ନିଆରା ଖଳନାୟକ ଶୁଭେନ୍ଦୁ

ଓଡ଼ିଆ ଯାତ୍ରାଜଗତର ଜଣେ ନିଆରା ଖଳନାୟକ ଭାବରେ ଶୁଭେନ୍ଦୁ ଚୌଧୁରୀ ବେଶ୍‌ ଜଣାଶୁଣା। ତାଙ୍କର ଗେଟ୍‌ଅପ୍‌, ଚାହାଣି ପୁଣି ଗମ୍ଭୀର ଗଳାର ଆଓ୍ବାଜ୍‌ ତାଙ୍କର ଖଳନାୟକୀକୁ ଏକ ସ୍ବତନ୍ତ୍ର ଅନ୍ଦାଜ ଦେଇଛି ବୋଲି କହିଲେ ଆଦୌ ଭୁଲ୍‌ ହେବନି। ସେଥିପାଇଁ ଶୁଭେନ୍ଦୁ ନିଜର ଏକ ସ୍ବତନ୍ତ୍ର ଦର୍ଶକ ଗୋଷ୍ଠୀ ତିଆରି କରିପାରିଛନ୍ତି। ଚୌଦ୍ୱାର ନିକଟସ୍ଥ କୁମାରପୁରଠାରେ ଜନ୍ମଗ୍ରହଣ କରିଥିବା ଏହି କଳାକାର ପ୍ରଥମେ ୧୯୯୩ ମସିହାରେ ଆସନ୍ତି ଯାତ୍ରାକୁ। ବୁଦ୍ଧେଶ୍ୱରୀ ଗଣନାଟ୍ୟରେ ଜଣେ ଯୁବ ଖଳ ଅଭିନେତା ଭାବେ ଯୋଗଦେଇ ସେ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରନ୍ତି। ପିଲାଟିବେଳୁ ଯାତ୍ରା, ସିନେମା, ଥିଏଟର ଆଦି ଦେଖିବାରେ ରୁଚି ଥିଲା। ଗଁାରେ ହେଉଥିବା ଡ୍ରାମାରେ ମଧ୍ୟ ସେ ଅଭିନୟ କରି ବାହାବା ସାଉଣ୍ଟୁଥିଲେ। ତାଙ୍କର ଇଚ୍ଛା ଥିଲା ସିନେମାକୁ ଯିବା ପାଇଁ। ସେଥିଲାଗି ସେ ଖ୍ୟାତନାମା ନିର୍ଦ୍ଦେଶକ ଦିବଂଗତ ମହମ୍ମଦ ମହସିନଙ୍କ ନିକଟକୁ ଯିବାଆସିବା କରୁଥିଲେ। ମହସିନଙ୍କ ସହିତ ଶୁଭେନ୍ଦୁଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ମହସିନଙ୍କୁ ବୁଦ୍ଧେଶ୍ୱରୀ ଗଣନାଟ୍ୟର ଏକ ନାଟକରେ ନିର୍ଦ୍ଦେଶନା ଦେବାକୁ ଡାକରା ଆସିଲା। ନାଟକଟି ଥିଲା ‘ପିନ୍ଧିଲି ସିନ୍ଦୂର ଭାଙ୍ଗିଲା ଶଙ୍ଖା’। ମହସିନ ପାର୍ଟିର ପ୍ରଯୋଜକଙ୍କୁ ଶୁଭେନ୍ଦୁଙ୍କ ବିଷୟରେ କହିଲେ। ତେବେ ପ୍ରଥମରୁ ଯାତ୍ରାକୁ ଯିବା ପାଇଁ ଅନିଚ୍ଛା ଥିଲା ଶୁଭେନ୍ଦୁଙ୍କର। ମହସିନ ତାଙ୍କୁ ବୁଝେଇଦେଲେ ଯେ, ଯାତ୍ରାର ସ୍ଥିତି କ୍ରମଶଃ ସୁଧୁରୁଛି। ଏଥିରେ ଭବିଷ୍ୟତ ଅଛି। ଶୁଭେନ୍ଦୁ ଯୋଗଦେଲେ ବୁଦ୍ଧେଶ୍ୱରୀ ଗଣନାଟ୍ୟରେ। ସେବେଠୁ ଆଉ ସେ ପଛକୁ ଚାହିଁ ନାହାନ୍ତି। ପରେ ପରେ ରାଜଶ୍ରୀ, ବାଘାଯତୀନ, ଶିବାନୀ, କଳିଙ୍ଗ, ଅପେରା ମା’ ତାରିଣୀ, ନଟରାଜ, ବିଶ୍ୱ ରଙ୍ଗମହଲ, ଇନ୍ଦ୍ରଭୁବନ, ସ୍ବର୍ଣ୍ଣମହଲ ଆଦିରେ ଅଭିନୟ କରି ନିଜ କଳାର ପ୍ରଦର୍ଶନ କରିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଫୁଲ ବଉଳବେଣୀ, ଫୁଲ ଆଣିଥିଲି ଫୁଲବାଣୀରୁ, ଫେରିଲେ କହିବି, କାଉ ରାବିଲାନି କା, ମୁଁ ତୋର କ’ଣ ହେବି, କୋଟିଏ ଝିଅରେ ଗୋଟିଏ ତୁ, ଛ’ ଖଣ୍ଡ କାଠରେ ହେବ ସବାରି, ଦୁର୍ଗା, ଜହ୍ନିଫୁଲ ଠୋ ଠା, ମୋ ବୟସ ଷୋହଳ ହେଲେ ତୋ ବୟସ କେତେ ଏବଂ ଆହୁରି ଅନେକ’। ସମ୍ପ୍ରତି ଯାତ୍ରାଶ୍ରୀ ବିଶ୍ୱ ଦରବାରରେ ଅଭିନୟ ଜାରି ରଖିଥିବା ଶୁଭେନ୍ଦୁଙ୍କର ଚଳିତବର୍ଷର ନାଟକ ମଧ୍ୟରେ ରହିଛି ଆକାଶ କଇଁଆ ଚିଲିକା ମାଛ, ତମକଥା ଭାରି ମନେପଡୁଛି, ଭଲ ପାଇବାକୁ ଭୟ ଲାଗୁଛି, ଗୁପ୍ତ ସମ୍ପର୍କ ଏବଂ ବର୍ଷା ରାତିର ସାଥୀ। ମୁଖ୍ୟତଃ ନେଗେଟିଭ୍‌ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରୁଥିବା ଶୁଭେନ୍ଦୁ କହନ୍ତି, ତାଙ୍କ ବାପା ଶିଶିର କୁମାର ସାହୁ, ମା’ କାମିନୀବାଳା ସାହୁ ଏବଂ ଅଭିନେତ୍ରୀ ପତ୍ନୀ ଟିକିନାଙ୍କ ସମେତ ଗ୍ରାମବାସୀଙ୍କ ପ୍ରେରଣା ତାଙ୍କୁ ଏତେବାଟ ଟାଣି ଆଣିଛି।


