କରୋନା କଟକଣା: ୫ ଜିଲା ସହ ୮ ସହରରେ ଲକ୍‌ଡାଉନ୍‌

ଭୁବନେଶ୍ୱର,୨୩।୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ଘାତକ ଭୂତାଣୁ ଦମନ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବା ବେଳେ ସତର୍କତା ଏବଂ ସଚେତନତା ଏହାର ଏକମାତ୍ର ମହୌଷଧି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ରବିବାର ଜନତା କର୍ଫ୍ୟୁ ପାଳନ କରାଯାଇଥିବା ବେଳେ ସୋମବାରଠାରୁ ରାଜ୍ୟର ୫ ଜିଲା ଏବଂ ୮ଟି ସହରରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ସଂକ୍ରମଣକୁ ରୋକିବା ପାଇଁ ସପ୍ତାହେ ବ୍ୟାପୀ ୫ ଜିଲା ଏବଂ ୮ ସହରକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।
ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରପଡ଼ା ଓ ଅନୁଗୋଳ ଜିଲାର ସମସ୍ତ ଗାଁ ଓ ସହର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଭୁବନେଶ୍ବର ସମେତ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ଟାଉନ ଓ ଯାଜପୁର ରୋଡ୍‌ ଏସବୁ ସହରକୁ ମଧ୍ୟ ୭ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ୍‌ ସମୟରେ ଆତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସମସ୍ତ ବନ୍ଦ ରହିବ। ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍‌, ମ୍ୟୁନିସିପାଲିଟି, ଥାନା, ଅଗ୍ନିଶମ ସେବା, ଓଡ୍ରାଫ, ବିଦ୍ୟୁତ ସେବା ଆଦି ଚାଲୁ ରହିବ। ସେହିପରି ଆଜିଠାରୁ ରାଜ୍ୟ ସରକାର ଆନ୍ତଃରାଜ୍ୟ ବସ ଚଳାଚଳକୁ ବନ୍ଦ କରିଛନ୍ତି। ଲକ୍‌ଡାଉନକୁ ଦୃଷ୍ଟିରେ ରଖି ଆଜି ଠାରୁ କୌଣସି ବସ୍‌ ବାହାର ରାଜ୍ୟକୁ ଗଡ଼ିବ ନାହିଁ କିମ୍ବା ବାହାର ରାଜ୍ୟରୁ ଓଡ଼ିଶାକୁ କୌଣସି ଗାଡ଼ି ପ୍ରବେଶ କରିବ ନାହିଁ ବୋଲି ଘୋଷଣା କରାଯାଇଛି।


All Right Reserved By Dharitri.Com

ବ୍ରହ୍ମବରଦା ‘କଣ୍ଟେନମେଣ୍ଟ ଜୋନ’ ଘୋଷିତ

ଯାଜପୁର ଅଫିସ/ଯାଜପୁର ଟାଉନ,୬ା୪(ଡି.ଏନ.ଏ.) ଯାଜପୁର ଜିଲାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରସୁଲପୁର ବ୍ଲକର ବ୍ରହ୍ମବରଦା ଗ୍ରାମ ଏବଂ ଏହାର ୩ କି.ମି. ପରିଧି ଅଞ୍ଚଳକୁ...

ନିଲମ୍ବିତ ଏସ୍‌ଆଇ ରାକେଶ ଗିରଫ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଚୋରା ଗାଡ଼ି କାରବାର ସହ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା କରି ଗର୍ଭପାତ କରାଇବା ଘଟଣାରେ ସମ୍ପୃକ୍ତ କ୍ୟାପିଟାଲ ଥାନା...

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଭୁବନେଶ୍ୱର,୫ା୩(ବ୍ୟୁରୋ): ପାହାଡରେ ଛେଳି ଚରାଉଥିବା ୧୨ବର୍ଷର ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲା ଦୌରାଜଜ୍‌(୪) ତଥା ସ୍ବତନ୍ତ୍ର ପୋକ୍ସୋ ବିଚାରପତି ସତ୍ୟରଞ୍ଜନ ପ୍ରଧାନ...

ଆଜି ଆଣ୍ଡାମାନ ଫେରିଯିବେ ଅମ୍ରିତ

ପୁରୀ ଅଫିସ, ୩୦ା୧୦:୨୬ ଦିନ ଧରି ଲୁଣି ପାଣି ପିଇ ଜୀବନ ସହ ସଂଘର୍ଷ କରି କୃଷ୍ଣପ୍ରସାଦ ବ୍ଲକ ଖିରିସାହି ସମୁଦ୍ରରେ ଲାଗିଥିଲେ ଆଣ୍ଡାମାନ ନାବିକ...

ରଙ୍ଗିନ ଫୁଲରେ ଝଲସୁଛି ଏକାମ୍ର କାନନ, ପ୍ରଦର୍ଶିତ ହେଉଛି ୪୦୦ପ୍ରଜାତିର ଫୁଲ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ)- ଭଳିକିଭଳି ଫୁଲରେ ଝଲସୁଛି ସ୍ଥାନୀୟ ଏକାମ୍ର କାନନ। ଲାଲ୍‌, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ ଫ୍ଲୋରିବୁଣ୍ଡା ଏବଂ...

ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ନୂତନ ନିଯୁକ୍ତି, ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର,୧୪।୮(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର। ଏନେଇ ନିଯୁକ୍ତି ପ୍ରସ୍ତାବକୁ ବୁଧବାର ରାଜ୍ୟପାଳ ପ୍ରଫେସର ଗଣେଶୀ...

ଗଲାଣି ବିଶ୍ରାମାଗାର : ଜବରଦଖଲ କରିଛନ୍ତି ଦୋକାନୀ

ବଅଁରପାଳ, ୩ା୩(ଡି.ଏନ.ଏ.) ଅନୁଗୋଳ ଜିଲାର ବଅଁରପାଳ ଭଳି ଜନଗହଳିପୂର୍ଣ୍ଣ ବଜାରରେ ବିଶ୍ରାମାଗାରଟିଏ ନ ଥିବାରୁ ବସ୍‌ ଧରିବାକୁ ଅପେକ୍ଷାରତ ଯାତ୍ରୀଙ୍କୁ ଏଠାରେ ଦୀର୍ଘ ସମୟ ଧରି...

ବନ୍ଦ ହେଲା ମଧୁବନ ସାପ୍ତାହିକ ହାଟ

ରସୁଲପୁର,୧୧।୪(ଡିଏନଏ): ହାଟଗୁଡିକରେ ସାମାଜିକ ଦୂରତ୍ୱ ଓ ସଂଗରୋଧ ରକ୍ଷା କରାଯାଉ ନ ଥିବାରୁ ଏହାକୁ କରୋନା ପାଇଁ ଉଷ୍ମପ୍ରବଣ ଅଞ୍ଚଳ ବୋଲି ମନେ କରାଯାଉଛି। ଏହିକ୍ରମରେ...

Leave a comment

Your email address will not be published. Required fields are marked *