କଟକଣା ମାନିଲେନି, ୩ ବ୍ୟବସାୟୀ ଅଟକ

ଅନୁଗୋଳ ଅଫିସ୍‌, ୨୨।୩ – କରୋନା ସଂକ୍ରମଣକୁ ରୋକିବା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ, କଲେଜ, ଶପିଂମଲ୍‌, ଫିଲ୍ମ ହଲ୍‌, ଧର୍ମାନୁଷ୍ଠାନ ଆଦି ଜିଲା ପ୍ରଶାସନ ପକ୍ଷରୁ ବନ୍ଦ ରଖାଯିବାକୁ କୁହାଯାଇଛି। କିନ୍ତୁ ଏହି କଟକଣା ସତ୍ତ୍ୱେ ସହରରେ କେତେକ ଦୋକାନ ଖୋଲାଯାଇଥିବା ବେଳେ ଏକ ମନ୍ଦିରରେ ଅନ୍ନପ୍ରସାଦ ଜଣେ ବ୍ୟବସାୟୀ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏ ନେଇ ୩ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିଲା। ହେଲେ କଟକଣା ମାନିବାକୁ ପ୍ରତିଶ୍ରୁତି ଦେବା ପରେ ୨ଜଣଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।
ପ୍ରଶାସନ ପକ୍ଷରୁ ଶନିବାର ଅନୁଗୋଳ ସହରରେ ଦୋକାନ ବଜାର ବନ୍ଦ କରାଯାଇଥିଲା। ଉପଜିଲାପାଳ ବାସୁଦେବ ଶତପଥୀଙ୍କ ନେତୃତ୍ୱରେ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ଏସ୍‌ଡିପିଓ ଅଶ୍ୱିନୀ କୁମାର ସାହୁ, ତହସିଲଦାର ନେହେରୁ ମାଝି, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପ୍ରମୁଖ ସହର ପରିକ୍ରମା କରିଥିଲେ। ଏହି ସମୟରେ ପ୍ରଶାସନର ଆଡଭାଇଜରି ଅମାନ୍ୟ କରି ଗୋଟିଏ ମଲ୍‌, ଗୋଟିଏ ସୁନା ଦୋକାନ ଓ ଏକ ମନ୍ଦିରରେ ଅନ୍ନପ୍ରସାଦ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା। ପରେ ଅନୁଗୋଳ ପୋଲିସ ସମ୍ପୃକ୍ତ ୩ ବ୍ୟବସାୟୀଙ୍କୁ ଥାନାକୁ ଉଠାଇଆଣି ପଚରାଉଚରା କରିଥିଲା। ସେପଟେ ରବିବାର ଜନତା କର୍ଫ୍ୟୁ ପାଇଁ ରବିବାର ଜିଲାରେ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ଜିଲା ବସ୍‌ ମାଲିକ ସଂଘ ସଭାପତି ମାନସ ରଞ୍ଜନ ସାମଲ ସୂଚନା ଦେଇଛନ୍ତି। ସୋମବାର ବୈଠକ ପରେ ବସ୍‌ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି।

 


All Right Reserved By Dharitri.Com

ପୋଲିସ ଧୀରେ ଧୀରେ ଲୋକଙ୍କ ନିକଟତର ହେଉଛି; ଜିଲା ପାଇଁ ମନଲଗାଇ କାମ କରିବେ: ଏସ୍‌ପି ଅଗ୍ରୱାଲ

ନୂଆପଡା ଅଫିସ,୨୬ା୮ : ଦିନେ ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଏକ ବ୍ୟବଧାନ ରହିଥିଲା । ଲୋକେ ଏକ ଅନ୍ୟ ଦୃଷ୍ଟିରେ ଦେଖୁଥିଲେ। ବତ୍ତମାନ...

ଶିକ୍ଷକଙ୍କୁ ଅଡ଼ୁଆରେ ପକାଇଲା ହ୍ବାଟ୍ସଆପ୍‌ ମେସେଜ୍‌

ନାଉଗଁ।,୨୬ା୧୦(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଗତ୍‌ସିଂହପୁର ଜିଲାର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଶୁକ୍ରବାର ବନ୍ଦ ରହିବ ବୋଲି ସରକାରୀ ନିର୍ଦ୍ଦେଶନାମା...

କାମାକ୍ଷାନଗର କଲେଜରେ ଆରମ୍ଭ ହେବ ଇଗ୍ନୋ ପାଠ୍ୟକ୍ରମ

କାମାକ୍ଷାନଗର, ୩୦।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର କଲେଜରେ ଆରମ୍ଭ ହୋଇଥିବା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ଶିକ୍ଷାଦାନ।...

ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଭଦ୍ରକ ଅଫିସ,୧୯।୯: ଭଦ୍ରକ ଟାଉନ ଥାନା ଅଧିନସ୍ଥ ଶଙ୍କରପୁର ଗାଁର ରାଜେଶ ରାଉତ(୩୦) ବୁଧବାର ରାତିରୁ ନିଖୋଜ ଥିଲେ। ରାତିରେ ମାଛ ଧରିବାକୁ ଯାଇ ସେ...

୭ ଗାଁରେ ସରକାରୀ ଯୋଜନା ଅପହଞ୍ଚ

ଫୁଲବାଣୀ ଅଫିସ, ୧୨ା୩:   କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ସେସବୁ ଅଞ୍ଚଳରେ ଥିବା ଅଧିକାଂଶ ଗ୍ରାମବାସୀ ମୌଳିକ ସୁବିଧା ପାଇବାରୁ...

ସାଳନ୍ଦୀ ହସ୍‌ପିଟାଲରେ ମାଗଣା ଡାଏଲେସିସ୍‌ କେନ୍ଦ୍ରକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲା ମୋଟେଲ ଛକ ନିକଟସ୍ଥ ସାଳନ୍ଦୀ ହସ୍ପିଟାଲ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ମାଗଣା ଡାଏଲେସିିସ୍‌ କେନ୍ଦ୍ର ବୁଧବାର ଉଦ୍‌ଘାଟିତ...

ଆଜି ଡଲ୍‌ଫିନ ଗଣନା

ପୁରୀ ଅଫିସ, ୧୯ା୧:  ପୁରୀ ବିନ୍ୟପ୍ରାଣୀ ଡିଭିଜନରେ ରବିବାର ଡଲ୍‌ଫିନ ଗଣନା ହେବ। ସକାଳେ ଏହି ଗଣନା କରାଯିବା ଲାଗି ସମସ୍ତ ପ୍ରସ୍ତୁତି ସରିଛି। କିନ୍ତୁ...

ସାଇକେଲରେ ତାମିଲନାଡୁରୁ ପୋଲସରା ଫେରିଲେ ଯୁବକ

ପୋଲସରା,୨୦ା୫(ଡି.ଏନ.ଏ.)- ପୋଲସରା ଇଚ୍ଛାପୁର ଗ୍ରାମର ଅରୁଣ ନାୟକ ତାମିଲନାଡୁର ଅମ୍ବାଟୁରରୁ ସାଇକେଲରେ ଆସି ସୋମବାର ନିଜ ଅଞ୍ଚଳରେ ପହଞ୍ଚତ୍ଛନ୍ତି। ଅମ୍ବାଟୁରର ଏକ କମ୍ପାନୀରେ ଅରୁଣ କାମ...

Leave a comment

Your email address will not be published. Required fields are marked *