କଫି କପ୍‌ ବି ବ୍ୟକ୍ତିଙ୍କ ସ୍ବଭାବ ସମ୍ପର୍କରେ ଦେଇଥାଏ ସୂଚନା…

ନ୍ୟୁୟର୍କ,୨୨।୩: କୌଣସି ବ୍ୟକ୍ତିଙ୍କ ସ୍ବଭାବ କିପରି ତାହା ସେ ବ୍ୟବହାର କରୁଥିବା କଫି କପ୍‌ରୁ ହିଁ ଜଣାପଡ଼ିଥାଏ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏହା ସତ୍ୟ। ଏନେଇ ‘ଫୁଡ୍‌ କ୍ୱାଲିଟି ଆଣ୍ଡ ପ୍ରିଫରେନ୍ସ’ ପତ୍ରିକାରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥି ପାଇଁ ଗବେଷକ ଅନଲାଇନ୍‌ରେ ୩୦୯ ଜଣ ବ୍ୟକ୍ତିଙ୍କ ମତାମତ ନେଇ ଥିଲେ। ସମ୍ପୃକ୍ତ ବ୍ୟକ୍ତିମାନେ ଚାଇନା, କଲମ୍ବିଆ, ବ୍ରିଟେନ୍‌ ଆଦିର ବାସିନ୍ଦା ବୋଲି ‘ଫୁଡ୍‌ କ୍ୱାଲିଟି ଆଣ୍ଡ ପ୍ରିଫରେନ୍ସ’ ପତ୍ରିକା ପକ୍ଷରୁ କୁହାଯାଇଛି। ସର୍ଭେରେ ସାମିଲ୍‌ ହୋଇଥିବା ବ୍ୟକ୍ତିଙ୍କୁ ୮ଟି କଫି କପ୍‌ ମଧ୍ୟରୁ ସେମାନଙ୍କର ପସନ୍ଦ ବାଛିବା ପାଇଁ କୁହାଯାଇଥିଲା। ଅଣ ଓସାରିଆ କପ୍‌ ପସନ୍ଦ କରିଥିବା ବ୍ୟକ୍ତିଙ୍କ ସ୍ବଭାବ ପରିବର୍ତ୍ତିତ ଧାରା ସହିତ ବଦଳିଥାଏ। ସେହିପରି ସେ ଅଧିକ କଡ଼ା ସ୍ବାଦକୁ ପସନ୍ଦ କରିଥାନ୍ତି। ଅପରପକ୍ଷରେ ଚୌଡ଼ା କପ୍‌ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ସ୍ବଭାବ ନରମ ହୋଇଥାଏ। ସେମାନେ ଅଧିକ ମିଠାଯୁକ୍ତ ଖାଦ୍ୟକୁ ପସନ୍ଦ କରିଥାନ୍ତି। ଏହି ଅନ୍‌ ଲାଇନ୍‌ ସର୍ଭେରେ ପେଶାଦାର ଆଇଜନୀବୀ, ଡାକ୍ତର, ରେଷ୍ଟୁରାଣ୍ଟ୍‌ ମାଲିକ, ବ୍ୟବସାୟୀ ଆଦି ସାମିଲ ହୋଇଥିଲେ।


All Right Reserved By Dharitri.Com

ଚା’ ପତି କିଲୋ ୫୦ ହଜାର…

ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି...

ଲୋରି ଅଗ୍ନିରେ କାହିଁକି ପକାଯାଏ ରାଶି ଓ ବାଦାମ୍‌

ପୂର୍ବ-ଉତ୍ତର ଭାରତରେ ସୋମବାର ଆଡ଼ମ୍ବରରେ ଲୋରି ପର୍ବ ପାଳନ କରାଯାଇଛି। ଜାନୁୟାରୀ ୧୩ରେ ପଞ୍ଜାବ ଓ ହରିୟାଣାରେ ଏହି ପର୍ବ ପାଳନ କରାଯାଉଛି। ଲୋକମାନେ ବେଶ୍‌...

ଯେଉଁଠି ପୁରୁଷଙ୍କୁ ପରଦା ପଛରେ ଲୁଚି ରହିବାକୁ ପଡେ

ଶୀର୍ଷକ ପଢ଼ି ଚିନ୍ତାରେ ପଡ଼ିଯିବେଣି।କାହିଁ କେଉଁ କାଳରୁ ପୁରୁଷ ପ୍ରଧାନ ସମାଜକୁ ସମସ୍ତେ ମାନିଆସିଛନ୍ତି। ଏବେ ବି ଅଧିକାଂଶ ସ୍ଥାନରେ ପୁରୁଷଙ୍କ ଦବଦବା ରହିଆସିଛି। ମହିଳା...

ଡାକ୍ତରଙ୍କ ମୃତ୍ୟୁ ପରେ ଘରୁ ମିଳିଲା ୨ହଜାରରୁ ଅଧିକ ଭ୍ରୁଣ

ଓ୍ବାଶିଂଟନ,୧୫।୯: ଓ୍ବିଲ କାଉଣ୍ଟି ଶୋରିଫ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଏକ ସୂଚନା ଅନୁଯାୟୀ, ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ପ୍ରାୟ ୨ହଜାର ୨ଶହ...

କଷ୍ଟକର ଗଣିତ ବୁଝିବାରେ ବାଳିକା ବି ଆଗୁଆ

ଓ୍ବାଶିଂଟନ,୧୦।୧୧: କଷ୍ଟକର ଗଣିତ ବୁଝିବାରେ ବାଳକମାନେ ଆଗୁଆ ରହିଥାନ୍ତି ବୋଲି ପୂର୍ବରୁ ହୋଇଥିବା ଏକ ଗବେଷଣାରେ ଉଲ୍ଲେଖ ହୋଇଥିଲା। ତେବେ ଏଥିରେ ବାଳିକା ମଧ୍ୟ ପଛୁଆ...

ଗାଁରେ ହୁଏନି କେବେ ବି ବର୍ଷା

ସାନା,୧୯।୩: ପୃଥିବୀର ବିଭିନ୍ନ ଅଞ୍ଚଳରେ ବହୁ ରୋଚକ ରହସ୍ୟ ରହିଛି। ଭାରତର ମେଘାଳୟରେ ଥିବା ଗାସିନରାମ ଗାଁରେ ସର୍ବଧିକ ବର୍ଷା ହୋଇଥାଏ। ତେବେ ଏଭଳି ଗାଁ...

ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ‘ର ତାରିଫ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତ ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ର ତାରିଫ୍‌ କରିଛନ୍ତି। ସେ ଟୁଇଟ୍‌...

ସେଲିବ୍ରିଟିଙ୍କ ଅନ୍ଧବିଶ୍ୱାସ

ଗ୍ଲାମର ଜଗତର ସେଲିବ୍ରିଟିମାନେ ବି ଅନ୍ଧବିଶ୍ୱାସର ବସବର୍ତ୍ତି ହୋଇଥାନ୍ତି। ବିଶ୍ୱାସ ହେଉନଥିଲେ ବି ଏହା ସତ। ତେବେ ବି-ଟାଉନର କିଛି ସେଲିବ୍ରିଟିଙ୍କର କ’ଣ ସବୁ ଅନ୍ଧବିଶ୍ୱାସ...

Leave a comment

Your email address will not be published. Required fields are marked *