ପୌରାଞ୍ଚଳରେ କରୋନା ମୁକାବିଲା: ରାଜ୍ୟ ସରକାରଙ୍କ ପକ୍ଷରୁ ୨୧ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପୌରାଞ୍ଚଳରେ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ୨୧ କୋଟି ୧୦ଲକ୍ଷ ଚଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏ ନେଇ ସହରାଞ୍ଚଳ ଉନ୍ନୟନ ସଂସ୍ଥା(ସୁଡା)କୁ ଅବଗତ କରି ତୁରନ୍ତ ଟଙ୍କା ପ୍ରଦାନ କରିବାକୁ କୁହାଯାଇଛ। ମୋଟ ୧୧୪ ଟି ପୌର ସଂସ୍ଥାକୁ ଏହି ଅର୍ଥ ପ୍ରଦାନ କରାଯିବ। ଉନ୍ନତି ଯୋଜନାର ମାର୍ଗ ଦର୍ଶିକାରେ କୋହଳ ସହିତ ସମ୍ଭାବ୍ୟ ସ୍ଥିତିକୁ ଦେଖି ଉକ୍ତ ପାଣ୍ଠି କରୋନା ମୁକାବିଲା ଦିଗରେ ଖର୍ଚ୍ଚ କରାଯିବାକୁ ସ୍ଥିର ହୋଇଛ। ବରାଦ ଅର୍ଥ ମଧ୍ୟରୁ ବିଏମ୍‌ସିକୁ ସର୍ବାଧିକ ଏକ କୋଟି ଟଙ୍କା ମିଳିବାକୁ ଥିବା ବେଳେ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ମହାନଗର ନିଗମକୁ ୫୦ଲକ୍ଷ ଲେଖା ଟଙ୍କା ପ୍ରଦାନ କରାଯିବ। ସେହିପରି ଏନ୍‌ଏସି ଓ ମ୍ୟୁନିସପାଲିଟି ଗୁଡିକୁ ୧୦ ରୁ ୨୦ ହଜାର ମିଳିବ। ଅନୁମତି ବିନା କୌଣସି ପରିସ୍ଥିତିରେ ବି ଏହି ଅର୍ଥକୁ ଅନ୍ୟ କାର୍ଯ୍ୟ ଲାଗି ବିନିଯୋଗ କରାଯାଇ ପାରିବ ନାହିଁ। ପୌରସଂସ୍ଥା ଗୁଡିକ ଲାଗି ମଞ୍ଜୁର ଅର୍ଥକୁ ଭାରତର ମହା ଲେଖାକାର(ସିଏଜି) କିମ୍ବା ତାଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ସଂସ୍ଥା ଅଡିଟ କରିପାରିବେ। ଏଥିସହ ଅର୍ଥର ଆଭ୍ୟନ୍ତରିଣ ଅଡିଟ୍‌ ମଧ୍ୟ କରାଯିବ। ତେଣୁ ସରକାରୀ ନୀତିନିୟମ ଅନୁଯାୟୀ ପୌର ସଂସ୍ଥାଗୁଡିକ ଅର୍ଥକୁ ଠିକଣା ଭାବେ ଖର୍ଚ୍ଚ କରିବା ସହିତ ସୁଡାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହାର ବିନିଯୋଗ ପ୍ରମାଣ ପତ୍ର ଦେବା ନିମନ୍ତେ କୁହାଯାଇଛି ା


All Right Reserved By Dharitri.Com

୨ ସମ୍ପ୍ରଦାୟର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା: ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ

କେନ୍ଦ୍ରାପଡା ଅଫିସ, ୬ା୬: ସାମାଜିକ ଗଣମାଧ୍ୟମରେ ଉତ୍ତେଜନାମୂଳକ ଖବର ପ୍ରସାରଣ ରୋକିବା ପାଇଁ କେନ୍ଦ୍ରାପଡ଼ା ସହର ଓ ଏହାର ଆଖାପାଖ ଅଞ୍ଚଳରେ ୪୮ ଘଣ୍ଟା ଅର୍ଥାତ୍‌...

କରୋନା ଭାଇରସ୍‌କୁ ନେଇ ସାମ୍ନାକୁ ଆସିଲା ଅଜୟଙ୍କ ନୂଆ ଗୀତ

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳିଯାଇଛି। ଭାରତ ମଧ୍ୟ ଏହି କବଳରୁ ବର୍ତ୍ତପାରିନାହିଁ। ଏଭଳି ସ୍ଥିତିରେ ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡିଆ ଜରିଆରେ...

ବଢ଼ିବ ବଣ୍ଟନ କମ୍ପାନୀଙ୍କ ଆର୍ଥିକ ବୋଝ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ଲକ୍‌ଡାଉନ୍‌ ଜାରି ରହିଛି। ଏଥିଯୋଗୁ ଲୋକମାନଙ୍କର ଆର୍ଥିକ ସ୍ଥିତି ଦୋହଲିଯାଇଛି। ଏଭଳି ପରିସ୍ଥିତିର କେବେ ସୁଧାର ଆସିବ ତାହା...

ଆଜି ରଥକୁ ଉଠିବ ଚଉଦ ନାହାକା କାଠ

ପୁରୀ ଅଫିସ,୨୬ା୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ପ୍ରଥମ ଭୂଇଁ ଖଞ୍ଜାଯାଇ ଛ’କାଠ ଉଠିବା ପରେ ଦ୍ୱିତୀୟ ଭୂଇଁଖଞ୍ଜା ଆରମ୍ଭ ହୋଇଥିଲା। ମଙ୍ଗଳବାର ଦ୍ୱିତୀୟ...

ଓଡ଼ିଶାରେ ପୁଣି ୧୧ : କରୋନା ସଂକ୍ରମିତ ସଂଖ୍ୟା ହେଲା ୨୦

ଭୁବନେଶ୍ୱର, ୩।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ନେଇ ଯେଉଁ ଆଶଙ୍କା ଥିଲା ତାହା ବାସ୍ତବ ରୂପ ନେବାରେ ଲାଗିଛି। ଶୁକ୍ରବାର କଟକରେ ଜଣେ ଏବଂ ଭୁବନେଶ୍ୱର...

ସରକାରୀ ମାନ୍ୟତା ମିଳିଲାନି: ବନ୍ଦ ହେଲାଭୀମଭୋଇ ସ୍ବାସ୍ଥ୍ୟକେନ୍ଦ୍ର

ସୋନପୁର,୨୩।୭(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସନ୍ଥକବି ଭୀମଭୋଇଙ୍କ ସମାଧି ପୀଠ ଖଲିଆପାଲିଠାରେ ଜନସାଧାରଣଙ୍କ ଉଦ୍ୟମରେ ଚାଲି ଆସିଥିବା ସ୍ବାସ୍ଥ୍ୟକେନ୍ଦ୍ରଟି ଶେଷରେ ବନ୍ଦ ହେଲା। ଦେଢ ମାସ ହେଲା...

ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର,୨।୩(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକା ବୀଣାପାଣି ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ (୨୦୧୯) ପୁରସ୍କାରରେ ସମ୍ମାନିତ କରାଯିବ। ଏହା...

ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଗଞ୍ଜାମ ଜିଲା ତାରାତାରିଣୀ ପୀଠର ଉନ୍ନତୀକରଣ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ କରିଛନ୍ତି। ସେହିପରି ନିର୍ଦ୍ଧାରିତ ସମୟରେ ଏହାର...

Leave a comment

Your email address will not be published. Required fields are marked *