All Right Reserved By Dharitri.Com

ବୟଫ୍ରେଣ୍ଡଙ୍କ ସହ ସୁଇମିଂ ପୁଲ୍‌ରେ ମଜା ଉଠାଉଛନ୍ତି ସୁସ୍ମିତା

କିଛିଦିନ ତଳେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଏବଂ ବୟଫ୍ରେଣ୍ଡ ରହମନଙ୍କ ବ୍ରେକ୍‌ଅପ୍‌ ଖବର ଆସିଥିଲା। କିନ୍ତୁ ସୁସ୍ମିତା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର...

ସୁସ୍ଥ ହେଲେ ଲତା

ମୁମ୍ବାଇ,୧୫।୧୧: ବଲଉଡ୍‌ ନାଇଟ୍‌ ଆଙ୍ଗଲ ତଥା ଭାରତ ରତ୍ନ ଲତା ମଙ୍ଗେସକର ଏବେ ସୁସ୍ଥ ଥିବା ଖବର ମିଳିଛି। ଲତାଙ୍କୁ ଦେଖାରଖା କରୁଥିବା ଟିମ୍‌ ପକ୍ଷରୁ...

ପରଲୋକରେ ଲୋକପ୍ରିୟ ନିର୍ଦ୍ଦେଶକ, ହ୍ରିତିକ୍‌ଙ୍କ ଅଜା ଓମ୍‌ ପ୍ରକାଶ

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ତଥା ଅଭିନେତା ହ୍ରିତିକ୍‌ ରୋଶନଙ୍କ ଅଜା ଓମ୍‌ ପ୍ରକାଶଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।...

‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌

ନୂଆଦିଲ୍ଲୀ: ପୁଣି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି ବଲିଉଡ୍‌ ଦବଙ୍ଗ ପୋଲିସ୍‌ ଅଫିସର ଚୁଲ୍‌ବୁଲ୍‌ ପାଣ୍ଡେ। ସଲମାନଙ୍କ ମୋଷ୍ଟ ଅଓ୍ବେଟେଡ୍‌ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌...

ବିନା ଶାର୍ଟରେ କ୍ୟାଟ୍‌ଙ୍କ ସହ ପାର୍ଟିକୁ ଯାଇଥିଲେ ଭାଇଜାନ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଦବଙ୍ଗ ଖାନ୍‌ ସଲମାନ ଶାର୍ଟଲେସ୍‌ ଆକ୍ଟର ଭାବେ ବଲିଉଡ୍‌ରେ ଜଣାଶୁଣା। ତାଙ୍କର ଅଧିକାଂଶ ଫିଲ୍ମରେ ଯେମିତି ହେଲେ ଗୋଟିଏ ଶାର୍ଟ ଖୋଲା ସିନ୍‌ ଥିବ। ବଡି...

ଭିନ୍ନ ଧରଣର ସିନେମା ନିର୍ମାଣକୁ ଗୁରୁତ୍ୱ ଦିଏ

ଚର୍ଚ୍ଚିତ ଓଡ଼ିଆ ସିନେମା ‘ପାଟଣାଗଡ଼’ର ପ୍ରଯୋଜକ ନିକଟରେ ଅନ୍ତର୍ଜାତୀୟ ସିନେମା ଉତ୍ସବରେ ଶ୍ରେଷ୍ଠ ପ୍ରଯୋଜକ ଭାବରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ସିନେମା ଆଉ ଭବିଷ୍ୟତ ଯୋଜନା...

ମୁଁ ମୁସଲମାନ୍‌ ମୋ ସ୍ତ୍ରୀ ହିନ୍ଦୁ ମୋ ପିଲାଏ ହିନ୍ଦୁସ୍ତାନ: ଶାହରୁଖ

ମୁମ୍ବାଇ: ସାଧାରଣ ତନ୍ତ୍ର ଦିବସ ଅବସରରେ କିଙ୍ଗ ଖାଁ ଶାହରୁଖ୍‌ଙ୍କ ମନ୍ତବ୍ୟ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଶାହରୁଖ୍‌ କହିଛନ୍ତି ଯେ,...

ଆଇଫା ଆଓ୍ବାର୍ଡରେ ଘଟିଲା ଏମିତି, ନ ହସି ରହି ପାରିଲେନି ଦୀପିକା

ବହୁ ପ୍ରତୀକ୍ଷିତ ଆଇଫା ଆଓ୍ବାର୍ଡ ୨୦୧୯ ବୁଧବାର ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବଲିଉଡ୍‌ ଅଭିନେତ୍ରୀ, ଅଭିନେତାଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିଥିଲା। ଗ୍ରୀନ୍‌ କାର୍ପେଟ୍‌ ଉପରେ...

Leave a comment

Your email address will not be published. Required fields are marked *