ଆଇସ୍‌ ଏଜ୍‌ରେ ମାମୋଥ୍‌ ହାଡ଼ରେ ଘର ନିର୍ମାଣ କରୁଥିଲା ମାନବ…

ମସ୍କୋ, ୨୨।୩: ଆଇସ୍‌ ଏଜ୍‌ରେ ମାନବ କିଭଳି ଘରେ ବାସ କରୁଥିଲା ସେନେଇ ପ୍ରମାଣ ମିଳିଛି। ୟୁକ୍ରେନ୍‌ ଏବଂ ରୁଷିଆର କେତେକ ଅଞ୍ଚଳର ଖନନ ସମୟରେ ମାଟି ତଳୁ ଗୋଲାକାର ଭାବେ ପୋତା ଯାଇଥିବା ମାମୋଥ୍‌ କଙ୍କାଳର ସନ୍ଧାନ ପ୍ରତ୍ନତତ୍ତ୍ୱବିତ୍‌ମାନେ ପାଇଛନ୍ତି। କଙ୍କାଳଗୁଡ଼ିକ ମଧ୍ୟରେ ମାମୋଥ୍‌ର ୫୧ଟି ତଳମାଢ଼ି ଏବଂ ଅନ୍ୟ ୬୪ କଙ୍କାଳ ରହିଛି। ଏହା ପ୍ରାୟ ୨୦,୦୦୦ ବର୍ଷ ତଳର ବୋଲି ପ୍ରତ୍ନତତ୍ତ୍ୱବିତ୍‌ ସୂଚନା ଦେଇଛନ୍ତି। ଘରଗୁଡ଼ିକର ଲମ୍ବ ଏବଂ ପ୍ରସ୍ଥ ଉଭୟ ୩୦ଫୁଟ ରହିଛି। ଏଥିରେ ବ୍ରିଟେନ୍‌ ଏକ୍ସଟର ବିଶ୍ୱବିଦ୍ୟାଳୟର କିଛି ଗବେଷକ ମଧ୍ୟ ଯୋଗ ଦେଇଛନ୍ତି। ସମ୍ଭବତଃ ମାନବ ସେତେବେଳେ ମାମୋଥ୍‌ ହାଡ଼ରେ ଘର ନିର୍ମାଣ କରୁଥିବାର ଅନୁମାନ ଗବେଷକ କରୁଛନ୍ତି। ମାମୋଥ୍‌ ହାଡ଼ ଗୁଡ଼ିକ ଶକ୍ତ ଏକ ଲମ୍ବ ଥିବାରୁ ଏଥିରେ ଘର ତିଆରି କରିବା ସହଜ ହେଉଥିଲା ବୋଲି ଗବେଷକ କହିଛନ୍ତି। ମସ୍କୋଠାରୁ ୫୦୦ କିଲୋମିଟର ଦୂରରେ ଥିବା କୋଣ୍ଟେନେକି ଗାଁରେ ଏହି ଖନନ ଜାରି ରହିଛି। ଘର ଭିତରୁ କିଛି କାଠ ଅଙ୍ଗାର ମିଳିଛି। ଥଣ୍ଡାରୁ ରକ୍ଷା ପାଇବା ପାଇଁ ମାନବ ସେତେବେଳେ ନିଆଁର ବ୍ୟବହାର କରୁଥିବା ଅନୁମାନ କରାଯାଉଛି। ସେହିପରି ଖନନ ସମୟରେ ହରିଣ, ଘୋଡ଼ା, ଭାଲୁ, ଗଧିଆ, ବିଲୁଆ ଆଦିଙ୍କ କଙ୍କାଳ ମଧ୍ୟ ମିଳିଛି। ଏନେଇ ଅଧିକ ଗବେଷଣା ଜାରି ରହିଛି।


All Right Reserved By Dharitri.Com

ଭାରତ ଗସ୍ତ ପୂର୍ବରୁ ଜୁକେର ବର୍ଗଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହା ପୂୂର୍ବରୁ ସେ ଟୁଇଟ୍‌ କରି ଫେସବୁକ୍‌ ସଂସ୍ଥାପକ ଜୁକେର ବର୍ଗଙ୍କୁ...

ପାକିସ୍ତାନରେ ଏଚ୍‌ଆଇଭି ଆତଙ୍କ: ୧୦ ବର୍ଷରେ ଲକ୍ଷେ ୬୦ ହଜାର ଚିହ୍ନଟ

ଇସଲାମାବାଦ୍‌,୧୧।୯: ପାକିସ୍ତାନରେ ଏଚ୍‌ଆଇଭି ଆତଙ୍କ ଦେଖାଦେଇଛି। ଗତ ୧୦ ବର୍ଷ ମଧ୍ୟରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇ ଲକ୍ଷେ ୬୦ ହଜାରରେ...

ରାଜନୈତିକ ବିଜ୍ଞାପନ ବନ୍ଦ କରିବ ଟୁଇଟର୍‌

ନ୍ୟୁୟର୍କ,୧।୧୧:ସୋସିଆଲ ମିଡିଆ ଟୁଇଟର ରାଜନୈତିକ ବିଜ୍ଞାପନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ଏହାର ସିଇଓ ଜାକ୍‌ ଡୋର୍‌ସେ ଘୋଷଣା କରିଛନ୍ତି। ଟୁଇଟର ଜରିଆରେ ବିଶ୍ୱ...

ଉଲ୍‌ରେ ତିଆରି ପ୍ରକୃତିର ଛବି

ଏମ୍ବ୍ରୋଡରି ଏକ ବହୁ ପୁରାତନ କଳା। ଏଥିରେ କାରିଗର ଭିନ୍ନ ଭିନ୍ନ କଳାକୃତି ତିଆରି କରନ୍ତି। ନିକଟରେ ଜଣେ ମହିଳା ପ୍ରକୃତିର ବିଭିନ୍ନ ଦୃଶ୍ୟକୁ ଏମ୍ବ୍ରୋଡରିରେ...

ନିଦ୍ରା ହେଲା ଶେଷନିଦ୍ରା: ଟ୍ରେନ୍‌ ଦୁର୍ଘଟଣାରେ ୧୫ ମୃତ; ୬୦ ଆହତ

ଢ଼ାକା,୧୨।୧୧: ବାଂଲାଦେଶରେ ମଙ୍ଗଳବାର ଭୋର୍‌ ୩ଟାରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ୧୫ରୁ ଅଧିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୬୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ...

ରୋହିଙ୍ଗ୍ୟା ସମସ୍ୟା: ବିଶ୍ୱ ସମୁଦାୟର ସହଯୋଗ ଲୋଡିଲା ଜାତିସଂଘ

ଜେନେଭା,୨୭।୪: ବାଂଲାଦେଶରେ କୋକ୍ସ୍‌ ବଜାର ଶରଣାର୍ଥୀ ଶିବିରରେ ଥିବା ରୋହିଙ୍ଗ୍ୟାଙ୍କ ସହାୟତା ପାଇଁ ଜାତିସଂଘ ପକ୍ଷରୁ ବିଶ୍ୱ ସମୁଦାୟର ସହଯୋଗ ଲୋଡ଼ାଯାଇଛି। ଏଠାରେ ୭ ଲକ୍ଷରୁ...

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୭କୋଟି ଲୋକ ପ୍ରଭାବିତ

ଓ୍ବାଶିଂଟନ,୧୯।୫: ମଧ୍ୟ ଆମେରିକାରେ ଗୋଟିଏ ପରେ ଗୋଟିଏ ପ୍ରାୟ ୫୦ଟି ଘୂର୍ଣ୍ଣିଝଡ଼ ଆସିବାରୁ ଏଠାକାର ସ୍ଥିତି ଖରାପ ହୋଇଯାଇଛି। ଗତ ଶନିବାର ଏଠାରେ ହୋଇଥିବା ଘୂର୍ଣ୍ଣିଝଡ଼ରେ...

ନୂଆବର୍ଷରେ ଜନ୍ମ ନେଲେ ୪ ଲକ୍ଷ ନବଜାତକ: ଭାରତରେ ସର୍ବାଧିକ ୬୭ ହଜାର

ଓ୍ବାଶିଂଟନ,୧।୧: ନୂଆବର୍ଷ ପହିଲି ଦିନରେ ପୃଥିବୀରେ ମୋଟ ୩ ଲକ୍ଷ ୯୨ ହଜାର ୭୮ ଜଣ ନବଜାତକ ଜନ୍ମଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ଭାରତରେ ସର୍ବାଧିକ ୬୭...

Leave a comment

Your email address will not be published. Required fields are marked *