ଜନତା କର୍ଫ୍ୟୁ ଆହ୍ବାନ: ଚାରିଆଡ଼େ ଖାଁ ଖାଁ

ରାଜନଗର,୨୨।୩(ଡି.ଏନ୍‌.ଏ.): ମହାମାରୀ ରୂପ ଧାରଣ କରିଥିବା କରୋନା ଭୂତାଣୁଠାରୁ ଦୂରରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଆହ୍ବାନ ଦେଇଛନ୍ତି। ଏହି ଆହ୍ବାନକୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ ସମ୍ପୂର୍ଣ୍ଣ ପାଳନ କରାଯାଇଛି। ସବୁବେଳେ ଜନଗହଳି ଲାଗି ରହୁଥିବା ରାଜନଗର, ସାନବଡ଼ ଗୋପାଳପୁର, ଜରିମୂଳ, ତାଳଚୁଆ ଆଦି ଅଞ୍ଚଳ ଆଜି ଖାଁ ଖାଁ ଲାଗୁଛି। ଏନେଇ ରାଜନଗର ପୋଲିସ ପକ୍ଷରୁ ଶନିବାର ଗାଁ ଗାଁରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ରବିବାର ରାଜନଗର ଥାନା ଇନ୍ସପେକ୍ଟର ତପନ କୁମାର ନାୟକ, ବିଡିଓ ମନ୍ଦରଧର ମହାଳିକ, ତହସିଲଦାର ଭୋଳାନାଥ ସେଠୀ ଓ ପୋଲିସ ବାହିନୀ ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରିଛନ୍ତି।


All Right Reserved By Dharitri.Com

ବସ୍‌ ଅଟକାଇ ଡକାୟତି: ବୋଲେରୋ ଜବତ, ୬ ଅଭିଯୁକ୍ତ ଗିରଫ

ଯୋଡ଼ା,୨୦।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ନିକଟସ୍ଥ ରଣାଶାଳ ଘାଟିଠାରେ ବୁଧବାର ରାତିରେ ୬ ଜଣ ଦୁର୍ବୃତ୍ତ ବସ୍‌ ଅଟକାଇ ଲୁଟ୍‌ ବେଳେ ପୋଲିସ ଦ୍ୱାରା...

ବୁର୍ଲା ଭୀମସାର ମେଡିକାଲରୁ ୫ ଦଲାଲ ଗିରଫ: ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ନେଉଥିଲେ ଟଙ୍କା

ସମ୍ବଲପୁର, ୨୬।୯ (ବ୍ୟୁରୋ)- ଦଲାଲଙ୍କ କବଳରେ ରାଜ୍ୟର ବିଭିନ୍ନ ମେଡିକାଲ। ଗୁରୁବାର ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ପରିସରରୁ ପୋଲିସ ୫ଜଣ ଦଲାଲଙ୍କୁ ଗିରଫ କରିଛି...

ବର୍ଷା ବିତ୍ପାତ : ସ୍କୁଲ ଛୁଟି ; ବିଳମ୍ବ ନିଷ୍ପତ୍ତି ଯୋଗୁ ହଇରାଣ

ବ୍ରହ୍ମପୁର ଅଫିସ୍‌,୨୬ା୯-ଓଡ଼ିଶା ଉପକୂଳରେ ସୃଷ୍ଟ ପୂର୍ଣ୍ଣିବଳୟ ପ୍ରଭାବରେ ଗତ ୩ ଦିନ ହେଲା ବର୍ଷା ଲାଗି ରହିଛି । ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗଞ୍ଜାମ...

ଢେଙ୍କାନାଳ ବନ୍ଦ ପାଳନ

ଢେଙ୍କାନାଳ ଅଫିସ,୧୪।୨ : ଢେଙ୍କାନାଳ ସହର କଲେଜ ବାଇପାସ୍‌ଠାରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସିଟି ହସ୍ପିଟାଲ...

କ୍ୟାନସର ପୀଡିତ ସାଇରାଜଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ

ସୋନପୁର,୨୮।୩(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ସଦର ବ୍ଲକ କେନ୍ଦୁମୁଣ୍ଡା ଗାଁର ଅନିମା ଓ ସହଦେବ ଦୀପଙ୍କ ୪ ବର୍ଷର ପୁଅ ସାଇରାଜ। ପୁଅ ଜନ୍ମ ନେଲା...

ଆନ୍ଧ୍ରକୁ ଚାଲାଣ ବେଳେ ଧାନ ବୋଝେଇ ଟ୍ରକ ଅଟକ

ତିହିଡ଼ି, ୩୦।୧୨(ଡି.ଏନ.ଏ.):ଭଦ୍ରକ ଜିଲା ତିହିଡ଼ି ବ୍ଲକରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ବେଳେ ଧାନ ବୋଝେଇ ଏକ ଟ୍ରକକୁ ସୋମବାର ତହସିଲ ଛକଠାରେ ତହସିଲଦାର ଅଟକ ରଖିଥିଲେ।...

ଜବରଦଖଲ, ବେଆଇନ ପାର୍କିଂ: ବଡ଼ଦାଣ୍ଡ ସଙ୍କୁଚିତ

ପୁରୀ ଅଫିସ,୧୩।୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସିଂହଦ୍ୱାରକୁ...

ଲଗାଣ ବର୍ଷା : ଜନଜୀବନ ଅସ୍ତବ୍ୟସ୍ତ

ଆନନ୍ଦପୁର,୨୫।୯(ସ୍ବ.ପ୍ର.) : ଲଘୁଚାପ ପ୍ରଭାବରେ ଦୁଇଦିନ ଧରି କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି। ମଝିରେ ମଝିରେ ପ୍ରବଳ ବର୍ଷା ମଧ୍ୟ ହେଉଛି।...

Leave a comment

Your email address will not be published. Required fields are marked *