Posted inଜାତୀୟ

ଦଳିତ ମହିଳାଙ୍କୁ ଗୃହ ବିଭାଗ ଦେଲେ ଜଗନ ମୋହନ

ଅମରାବତୀ,୯।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମନ୍ତ୍ରିମଣ୍ଡଳରେ ୫ ଉପମୁଖ୍ୟମନ୍ତ୍ରୀ ଓ ୨୫ ଜଣ ବିଧାୟକ ଶନିବାର ଶପଥ ଗ୍ରହଣ କରିଛନ୍ତି। ଏଥିରେ ଜଣେ ଦଳିତ ମହିଳାଙ୍କୁ ଜଗନ ମୋହନ ଗୃହ ବିଭାଗ ଦେଇଥିବାରୁ ତାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗୁ୍‌ଣ୍ଟୁର ଜିଲାର ସଂରକ୍ଷିତ ଆସନ ପ୍ରତିପାଦୁରୁ ବିଜୟ ଲାଭ କରିଥିବା ଆଇ ମେଖାଥୋଟି ସୁଚରିତା ରାଜ୍ୟର ନୂଆ ଗୃହମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅଲଗା ତେଲେଙ୍ଗାନା ପରେ ଏବେ ସୁଚରିତା ହେଉଛନ୍ତି ରାଜ୍ୟର ପ୍ରଥମ ମହିଳା ଗୃହମନ୍ତ୍ରୀ। ସୂଚନାଯୋଗ୍ୟ, ଜଗନ ମୋହନଙ୍କ ପିତା ଓ୍ବାଏସ୍‌ ରାଜଶେଖର ରେଡ୍ଡି ମଧ୍ୟ ତାଙ୍କ ଶାସନ କାଳରେ ଜଣେ ମହିଳାଙ୍କୁ ଗୃହମନ୍ତ୍ରୀ କରିଥିଲେ। ରାଜଶେଖର ରେଡ୍ଡି ସେ ସମୟରେ ସବିତା ଇନ୍ଦ୍ରା ରେଡ୍ଡିଙ୍କୁ ଗୃହମନ୍ତ୍ରୀ କରିଥିବା ବେଳେ ସେ ଏବେ ଟିଆର୍‌ଏସ୍‌ର ବିଧାୟିକା ଅଛନ୍ତି।


All Right Reserved By

ରାଜସ୍ଥାନର ସୁମନ ରାଓ ପିନ୍ଧିଲେ ‘ମିସ୍‌ ଇଣ୍ଡିଆ ୨୦୧୯’ ମୁକୁଟ

ମୁମ୍ବାଇ,୧୬।୬: ଚଳିତ ବର୍ଷର ଫେମିନା ମିସ୍‌ ଇଣ୍ଡିଆ ୨୦୧୯ର ବିଜୟିନୀ ହୋଇଛନ୍ତି ରାଜସ୍ଥାନର ସୁମର ରାଓ। ଶନିବାର ମୁମ୍ବାଇର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇଣ୍ଡୋର ଷ୍ଟାଡିୟମରେ...

କମ୍ପାନୀରେ ନିଯୁକ୍ତି ପାଇଁ ରୋବୋ ନେଉଛି ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୪।୬: କମ୍ପାନୀରେ ନିଯୁକ୍ତି ପାଇଁ ଏବେ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀଙ୍କ ଚୟନ ପାଇଁ ମନୁଷ୍ୟ ନୁହେଁ ରୋବୋ ନେଉଛି ଇଣ୍ଟରଭ୍ୟୁ। ଭିଡିଓ...

ପାକିସ୍ତାନକୁ ଉଜାଗର ରଖିବାକୁ ବାଧ୍ୟ କରିଛି ଚନ୍ଦ୍ରୟାନ-୨

ନୂଆଦିଲ୍ଲୀ,୭।୯: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୨ଟା ୧୫ ମିନିଟ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ପାଦ ଥାପିବାର ଥିଲା। ହେଲେ...

ପଶ୍ଚିମବଙ୍ଗ ନଦିଆ ଜିଲାରେ ଅଗଷ୍ଟ ୧୮ରେ ପାଳିତ ହେବ ସ୍ବାଧୀନତା ଦିବସ

କୋଲକତା,୧୫।୮: ଦେଶ ସାରା ଗୁରୁବାର ସ୍ବାଧୀନତା ଦିବସ ପାଳିତ ହେଉଛି। ତେବେ ପଶ୍ଚିମବଙ୍ଗର ନଦିଆ ଜିଲାରେ ଅଗଷ୍ଟ ୧୫ ବଦଳରେ ଅଗଷ୍ଟ ୧୮ରେ ସ୍ବାଧୀନତା ଦିବସ...

ବିଶ୍ୱର ସବୁଠାରୁ ଉଚ୍ଚ ପୋଲିଂ ବୁଥ୍‌ରେ ହୋଇଛି ୧୪୩ ପ୍ରତିଶତ ମତଦାନ

ଶିମ୍‌ଲା,୨୦।୫: ଅବିଶ୍ୱାସ ଲାଗୁଥିଲେ ବି ସତ। ବିଶ୍ୱର ସବୁଠାରୁ ଉଚ୍ଚରେ ଥିବା ହିମାଚଳ ପ୍ରଦେଶର ତାସିଗାଙ୍ଗ ଗାଁରେ ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ...

କଂଗ୍ରେସ ଉପରେ ବର୍ଷିଲେ ମୋଦି

ପାଟନା,୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ପାଲିଗଞ୍ଜଠାରେ ବୁଧବାର ଏକ ନିର୍ବାଚନୀ ସଭାରେ ଯୋଗଦେଇ କଂଗ୍ରେସ ଏବଂ ଅନ୍ୟ ବିରୋଧ ଦଳଙ୍କ ଉପରେ ବର୍ଷିଛନ୍ତି। ଦେଶରେ...

ସିକ୍କିମ, ଆସାମ, ବିହାରରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୨।୭: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ସିକ୍କିମ, ଆସାମ ଓ ବିହାରରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏହାସହ କୋଙ୍କଣ,...

ସାହସିକତା ପୁରସ୍କାର ପ୍ରାପ୍ତ ଯବାନ ପଞ୍ଜାବ ପୋଲିସରେ ଭର୍ତ୍ତି ହୋଇ ପାରିବେ: ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୯।୭: ସାହସିକତା ପୁରସ୍କାର ପାଇଥିବା ଯବାନମାନେ ଏବେ ଚାହିଁଲେ ପଞ୍ଜାବ ପୋଲିସରେ ଯୋଗ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ପ୍ରକାଶ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *