ଜନତା କର୍ଫ୍ୟୁ ପ୍ରଭାବ: ଦେବଗଡ଼ ଜନଶୂନ୍ୟ

ଦେବଗଡ଼,୨୨।୩(ଡି.ଏନ୍‌.ଏ.): ବିଶ୍ୱ ବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ବାନ ପରେ ରବିବାର ଦେବଗଡ଼ ଜିଲାରେ ଏହାର ପ୍ରଭାବ ପ୍ରତିଫଳିତ ହୋଇଛି। ସକାଳୁ ଦେବଗଡ଼ ଜିଲା ମହକୁମା ସମେତ ବିଭିନ୍ନ ଗ୍ରାମରେ ଜନସାଧାରଣ ସ୍ବତଃପ୍ରବୃତ୍ତ ଭାବେ ଘରୁ ବାହାରକୁ ବାହାରି ନ ଥିଲେ। ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ବନ୍ଦ ରହିଥିଲା l କେବଳ ଜରୁରୀ କାର୍ଯ୍ୟ ଥିବା ବ୍ୟକ୍ତିଙ୍କୁ ରାସ୍ତାରେ ଦେଖିବାକୁ ମିଳିଥିବା ବେଳେ ଔଷଧ ଦୋକାନ, କ୍ଷୀର ଦୋକାନ ଆଦି ଖୋଲା ରହିଥିଲା। ପୂର୍ବରୁ ଆଜି ଜନତା କର୍ଫ୍ୟୁ ଘୋଷଣା ହୋଇଥିବାରୁ ଜନସାଧାରଣ ଆବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିଥିବା ଦେଖିବାକୁ ମିଳିଥିଲା। ଆଜିର ଜନତା କର୍ଫ୍ୟୁରେ ଦଳ ମତ ନିର୍ବିଶେଷରେ ସମସ୍ତେ ସ୍ବତଃ ସାମିଲ ହୋଇଥିବା ଦେଖିବାକୁ ମିଳିଛି।


All Right Reserved By Dharitri.Com

ମା’ର ମୃତ୍ୟୁ ପରେ ଜେଲରେ ବାପା: ୧୮ଦିନର ଶିଶୁପୁତ୍ରକୁ ଉଦ୍ଧାର

ବାଲେଶ୍ୱର ଅଫିସ,୧୨।୧୨- ବାଲେଶ୍ୱର ଚାଇଲ୍ଡ ଲାଇନ୍‌ ପକ୍ଷରୁ ବୁଧବାର ବସ୍ତା ଥାନା ଅନ୍ତର୍ଗତ ସାନଧନାଡ଼ି ଗ୍ରାମରୁ ୧୮ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ପରେ ଏହି...

ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଯାଞ୍ଚ ଦାବି

ପୁରୀ ଅଫିସ,୩୧ା୧୦: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ଲାଗି ଦାବି କରିଛନ୍ତି ପୁରୀ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି...

ଖଣି ବନ୍ଦ ଆନ୍ଦୋଳନରୁ ଓହରିଲା ଭାଜପା

ତାଳଚେର,୧ା୮(ନି.ପ୍ର.) – ପ୍ରଶାସନ ଓ ଏମ୍‌ସିଏଲ୍‌ର ଅନୁରୋଧ କ୍ରମେ ଭାଜପା ପକ୍ଷରୁ ୫ ଦଫା ଦାବି ନେଇ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି...

ସରକାରୀ ଜମିରୁ ମୋରମ ଲୁଟ୍‌: ରାଜସ୍ବ ହରାଉଛନ୍ତି ସରକାର

ଔପଦା, ୧୭।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ତହସିଲ ଅନ୍ତର୍ଗତ ଗଡ଼ସାହି ପଞ୍ଚାୟତର କୁସୁନଦାସପୁର, ରଙ୍ଗାମାଟିଆ, ପଣ୍ଡୁଆ, ପଥରପଦା ଆଦି ଗ୍ରାମରେ ଥିବା ସରକାରୀ ଜମିରୁ ମୋରମ ଲୁଟ୍‌...

ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୫।୮: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ସୋମବାର ସତ୍‌ସଙ୍ଗବିହାରଠାରେ ଚଢ଼ାଉ କରାଯାଇ ୧୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହି ଘଟଣାରେ ଖୋର୍ଦ୍ଧା...

ହାତପାହାନ୍ତାରେ ଝୁଲୁଛି ବିପଦ

ଭଦ୍ରକ ଅଫିସ, ୧୫।୨- ଭଦ୍ରକ ଜିଲା ଧାମନଗର ବ୍ଲକ ପଦ୍ମପୋଖରୀ ଛକ ନିକଟରେ ହାତପାହାନ୍ତାରେ ଝୁଲିଛି ବିପଦ। ସତେ ଯେପରି ଯେକୌଣସି ମୁହୂର୍ତ୍ତରେ ଝୁଲି ରହିଥିବା...

କୃଷକ ସଭାର ଗଣଧାରଣା

ଛତ୍ରପୁର,୮ା୬(ଡି.ଏନ୍‌.ଏ.)- ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଶୁକ୍ରବାର ଛତ୍ରପୁର ସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା...

ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ମହାକାଳପଡ଼ା,୧୮।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବନାଞ୍ଚଳ ଅଧୀନ ସ୍ଥାନୀୟ ଜମ୍ବୁ ଗ୍ରାମର ଧନଞ୍ଜୟ ଗାଇନ(୩୫)ଙ୍କୁ ଏକ ଜଙ୍ଗଲୀ ବାର୍‌ହା ଆକ୍ରମଣ କରିଛି। ଫଳରେ ତାଙ୍କର...

Leave a comment

Your email address will not be published. Required fields are marked *