ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲା ପୋଲିସ ପାଟ୍ରୋଲିଂ ଗାଡ଼ି

ଚିତ୍ରକୋଣ୍ଡା,୨୨।୩(ଡି.ଏନ୍‌.ଏ.): ମାଲକାନଗିର ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଯୋଡ଼ାମ୍ବ ଅଞ୍ଚଳରୁ ଜଣେ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ବୋଟ୍‌ରେ ଆଣି ଘାଟ କୂଳରେ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ। ମାତ୍ର ପ୍ରସବ ଯନ୍ତ୍ରଣା ବଢ଼ିବାରୁ ପାଟ୍ରୋଲିଂରେ ଥିବା ପୋଲିସ ଗାଡ଼ି ଗର୍ଭବତୀଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ନେଇ ପହଞ୍ଚାଇଥିଲା। ଥାନା ଅଧିକାରୀ ଯୁଗଳ କିଶୋର ଶବରଙ୍କ ନେତୃତ୍ୱରେ ଏଏସ୍‌ଆଇ ରାଜେନ୍ଦ୍ର ପାଙ୍ଗି, କନଷ୍ଟେବଳ ନିଗମ ପ୍ରଧାନ, ହୋମଗାର୍ଡ ବୁଜି ଦୋରା ଏବଂ ରାଜେଶ ସାହୁଙ୍କ ଏକ ଟିମ୍‌ ଗର୍ଭବତୀଙ୍କୁ ଡାକ୍ତରଖାନା ନେଇଥିଲେ। ଥାନାଧିକାରୀଙ୍କ ଏପରି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସା କରାଯାଇଛି। ଅନ୍ୟପକ୍ଷରେ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ବିଜେପୁର ଉପନିର୍ବାଚନ: ରୋଡ୍‌ ଶୋ’ରେ ବାହାରି ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ, ୧୭ା୧୦- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୪ଦିନ ବାକି। ଦୁଇ ଦିନ ପରେ ନିର୍ବାଚନୀ ପ୍ରଚାର ଅବଧି ସରିବ। ତେବେ...

ରାତାରାତି ନିର୍ମାଣ ହେଉଛି ବେଆଇନ ହମ୍ପ୍‌ସ: ପ୍ରଶାସନର ଅସହାୟତା କାରଣରୁ ଲୋକେ ହିନସ୍ତା

ଓଡ଼ଗାଁ,୨୨ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରେ ଦିନକୁ ବେଆଇନ ହମ୍ପ୍‌ସ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣାର ଦ୍ୱାହି ଦେଇ ଲୋକେ...

ବଡଗାଁ ତହସିଲରେ ସରକାରୀ ନିୟମ କାମରେ ଆସୁନି: ୨ମାସ ପରେ ମଧ୍ୟ ମିଳୁନାହିଁ ପ୍ରମାଣପତ୍ର

ବଡ଼ଗାଁ, ୨୫।୬ (ଡି.ଏନ.ଏ)- ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରି କର୍ମଚାରୀମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ କାର୍ଯ୍ୟରେ ଅବହେଳା କରୁଥିବା...

ବଙ୍ଗୀୟ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ନିଖୋଜ: ୨୦ଘଣ୍ଟା ପରେ ଅଭୟାରଣ୍ୟ ନିକଟରୁ ଉଦ୍ଧାର

ସଜନାଗଡ଼,୧୩।୨(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିଥାଏ। ମଙ୍ଗଳବାର ଜଣେ ବଙ୍ଗୀୟ ପର୍ଯ୍ୟଟକ...

ଆନ୍ଧ୍ରରୁ ଫେରି ପାରୁନାହାନ୍ତି ବୀରମହାରାଜପୁରର ୪୦ ଦାଦନ

ଅମରପାଲି, ୨୮।୩ (ଡି.ଏନ.ଏ.):ସମଗ୍ର ଭାରତ ବର୍ଷ କରୋନା ଭାଇରସ ପାଇଁ ଆତଙ୍କରେ ଥିବା ବେଳେ ୨୧ ଦିନ ପାଇଁ ଲକ୍‌ ଡାଉନ ହୋଇଛି । ଫଳରେ...

ବାଟବଣା ବ୍ୟକ୍ତି ଆଶ୍ରୟସ୍ଥଳରେ ରହିଲେ

ଲାଠୋର,୩୧।୩ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଅଧୀନ କରୁଆଁଝର ପଞ୍ଚାୟତ ସାନଗୁର୍ଜିଭଟା ଗାଁ ମୁଣ୍ଡରୁ ଜଣେ ଶ୍ରମିକଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳରେ ରଖା...

ଶ୍ରମିକଙ୍କ ପାଇଁ କାର୍ଯ୍ୟକାରୀ ହେଉ ପେନ୍‌ସନ ଯୋଜନା

ବ୍ରହ୍ମପୁର ଅଫିସ,୧୯ା୮-ଶ୍ରମିକ ଓ ଅଣସଂଗଠିତ ଶ୍ରମିକଙ୍କୁ ରାଜ୍ୟ ସରକାର ମାସିକ ପେନ୍‌ସନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଗଞ୍ଜାମ ଜିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ଦାବି...

୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର ଅଭିଯୋଗ : ପ୍ରତିବାଦରେ ଡିଇଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ବ୍ରହ୍ମପୁର ଅଫିସ,୧୯ା୧୨-ବ୍ରହ୍ମପୁର ଆସ୍କାରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ ପାଚିକାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବୁଧବାର ଜିଲା...

Leave a comment

Your email address will not be published. Required fields are marked *