ଓଡ଼ିଶାରେ ‘ଜନତା କର୍ଫ୍ୟୁ’ର ପୂର୍ଣ୍ଣ ପ୍ରଭାବ: ସତର୍କତା, ସଚେତନତା ପଥରେ ଲୋକେ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଘାତକ କରୋନା ଭୂତାଣୁର ପ୍ରକୋପ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହାର କୌଣସି ପ୍ରତିକାର ନ ଥିବାରୁ କେବଳ ସତର୍କତା ଓ ସଚେତନତା ହିଁ ଏହି ରୋଗକୁ ପ୍ରତିହତ କରିପାରିବ। ତେଣୁ ଏହି ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ସଂକ୍ରମଣକୁ ରୋକିବା ଓ ସମସ୍ତଙ୍କୁ ସଚେତନ କରିବାକୁ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଉଛି। ତେବେ ଓଡ଼ିଶାରେ ଏହାର ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଛି।

ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ ସମେତ ଅନ୍ୟ ସମସ୍ତ ସ୍ଥାନରେ ଦୋକାନ ବଜାର ସମେତ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ବସ୍‌, ଟ୍ୟାକ୍ସି, ଘରୋଇଯାନ ଗଡ଼ୁ ନାହିଁ। ବାଦାମବାଡ଼ି ଓ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଜନଶୂନ୍ୟ ହୋଇପଡ଼ିଛି। ତେବେ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ପାଇଁ ମଧ୍ୟ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି।


All Right Reserved By Dharitri.Com

ଗଛ ଲଗାଅ, ପୃଥିବୀ ବଞ୍ଚାଅ ଅଭିଯାନ: ବିଦ୍ୟାଳୟରେ ଚାରାରୋପଣ

ଖଣ୍ଡପଡ଼ା,୧୮ା୭(ସ୍ବ.ପ୍ର.): ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ନ ହେଲେ ଅତି ଶୀଘ୍ର ମାନବ ସମାଜ ସହ ପୃଥିବୀରେ ବସବାସ କରୁଥିବା ଜୀବଜଗତ ଲୋପ ପାଇବାର ଆଶଙ୍କା...

ଅନ୍‌ଲାଇନରେ ଆରମ୍ଭ ହେଲା ପାଠପଢ଼ା: ୭୨୧୩ ଗ୍ରୁପ୍‌ରେ ଯୋଡ଼ିହେଲେ ୫୫ ହଜାର ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୨୦ା୪: କରୋନା ଲାଗି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ମେ ୩ ପର୍ଯ୍ୟନ୍ତ ଜାରି ରହିଛି। ରାଜ୍ୟ ସରକାର ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ...

ବନ୍ଦର ନିଷିଦ୍ଧାଞ୍ଚଳକୁ ଗଡ଼ିଲା ବସ୍‌ : ଅକ୍ଟୋବର ୧ରୁ ଦୁଇଚକିଆ ବନ୍ଦ

ପାରାଦୀପ,୧୪ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଆସନ୍ତା ଅକ୍ଟୋବର ୧ ରୁ ସମ୍ପୂର୍ଣ୍ଣ ଭାବେ ବାଇକ, ସାଇକେଲ ଆଦି ଦୁଇଚକିଆ ଚଳାଚଳ ବନ୍ଦ କରାଯିବ। କର୍ମଚାରୀ ଓ...

କ୍ବାରାଣ୍ଟାଇନ୍‌ରେ କୁମ୍ଭାରପଡ଼ା ଥାନାର ୩୦ କର୍ମଚାରୀ

ପୁରୀ ଅଫିସ,୧୮ା୫: କ୍ବାରାଣ୍ଟାଇନରେ ରହିଲେ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ। ଜଣେ କରୋନା ଆକ୍ରାନ୍ତ ଗିରଫ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏହି ଥାନାର ଆଇଆଇସିଙ୍କ ସମେତ...

ଟେଲିକମ୍‌ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି: ମୋବାଇଲ୍‌ ସଂଯୋଗ ନ କାଟିବାକୁ ଅନୁରୋଧ

ଭୁବନେଶ୍ୱର,୯ା୪: କରୋନା ଭୂତାଣୁ ସଂକ୍ରମଣ ଲାଗି କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ ମୋବାଇଲ୍‌ ବିଲ୍‌ ପଇଠ ଏବଂ ରିଚାର୍ଜ କରିବାରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ...

ପ୍ରଶାସନର ନୂଆବର୍ଷ ପ୍ରସ୍ତୁତି: ଝଲସିଲାଣି ମେଘନାଦ ପାଚେରି; ଶେଷ ପର୍ଯ୍ୟାୟରେ ବ୍ୟାରିକେଡ କାମ

ପୁରୀ ଅଫିସ, ୨୯ା୧୨:  ଆଉ ୩ ଦିନ ପରେ ନୂଆବର୍ଷ। ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି...

ଲକ୍‌ଡାଉନ୍‌କୁ ନେଇ ପୁରୀ ପୋଲିସର କଡ଼ା ଆଭିମୁଖ୍ୟ: ୩୦ ବାଇକ୍‌ ଜବତ, ସାମାଜିକ ଦୂରତ୍ୱ ରକ୍ଷା ଲାଗି ବ୍ୟବସାୟୀଙ୍କୁ ତାଗିଦ୍‌

ପୁରୀ ଅଫିସ,୨୫।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ହୋଇଥିବା ଲକ୍‌ଡାଉନ୍‌କୁ କଡ଼ାକଡ଼ି କରିବା ଲାଗି ପୁରୀ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୁଧବାର...

ବିଜେପୁର ଉପନିର୍ବାଚନ: ରବିବାର ଭାଜପାର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଅକ୍ଟୋବର ୨୧ରେ ବିଜେପୁର ବିଧାନସଭା ଆସନ ଲାଗି ପଡ଼ିବ ଭୋଟ। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟର ୩ ପ୍ରମୁଖ ଦଳମାନେ ପ୍ରାର୍ଥୀ ଚୟନରେ ବ୍ୟସ୍ତ।...

Leave a comment

Your email address will not be published. Required fields are marked *