ପ୍ରତାପୁରରେ ବାରୁଣୀ ସ୍ନାନ ବନ୍ଦ: ହୋଇପାରିଲାନି ଠାକୁରଙ୍କ ମେଳଣ

ପୁରୁଷୋତ୍ତମପୁର,୨୨।୩(ଡି.ଏନ୍‌.ଏ.): ମହାମାରୀ କରୋନା ଭାଇରସ୍‌ ଆତଙ୍କକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମର ଋଷିକୂଲ୍ୟାର ଉତ୍ତରବାଙ୍କଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ତୁମ୍ବେଶ୍ବର ଘାଟଠାରେ କେଉଁ ଆବାହନ କାଳରୁ ହୋଇ ଆସୁଥିବା ଐତିହାସିକ ବାରୁଣୀ ସ୍ନାନକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛ। ଯାହା ଫଳରେ ରବିବାର ବିଭିନ୍ନ ଠାକୁରଙ୍କ ମହାମେଳଣ ମଧ୍ୟ ବନ୍ଦ ହୋଇଛି। ନଦୀଘାଟରେ ମାଜିିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଅରୁଣ କୁମାର ନାୟକଙ୍କ ସହ ପୁରୁଷୋତ୍ତମପୁର ଆଇଆଇସି ଜଗନ୍ନାଥ ମଲ୍ଲିକ ଓ ଫୋର୍ସ ମୁତୟନ ହୋଇ ଜଗି ରହିଛନ୍ତି। ଜନତା କର୍ଫ୍ୟୁ କାରଣରୁ ହିଣ୍ଡୁଳା ଗ୍ରାମର ଗୋପୀନାଥ, ଅମରେଶ୍ବର, ଗୋବାର ଜଗନ୍ନାଥ ଓ କେଏନ୍‌ପୁରର ନୃସିଂହ ଠାକୁର, ତୁମ୍ବେଶ୍ବର ଉତ୍ତର ବାଙ୍କ ନଦୀଘାଟ ମେଳଣ ସ୍ଥଳକୁ ଠାକୁର ଆସିପାରି ନାହାନ୍ତି । ଏହି ଠାକୁର ମାନଙ୍କୁ ନିଜ ନିଜ ଗ୍ରାମର ନଦୀଘାଟକୁ ନିଆଯାଇ ପୂଜାର୍ଚ୍ଚନା କରାଯାଇଛି।


All Right Reserved By Dharitri.Com

ଆବର୍ଜନା ପରିଚାଳନା ପ୍ରକଳ୍ପ ନିର୍ମାଣକୁ ବିରୋଧ: ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦୁଝର,୩।୨(ସ୍ବ.ପ୍ର.) : କେନ୍ଦୁଝର ପୋରାଞ୍ଚଳ ଅଧିନସ୍ଥ କୃଷକ ବଜାର ନିକଟରେ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପ ନିିର୍ମାଣ ନେଇ ବିରୋଧ ଜୋରଦାର ହୋଇଛି। ସୋମବାର ପ୍ରକଳ୍ପ...

ବିଭିନ୍ନ ପ୍ରସଙ୍ଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଛତ୍ରପୁର,୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଶ୍ରମ ଅଧିକାରୀଙ୍କ ମନମୁଖୀ ଶାସନ, ଶ୍ରମିକ ମାରଣ ନୀତି, ଦୁର୍ବ୍ୟବହାର, ଶ୍ରମିକ ସଂଗଠନ ପ୍ରତି ବିରୋଧ ଆଚରଣ ପ୍ରତିବାଦରେ...

ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ : କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତିର ବିକ୍ଷୋଭ

ବୌଦ୍ଧ,୨୮।୧୨(ସ୍ବ.ପ୍ର) ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବୌଦ୍ଧ ଜିଲାରେ ୧୦୭ କିଲୋମିଟର ରେଳପଥ ନିର୍ମାଣ ହେବାକୁ ଥିବାବେଳେ ଏହାର ଜମି ଅଧିଗ୍ରହଣ ପ୍ରକିୟା ଆଗେଇ...

ରଥଖଳା ଶୁନ୍‌ଶାନ୍‌: କାଠ ଉପରେ ପଡୁନି ବାରିସି ଚୋଟ

ପୁରୀ ଅଫିସ,୨୭ା୪: ରଥଖଳା ସମ୍ପୂର୍ଣ୍ଣ ପ୍ରସ୍ତୁତ ସରିଛି। ରଥକାଠ ବି ପଡ଼ିରହିିଛି। ହେଲେ ରଥଖଳାରେ ଦେଖାନାହାନ୍ତି ମହାରଣା ସେବକ କି ଭୋଇ ସେବକ। ଶୂନ୍‌ଶାନ୍‌ ହୋଇପଡ଼ିିଛି...

ସରିଲା ବାଲିଯାତ୍ରା: ପୁଣି ଆସନ୍ତା ବର୍ଷକୁ ଅପେକ୍ଷା

କଟକ ଅଫିସ, ୨୧।୧୧: ୯ ଦିନ ଧରି ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଛି। ଏଥିରେ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ...

ଆଜି ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ

ପାରାଦୀପ, ୩।୧ (ସ୍ବ.ପ୍ର.) ପୂର୍ବ କ୍ଷେତ୍ରର ପ୍ରବେଶପଥ କୁହାଯାଉଥିବା ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପ ଶୁକ୍ରବାର ପାଳନ କରିବ ପ୍ରତିଷ୍ଠା ଦିବସ। ଏଥିପାଇଁ...

ତାରା ସାଜିବେ ନୟନ ତାରା

ବଡ଼ସାହି,୨୮ା୨(ସ୍ବ.ପ୍ର)-ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ଦୁଇ ଆଖିକୁ ତାଙ୍କ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବଡ଼ସାହି...

ଅଗ୍ନିକାଣ୍ଡରେ ଜଣଙ୍କ ଘର ଧୂଳିସାତ

ବେଗୁନିଆପଡା,୩।୬(ଡି.ଏନ.ଏ.)-ରବିବାର ବିଳମ୍ବିତ ରାତିରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତର ଓଡ଼ନଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଜଣଙ୍କ ଘର ନିଆଁରେ ପୋଡି ସମ୍ପୂର୍ଣ ଧ୍ୱଂସ...

Leave a comment

Your email address will not be published. Required fields are marked *