ରିଫଣ୍ଡ ନିୟମ କୋହଳ କଲା ରେଲଓ୍ବେ

ନୂଆଦିଲ୍ଲୀ,୨୨-୩: କରୋନାର ପ୍ରଭାବ ଦେଶ ମଧ୍ୟରେ ବୃଦ୍ଧି ହେଉଥିବାରୁ ଟ୍ରେନରେ ଭିଡ କମାଇବା ଏବଂ ସାମାଜିକ ଦୂରତ୍ୱ ରକ୍ଷାକୁ ପ୍ରୋତ୍ସାହିତ କରିବା ଲାଗି ରେଲଓ୍ବେ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରେଲଓ୍ବେ ପକ୍ଷରୁ ଶନିବାର ଏ ନେଇ ଏକ ଆଡଭାଇଜରି ଜାରି କରାଯାଇଛି। ମାର୍ଚ୍ଚ ୨୧ରୁ ଏପ୍ରିଲ ୧୫ ମଧ୍ୟରେ ରେଳ ଟିକେଟ ରିଫଣ୍ଡ ନିୟମକୁ କୋହଳ କରାଯାଇଛି। ରେଲଓ୍ବେ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଏହି ସମୟ ମଧ୍ୟରେ ରେଳ ଟିକେଟ ବାତିଲ କଲେ ଧାର୍ଯ୍ୟ ଯାତ୍ରା ସମୟଠାରୁ ୪୫ ଦିନ ମଧ୍ୟରେ କାଉଣ୍ଟରରେ ଟିକେଟ ଦେଖାଇଲେ ରିଫଣ୍ଡ ଉପଲବ୍ଧ ହେବ। ବର୍ତ୍ତମାନର ନିୟମ ମୁତାବକ ୩ ଘଣ୍ଟା ମଧ୍ୟରେ ରିଫଣ୍ଡ ନେବାକୁ ପଡୁଛି। ଯଦି ଟ୍ରେନ ବାତିଲ ହୋଇ ନ ଥାଏ କିନ୍ତୁ ଯାତ୍ରୀ ଟିକେଟ ବାତିଲ କରିବାକୁ ଚାହାନ୍ତି ୩୦ ଦିନ ମଧ୍ୟରେ ତାଙ୍କୁ ଟିକେଟ ଡିପୋଜିଟ୍‌ ରିସିପ୍ଟ( ଟିଡିଆର୍‌) ଫାଇଲ କରିବାକୁ ପଡିବ। ଧାର୍ଯ୍ୟ ଯାତ୍ରା ଦିନଠାରୁ ୩୦ ଦିନରେ ଟିକେଟକୁ ଯାତ୍ରୀ ଷ୍ଟେଶନରେ ଫାଇଲ କରିବେ। ବର୍ତ୍ତମାନ ଏହା ୩ ଦିନ ରହିଛି। ସେହିଭଳି ଟିଡିଆର ଫାଇଲ କରିବାର ୬୦ ଦିନ ମଧ୍ୟରେ ରିଫଣ୍ଡ ପାଇବା ପାଇଁ ଏହାକୁ ଚିଫ୍‌ କମର୍ସିଆଲ ଅଫିସରଙ୍କ ନିକଟରେ ମଧ୍ୟ ଜମା କରାଯାଇ ପାରିବ। ରିଫଣ୍ଡ କ୍ଲେମ୍‌କୁ ଟ୍ରେନ ଚାର୍ଟରୁ ଯାଞ୍ଚ କରାଯିବ। ଯଦି ପାସେଞ୍ଜର ୧୩୯ ଦ୍ୱାରା ଟିକେଟ କ୍ୟାନସେଲ କରିବାକୁ ଚାହୁଁଥାନ୍ତି ରେଲଓ୍ବେ କାଉଣ୍ଟରଗୁଡିକରେ ୩୦ ଦିନ ମଧ୍ୟରେ ରିଫଣ୍ଡ ପାଇପାରିବେ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି।


All Right Reserved By Dharitri.Com

ଚାଇନାଠାରୁ ପଛଉଛି ଅର୍ଥନୀତି

ନୂଆଦିଲ୍ଲୀ,୩୧-୫: ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ଆର୍ଥିକ ଅଭିବୃଦ୍ଧିକୁ ହିସାବକୁ ନେଲେ ଚାଇନାଠାରୁ ଭାରତର ଅର୍ଥନୀତି ପଛଉଛି। ଘରୋଇ ଓ ବିଶ୍ୱ ସ୍ତରରେ ଚାହିଦା କମୁଥିବାରୁ ଏହାର ପ୍ରତ୍ୟକ୍ଷ...

ଚବିଶ ଘଣ୍ଟିଆ ହେବ ଏନ୍‌ଇଏଫ୍‌ଟି ନେଣଦେଣ

ନୂଆଦିଲ୍ଲୀ,୭-୧୨: ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ନୂଆ ପଦକ୍ଷେପ ହାତକୁ ନେଇଛି। ଏହି ଯୋଜନା ଅନ୍ତର୍ଗତ ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ୍‌ସ ଟ୍ରାନ୍ସଫର...

ପବନ ହଂସକୁ ବିକ୍ରି ଲାଗି ପୁଣି ଉଦ୍ୟମ

ନୂଆଦିଲ୍ଲୀ,୨୧-୫: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ପବନ ହଂସକୁ ବିକ୍ରି କରିଦେବା ଲାଗି ପୁନର୍ବାର ପ୍ରୟାସ ଆରମ୍ଭ କରିଛନ୍ତି। ଚଳିତ ମାସ ଶେଷରେ ନୂଆକରି ବିଡିଂ ପ୍ରକ୍ରିୟା...

ପାନ୍‌ , ଆଧାର ତଥ୍ୟ ନ ଦେଲେ କଟିବ ୨୦% ଟିଡିଏସ୍‌

ନୂଆଦିଲ୍ଳୀ,୨୬-୧: ଟାକ୍ସ ଡିଡକ୍ସନ ଆଟ୍‌ ସୋର୍ସ (ଟିଡିଏସ୍‌) ନିୟମରେ ସରକାର ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ମୁତାବକ କୌଣସି କର୍ମଚାରୀଙ୍କ ବେତନ ଟିଡିଏସ୍‌ କଟିବା ଯୋଗ୍ୟ...

ତନିଷ୍କର ଅହଲ୍ୟା କଲେକ୍ସନ ପ୍ରଦର୍ଶିତ

ଭୁବନେଶ୍ୱର, ୨୦-୭(ବ୍ୟୁରୋ): ତନିଷ୍କ ପକ୍ଷରୁ ନୂଆ ଅହଲ୍ୟା କଲେକ୍ସନ ଓଡ଼ିଶାରେ ବଜାର ପ୍ରବେଶ କରିଛି। କମ୍ପାନୀର ଏଭିପି ଏବଂ ରିଟେଲ ମୁଖ୍ୟ ଅରୁଣ ନାରାୟଣ, ଆଞ୍ଚଳିକ...

ଫେସବୁକ୍‌ ଉପରେ ଲାଗିବ ୩୪ ହଜାର କୋଟି ଜରିମାନା

ଓ୍ବାଶିଂଟନ,୧୩-୭: ଆମେରିକା ରେଗୁଲେଟର ଫେଡେରାଲ ଟ୍ରେଡ କମିଶନ(ଏଫ୍‌ଟିସି) ଡାଟା ଲିକ୍‌ ମାମଲାରେ ଫେସବୁକ୍‌ ଠାରୁ ୫ ବିଲିୟନ ଡଲାର( ପ୍ରାୟ ୩୪ ହଜାର କୋଟି ଟଙ୍କା)...

ଚ୍ୟାଲେଞ୍ଜ ସତ୍ତ୍ୱେ ଆଗକୁ ବଢ଼ିବାକୁ ହେବ

ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ଜୀବନଯାତ୍ରା ସ୍ବାଭାବିକ ହେଉଛି। ବିଭିନ୍ନ ବର୍ଗରେ ଶୋ’ରୁମ୍‌ ଏବେ ଖୋଲିବା ଆରମ୍ଭ ହୋଇଛି। ଶୋ’ରୁମ୍‌ଗୁଡ଼ିକରେ ସରକାରଙ୍କ...

କମ୍ପାନୀ ଆଇନରେ ଆସିବ ସଂଶୋଧନ

ନୂଆଦିଲ୍ଲୀ,୧୮।୫: କମ୍ପାନୀ ଆଇନରେ ସଂଶୋଧନ ଆଣିବା ଲାଗି ସରକାର ଅଧ୍ୟାଦେଶ ଆଣିବେ। ଉକ୍ତ ଆଇନରେ ଥିବା ବିଭିନ୍ନ ଧାରାକୁ ଅପରାଧମୁକ୍ତ କରିବା, ଭାରତୀୟ କର୍ପୋରେଟଗୁଡ଼ିକୁ ସିଧାସଳଖ...

Leave a comment

Your email address will not be published. Required fields are marked *