ବାଥ୍‌ ରୁମ୍‌ରେ ୯ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣ ନେଇ ଏବେ ସାରା ପୃଥିବୀରେ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିବାରେ ଲାଗିଛି। ଏହି ଭୂତାଣୁ ବାଥ୍‌ ରୁମ୍‌ରେ ୯ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ବୋଲି ପ୍ରିନ୍ସ୍‌ ଟନ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟ ‘ଦି ନିୟୁ ଇଂଲଣ୍ଡ ଜର୍ଣ୍ଣାଲ୍‌ ଅଫ୍‌ ମେଡିସିନ୍‌’ରେ ପ୍ରକାଶ ପାଇଛି। କରୋନା ଭୂତାଣୁ ବାୟୁ ମଣ୍ଡଳରେ ୩ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ସେହିପରି ତମ୍ବାରେ ୪ ଘଣ୍ଟା, କାର୍ଡବୋର୍ଡରେ ୨୪ ଘଣ୍ଟା, ପ୍ଲାଷ୍ଟିକ୍‌ ଅବା ଷ୍ଟେନଲେସ୍‌ ଷ୍ଟିଲ୍‌ରେ ୨ରୁ ୩ ଦିନ ପର୍ଯ୍ୟନ୍ତ ସକ୍ରିୟ ହୋଇ ରହିଥାଏ। ତେଣୁ ଘରେ କିମ୍ବା କାର୍ଯ୍ୟାଳୟରେ ଡୋର୍‌ ନବ୍‌, ଡ୍ରୟର ନବ୍‌ ତଥା ଅନ୍ୟାନ୍ୟ ବସ୍ତୁକୁ ସାନିଯାଇଜ୍‌ କରିବାର ଆବଶ୍ୟକତା ରହିଛି। ତେବେ ଆଦ୍ର ଭୂଇଁରେ କରୋନା ଭୂତାଣୁ ଅଧିକ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରିଥାଏ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମଧ୍ୟ ସୂଚିତ କରାଯାଇଛି। କରୋନା ଭୂତାଣୁର କ୍ରିୟାଶୀଳତା ଆଦ୍ର ଭୂଇଁ, ତାପମାତ୍ରା ଏବଂ ବାୟୁ ମଣ୍ଡଳର ଆଦ୍ରତା ଉପରେ ମଧ୍ୟ ନିର୍ଭର କରିଥାଏ। ଏପରିସ୍ଥଳେ ବାଥ୍‌ ରୁମ୍‌ରୁ ସଂକ୍ରମଣ ନେଇ ଏହାର ଆଶଙ୍କା ଅଧିକ ରହିଥାଏ। ତେଣୁ ପରିବାରରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ଦୂରତା ବଜାୟୀ ରଖିବା ସହିତ ଅଲଗା ବାଥ୍‌ ରୁମ୍‌ ବ୍ୟବହାର କରିବା ଭଲ। ଯଦି ଏଭଳି ସୁବିଧା ନ ଥାଏ ବାଥ୍‌ ରୁମ୍‌କୁ ଭଲଭାବେ ସାନିଟାଇଜ୍‌ କରି ଏହାକୁ ବ୍ୟବହାର କରିବା ଆବଶ୍ୟକ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି।


All Right Reserved By Dharitri.Com

ଏପରି ସ୍ଥାନ ଯେଉଁଠି ଅଛି ଜଳ ହେଲେ ନାହିଁ ଜୀବନ…

ପୃଥିବୀରେ ଜଳ ଥିବା ସ୍ଥାନରେ ଜୀବନ ରହିଥାଏ। ଅର୍ଥାତ୍‌ ସେଠାରେ ଜୀବିତ ପ୍ରାଣୀ ରହିଥାନ୍ତି। ତେବେ ଇଥୋପିଆର ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ଜଳ...

