୨୦ରୁ ଊର୍ଦ୍ଧ୍ୱ ଦେଶରେ ଲକ୍‌ଡାଉନ୍‌: ୧୨୦କୋଟି ଲୋକ ଘରେ ବନ୍ଦ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୃଥିବୀରେ ୨୦ଟିରୁ ଅଧିକ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଚାଇନା, ଇଟାଲି, ସ୍ପେନ୍‌, ଫ୍ରାନ୍ସ୍‌, ଆୟର୍ଲାଣ୍ଡ୍‌, ଡେନମାର୍କ, ଏଲ୍‌-ସାଲଭେଡର, ଜର୍ମାନୀ, ବ୍ରିଟେନ୍‌, ବେଲଜିଅମ୍‌, ଆର୍ଜେଣ୍ଟିନା, ଭାଟିକାନ୍‌ ସିଟି, ନରଓ୍ବେ, ଇରାନ, ଦକ୍ଷିଣକୋରିଆ, ହଂକଂ, ଇଣ୍ଡୋନେସିଆ ଆଦି ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ୧୨୦ କୋଟିରୁ ଅଧିକ ଲୋକ ଘରେ ବନ୍ଦ ରହିବାକୁ ବାଧ୍ୟ ହୋଇଛନ୍ତି। ଏହା ସହିତ ୫୦ରୁ ଅଧିକ ଦେଶରେ କେତେକ ସହରକୁ ଲକ୍‌ଡାଉନ୍‌ କରାଯାଇଛି। ଚାଇନାରେ ଲକ୍‌ଡାଉନ୍‌ ଯୋଗୁ ୭୮ କୋଟି ଲୋକ ଘରେ ବନ୍ଦ ରହିଛନ୍ତି। ସେହିପରି ଇଟାଲିରେ ୬ କୋଟିରୁ ଅଧିକଙ୍କ କ୍ଷେତ୍ରରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଆମେରିକା ପକ୍ଷରୁ କାଲିଫର୍ନିଆରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଫଳରେ ୪ କୋଟି ଲୋକ ଘରେ ବନ୍ଦ ହୋଇଯାଇଛନ୍ତି। ସେହିପରି ଫ୍ରାନ୍ସ୍‌ରେ ୬ କୋଟି ୭୦ ଲକ୍ଷ ଲୋକ ଘରେ ବନ୍ଦ ହୋଇଛନ୍ତି। ଏହାଯୋଗୁ ପୃଥିବୀର ବହୁ ସହର ଜନଶୂନ୍ୟ ହୋଇପଡ଼ିଛି। ରାସ୍ତାରେ କେବଳ ବୁଲା କୁକୁର, ଗାଈଗୋରୁ ବୁଲୁଥିବା ଦେଖିବାକୁ ମିଳୁଛି।


All Right Reserved By Dharitri.Com

ଭାରତରେ କମୁଛି ଶାନ୍ତି : ଗୋଟିଏ ବର୍ଷରେ ୫ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୬: ଗୋଟିଏ ବର୍ଷ ମଧ୍ୟରେ ଭାରତରେ ଶାନ୍ତି କମିଛି। ବାର୍ଷିକ ଗ୍ଲୋବାଲ୍‌ ପିସ୍‌ ଇଣ୍ଡେକ୍ସ୍‌ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଚଳିତବର୍ଷ ୧୬୩ ଦେଶ ମଧ୍ୟରେ...

ସଚେତନତା ହିଁ ସଫଳତାର ପୁଞ୍ଜି

ପ୍ରତିବର୍ଷ ମେ ମାସ ପ୍ରଥମ ମଙ୍ଗଳବାରକୁ ବିଶ୍ୱ ଆଜ୍‌ମା ଦିବସ ଭାବେ ପାଳନ କରାଯାଇଥାଏ। ଲୋକମାନଙ୍କ ମଧ୍ୟରେ ଆଜ୍‌ମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି...

ଔଷଧ ବିତରକଙ୍କୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ହସ୍ପିଟାଲଗୁଡିକୁ ଔଷଧ ଏବଂ ମେଡିକାଲ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ଔଷଧ ଯୋଗାଇଲେ...

କରୋନା ପ୍ରଭାବ: ରାଜ୍ୟର ସମସ୍ତ ଆହାର କେନ୍ଦ୍ର, ପାର୍କ ବନ୍ଦ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ରକୁ ମାର୍ଚ୍ଚ ୨୯ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।...

ପ୍ରତିରକ୍ଷା ବଜେଟ କମାଇବ ପାକ୍‌

ଇସ୍‌ଲାମାବାଦ,୬ା୬(ପି.ଟି.)-ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପକ୍ଷରୁ ଏକ ଅପ୍ରତ୍ୟାଶିତ ପଦକ୍ଷେପ ନିଆଯିବା ପାଇଁ ସ୍ଥିର କରାଯାଇଛି। ଆସନ୍ତା ଆର୍ଥତ୍କବର୍ଷରେ ପାକିସ୍ତାନର ପ୍ରତିରକ୍ଷା ବଜେଟ...

କରୋନାକୁ ଡରିଲେ ‘ବାହୁବଳୀ’: ଆଇସୋଲେଶନରେ ୧୪ ଦିନ

ମୁମ୍ବାଇ: କରୋନା ଭୟ ଏବେ ସମସ୍ତଙ୍କୁ। ସାରା ବିଶ୍ୱରେ ଏହା କାୟା ବିସ୍ତାର କରି ସାରିଥିବା ବେଳେ ଭାରତରେ ବି କରୋନା ତା’ର ଉପସ୍ଥିତି ଜାହିର...

ଆମେରିକାକୁ ଚାଇନାର କଡ଼ା ଜବାବ: ଭାରତ-ଚାଇନା ସୀମା ସ୍ଥିତି ସ୍ଥିର, ତୃତୀୟପକ୍ଷର ହସ୍ତକ୍ଷେପ ଅନାବଶ୍ୟକ

ବେଜିଂ, ୩।୬: ଭାରତ-ଚାଇନା ସୀମାରେ କିଛି ଦିନ ଧରି ଉତ୍ତେଜନା ଲାଗି ରହିଛି। ଏହାର ସମାଧାନ ପାଇଁ ଆମେରିକା ନିଜେ ହସ୍ତକ୍ଷେପ କରିବା ସମ୍ପର୍କରେ ସୂଚନା...

ପୋଲିସ ମୁଖ୍ୟାଳୟରେ ଛୁରାମାଡ଼:୪ ଅଧିକାରୀ ମୃତ, ହତ୍ୟାକାରୀ ନିହତ

ପ୍ୟାରିସ୍‌,୪-୧୦(ଏଏଫ୍‌ପି):ପ୍ୟାରିସ୍‌ର ପୋଲିସ ମୁଖ୍ୟାଳୟରେ ଗୁରୁବାର ଜଣେ ବ୍ୟକ୍ତି ଛୁରାମାଡ଼ କରିଛନ୍ତି। ତାଙ୍କ ଆକ୍ରମଣରେ ୪ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। ପୋଲିସର ଗୁଳିମାଡ଼ରେ ଆକ୍ରମଣକାରୀ ଟଳିପଡ଼ିଛନ୍ତି।...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *