁ ୦.୨ ଏମ୍‌ଏମ୍‌ ଛୁଞ୍ଚତ୍ ବ୍ୟବହାର କରାଯାଇଥାଏ। ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଏହି ଇଞ୍ଜେକ୍‌ଶନ ନେବା ପରେ ଜଣେ ଆଖି କ୍ୟାନ୍‌ସର ରୋଗୀ ଏପରି ଯନ୍ତ୍ରଣାରୁ ଅନେକାଂଶରେ ଉପଶମ ପାଇପାରିବ। ଏପରି ଇଞ୍ଜେକ୍‌ଶନକୁ ପରୀକ୍ଷା କରିବା ସମୟରେ ସେମାନେ ଏହାର ପରିସରଭୁକ୍ତ ଆଖି କ୍ୟାନ୍‌ସର ରୋଗୀଙ୍କୁ ସପ୍ତାହକୁ ଥରେ (ଛଅ ସପ୍ତାହ ପର୍ଯ୍ୟନ୍ତ) ଏହାକୁ ଦିଆଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ରୋଗୀ ଏପରି ଯନ୍ତ୍ରଣାରୁ କେତେକାଂଶରେ ଉପଶମ ଲାଭ କରିଥିବାର ଜଣାପଡ଼ିଥିଲା।


All Right Reserved By Dharitri.Com

ମହାଶିବରାତ୍ରି ଉପବାସ: ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

ପବିତ୍ର ମହାଶିବରାତ୍ରିକୁ ନେଇ ଭକ୍ତଙ୍କ ମନରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳେ। କୁହାଯାଏ ସ୍ବଚ୍ଛ ମନରେ ଭଗବାନ ଶିବଙ୍କ ଉପାସନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ...

ଖାଦ୍ୟରୁଚିରୁ ଜାଣନ୍ତୁ ଝିଅଙ୍କ ଲଭ୍‌ ଲାଇଫ୍‌ ସମ୍ପର୍କିତ କିଛି ରହସ୍ୟପୂର୍ଣ୍ଣ କଥା

ଖାଦ୍ୟପେୟରେ ସମସ୍ତଙ୍କ ରୁଚି ଭିନ୍ନ ଭିନ୍ନ ହୋଇଥାଏ। କାହାକୁ ଖଟା ଖାଇବାକୁ ଭଲ ଲାଗୁ ଥିବାବେଳେ କାହାକୁ ମିଠା ଅଧିକ ପସନ୍ଦ ହୋଇଥାଏ। ତେବେ ଆପଣ...

ସ୍ପିନ୍‌ଅଚ୍‌ କଟେଜ୍‌ ଚିଜ୍‌ ରୋଲ୍‌ ମଖନୀ

ସମ୍ବଲପୁର ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢ଼ିଛି । ଏହାସହ ଅନେକ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠୁଛି । ହୋଟେଲ ଶିଳ୍ପ ମଧ୍ୟ...

କଫି ପିଇଲେ ଦେଖାଦେଇପାରେ ଏହି ସମସ୍ୟା

ଯେଉଁମାନେ ଦୈନନ୍ଦିନ ଦୁଇ କପ୍‌ କଫି ପିଅନ୍ତି, ସେମାନଙ୍କଠାରେ ଭବିଷ୍ୟତରେ ନିଦ୍ରାହୀନତା ସମସ୍ୟା ଦେଖାଦେଇପାରେ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଗବେଷଣା ଅନୁସାରେ, କଫି ପିଇବା...

ସପୁରୀ ରସରେ ରହିଛି ଏପରି ଉପକାରୀ ଗୁଣ

ଋତୁ ଅନୁଯାୟୀ ମିଳୁଥିବା ଫଳ ଖାଇଲେ ଅନେକ ଶାରୀରିକ ସମସ୍ୟାକୁ ଦୂରେଇ ଦେଇହୁଏ। ବିଶେଷ କରି ଖରାଦିନେ ଓ ବର୍ଷାଦିନେ ଟିକେ ଅଧିକ ପରିମାଣରେ ସପୁରୀ...

ଭେଜିଟେବଲ ଆଇସ୍‌ କ୍ୟୁବ୍‌

ଥଣ୍ଡା ଥଣ୍ଡା ଆଇସ୍‌ କ୍ୟୁବ୍‌କୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବି ବ୍ୟବହାର କରିପାରିବେ। ଏହା ବିଭିନ୍ନ ପନିପରିବା ରସରେ ତିଆରି ହୋଇଥିବାରୁ ତ୍ୱଚା ପାଇଁ ବରଦାନ...

ଯୋଗ କରୁଥିଲେ..

ନିଜର ଦୈନନ୍ଦିନ ଜୀବନ ତାଲିକାରେ ଯୋଗକୁ ଥରେ ସାମିଲ କରନ୍ତୁ ନା ! ତେବେ ଜାଣିପାରିବେ ଏହାର ସୁପ୍ରଭାବ ବିଷୟରେ ଆପେ ଜାଣିପାରିବେ। ହେଲେ ଯୋଗ...

ଲିଭର ରୋଗ ଚିହ୍ନଟ ହେବାର ନୂଆ ଉପାୟ

ଲିଭର ରୋଗକୁ ଚିହ୍ନଟ କରିବାର ଏକ ନୂଆ ଉପାୟ ନିକଟରେ ଉଦ୍ଭାବିତ ହୋଇଛି। ଏ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ଆମେରିକାସ୍ଥିତ ଜର୍ଜିଆ ୟୁନିଭର୍ସିଟିର ବିଶେଷଜ୍ଞମାନେ।...

Leave a comment

Your email address will not be published. Required fields are marked *