କୋଭିଡ୍‌ ହସ୍ପିଟାଲ ପାଇଁ ଆସିଲା ୩ ଭେଣ୍ଟିଲେଟର, ୪ ମେଡିକାଲ ଆମ୍ବୁଲାନ୍ସ

ଭୁବନେଶ୍ୱର,୧୯।୪(ବ୍ୟୁରୋ): କରୋନା ସଂକ୍ରମଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ ନିର୍ମାଣ କରିଛନ୍ତି। ଏହି ହସ୍ପିଟାଲଗୁଡିକରେ ଶୁକ୍ରବାର ମଧ୍ୟରାତ୍ର ସୁଦ୍ଧା...

ଦକ୍ଷିଣ କୋରିଆ ବାୟୁସୀମାରେ ରୁଷିଆ-ଚାଇନା ଯୁଦ୍ଧ ବିମାନ

ସିଓଲ,୨୩।୭: ଦକ୍ଷିଣ କୋରିଆ ବାୟୁସୀମାରେ ରୁଷିଆ ଯୁଦ୍ଧ ବିମାନ ପ୍ରବେଶ କରିଛି। ଏନେଇ ଦକ୍ଷିଣ କୋରିଆ ଜେଟ୍‌ ବିମାନ ଦଳ ଏହା ଉପରେ ସତର୍କ ଫାଇରିଙ୍ଗ୍‌...

ମେନ୍ସ ଓ୍ବିଣ୍ଟର ଜ୍ୟାକେଟ୍‌

ଋତୁ ଯାହା ବି ହେଉ ସମସ୍ତେ ଷ୍ଟାଇଲିସ୍‌ ଲାଗିବାକୁ ଚାହାନ୍ତି। ହେଲେ ଶୀତଋତୁରେ ସ୍ମାର୍ଟ ଲୁକ୍‌ ମିଳିବା ମୁସ୍କିଲ ବୋଲି ଅନେକେ ଭାବନ୍ତି। କିନ୍ତୁ ଏହି...

ତରଳୁଛି ଫ୍ଲୋରିଡାକ୍ଷେତ୍ର ଭଳି ହିମପାହାଡ଼: ଚେତାବନୀ ଦେଲେ ବୈଜ୍ଞାନିକ

ଓ୍ବାଶିଂଟନ,୩୧।୧: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଫ୍ଲୋରିଡାର କ୍ଷେତ୍ର ଭଳି ହିମପାହାଡ଼ ତରଳିବାରେ ଲାଗିଛି ବୋଲି ସମ୍ପୃକ୍ତି ଏକ ଗବେଷଣାରୁ ଜଣାପଡ଼ିଛି। ଜଳବାୟୁ ପରିବର୍ତ୍ତନ...

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ

ଫୁଲବାଣୀ ଅଫିସ, ୧୮ା୪- ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶନିବାର ଫୁଲବାଣୀ ଗସ୍ତରେ ଆସି କୋଭିଡ୍‌...

ନ୍ୟୁୟର୍କରେ ସର୍ବାଧିକ ସଂକ୍ରମିତ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟାରେ ବିଶ୍ୱର ସମସ୍ତ ଦେଶଠାରୁ ଆମେରିକାର ନ୍ୟୁୟର୍କ ପ୍ରଦେଶ ଟପିଯାଇଛି। କେବଳ ନ୍ୟୁୟର୍କରେ ଗୁରୁବାର ୧୦,୩୩୩ ଜଣ ସଂକ୍ରମିତ ହେବା...

କଶ୍ମୀର ପ୍ରସଙ୍ଗ: ଭାରତକୁ ଫ୍ରାନ୍ସର ସମର୍ଥନ

ପ୍ୟାରିସ୍‌, ୨୩।୮:ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଜଣାଇଛି ଫ୍ରାନ୍ସ। ଉଭୟ ଭାରତ-ପାକିସ୍ତାନ ଦ୍ୱିପାକ୍ଷୀୟ କଥାବାର୍ତ୍ତା ଜରିଆରେ କଶ୍ମୀର ପ୍ରସଙ୍ଗ ସମାଧାନ ଆବଶ୍ୟକ। ଏଥିରେ ତୃତୀୟ ପକ୍ଷ...

Leave a comment

Your email address will not be published. Required fields are marked *