ସାନଖେମୁଣ୍ଡିରେ ଜନତା କର୍ଫ୍ୟୁ: ଜରୁରୀ ସେବାକୁ ଛାଡ଼ି ସବୁ ବନ୍ଦ

ପାଟପୁର,୨୨।୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରାମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ବାର୍ତ୍ତା ନେଇ ରବିବାର ସାନଖେମୁଣ୍ଡି ଅଞ୍ଚଳ ଖାଁ ଖାଁ ହୋଇପଡ଼ିଛି। ସହରରେ ଥିବା ଦେକାନ ବଜାର ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଜରୁରିକାଳୀନ ସେବା ଯଥା ଅଗ୍ନିଶମ ବିଭାଗ, ଡାକ୍ତରଖାନା, ଔଷଧ ଦୋକାନ ଖୋଲା ରହିଥିଲା। ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଜନସାଧାରଣ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିଛନ୍ତି। ଫଳରେ କର୍ଫ୍ୟୁର ସମ୍ପୂର୍ଣ୍ଣ ପ୍ରଭାବ ସାନଖେମୁଣ୍ଡିରେ ଦେଖିବାକୁ ମିଳିଛି। ଏହାସହ ସାନଖେମୁଣ୍ଡି ତହସିଲଦାର ଅମିତ୍‌ କୁମାର ନାୟକ, ପାଟପୁର ଥାନାଧିକାରୀ ଅଜୟ କୁମାର ବାରିକ, ବିଡିଓ ଗାୟତ୍ରୀ ଦତ୍ତ ନାୟକ ସହର ସମେତ ବିଭିନ୍ନ ଗ୍ରାମରେ ପଇଁତରା ଦେଇ ଯେଉଁ ବ୍ୟକ୍ତି ବିନା କାର୍ଯ୍ୟରେ ବାହାରକୁ ଆସିଥିଲେ ସେମାନଙ୍କୁ ବୁଝାଇ ଘରକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି। ଥାନାଧିକାରୀ ସାନଖେମୁଣ୍ଡି ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଇଥିଲେ।


All Right Reserved By Dharitri.Com

ବଦଳିବ ହୀରାକୁଦ ଡ୍ୟାମ୍‌ର ପୁରୁଣା ଯନ୍ତ୍ରାଂଶ

ସମ୍ବଲପୁର,୮।୧(ବ୍ୟୁରୋ):ହୀରକୁଦ ଡ୍ୟାମ୍‌ର ସୁରକ୍ଷାକୁ ନେଇ ଏକ ବିଶେଷଜ୍ଞ ଦଳ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ସେମାନେ ଅତିରିକ୍ତ ସ୍ପିଲୱେ, ଗେଟ୍‌, ନଦୀବନ୍ଧ ମରାମତି କାମ, ଗେଟ୍‌ ମରାମତି...

ବେଆଇନ ବାଲି, ପଥର ବୋଝେଇ ଟ୍ରାକ୍ଟର; ହାଇୱା ଜବତ

ଛେଣ୍ଡିପଦା,୩୦।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ଅଞ୍ଚଳରୁ ଶନିବାର ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଓ ଏକ ପଥର ବୋଝେଇ ହାଇୱା ଜବତ କରାଯାଇଛି। ସୂଚନାନୁଯାୟୀ,...

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ କଲଭର୍ଟ, କଳାହାଣ୍ଡି-କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ

ବାଲିଗୁଡ଼ା,୭।୮(ଡି.ଏନ୍‌.ଏ.): ଲଗାଣ ବର୍ଷାରେ କନ୍ଧମାଳ ଜିଲାର ବାଲିଗୁଡ଼ା ଅଞ୍ଚଳ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ମଙ୍ଗଳବାରଠାରୁ ବାଲିଗୁଡ଼ା ବ୍ଲକ ବାଟାଗୁଡା ୫୯ ନଂ ଜାତୀୟ...

ଗଁ। ଗଁ। ବୁଲି ଖୋଜୁଛନ୍ତି କ୍ରୀଡ଼ା ପ୍ରତିଭା

ଛେଣ୍ଡିପଦା, ୨୪ା୧ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ସହ ନୂଆ ନୂଆ ପ୍ରତିଭା ସୃଷ୍ଟି କରିବାର ଆଗ୍ରହ ୭୩ ବର୍ଷ ବୟସରେ ବି ତାଙ୍କୁ ଯୁବକ କରି...

ନିଷ୍କାସନ ହୋଇପାରୁନି ବର୍ଷାଜଳ: ଦୁର୍ଦ୍ଦଶାରେ ୨୦ଗଁ।ର ଗ୍ରାମବାସୀ

ଗୋପ,୨୭।୮(ଡି.ଏନ୍‌.ଏ.): ନାଗପୁର-ନୟାହାଟ ପୂର୍ତ୍ତ ବିଭାଗ ରାସ୍ତାରେ ତିନିତିଅର, ବେଦପୁର, ବାଲିକନ୍ଦଳ ଆଦି ଗ୍ରାମ ନିକଟରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିବାରୁ ପ୍ରାୟ ୨୦ ଗାଁର...

ରାମନବମୀକୁ ଫିକା କରିଦେଲା କରୋନା କଟକଣା

ସମ୍ବଲପୁର, ୨।୪ (ବ୍ୟୁରୋ)- କରୋନା ଭୂତାଣୁ କଟକଣା ଯୋଗୁ ସମସ୍ତ ଧାର୍ମିକ ପୀଠରେ ତାଲା ପଡିଛି । ଗୁରୁବାର ରାମନବନୀ ଅବସରରେ ପରମ୍ପରାନୁସାରେ କେବଳ ପୂଜାର୍ଚ୍ଚନା...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ରିଞ୍ଜା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କର୍ଲାମୁଣ୍ଡା,୨।୮ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ବାସଭବନରେ ଶୁକ୍ରବାର ଭୋରରୁ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି...

ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲ କରିବାକୁ ଦାବି

ଭବାନୀପାଟଣା, ୩।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉକେତ୍ଲା ବିମାନବନ୍ଦରକୁ ଉଡ଼ାଣ ଯୋଜନାରେ ସାମିଲକରିବା ପାଇଁ ଶୁକ୍ରବାର କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା କେନ୍ଦ୍ର ବେସାମରିକ ବିମାନ ଚଳାଚଳ...

Leave a comment

Your email address will not be published. Required fields are marked *