ଲକ୍‌ଡାଉନ୍‌ ହେଲା ଅନୁଗୋଳ ଜିଲା

ଅନୁଗୋଳ ଅଫିସ୍‌, ୨୨।୩ – ରାଜ୍ୟର ୫ଟି ଜିଲାକୁ ମୁଖ୍ୟମନ୍ତ୍ରୀ ଲକ୍‌ ଡାଉନ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏ ସକାଳ ୭ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଅନୁଗୋଳ ଜିଲା ଓ ଅନୁଗୋଳ ସହର ଲକ୍‌ ଡାଉନ ରହିବ। ଏହି ସମୟରେ କେବଳ ବସ୍‌, ଟ୍ରେନ୍‌ ସେବା, ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ରାଶନ ଦୋକାନ, ପରିବା ଦୋକାନ, ଆମିଷ ବଜାର, ପେଟ୍ରୋଲ ପମ୍ପ, ମେଡିସିନ୍‌ ଷ୍ଟୋର ଆଦି ଖୋଲା ରହିବ। ସେହିପରି ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍‌, ପୌରପାଳିକା, ପୋଲିସ, ଅଗ୍ନିଶମ, ପାନୀୟ ଜଳ ଓ ବିଦ୍ୟୁତ୍‌ ଅଫିସ ସହ ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ। ତେବେ ଲୋକମାନେ ଘର ମଧ୍ୟରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଲକ୍‌ ଡାଉନ୍‌କୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ସାମାଜିକ ସୁରକ୍ଷା ଯୋଜନାରେ ପେନ୍‌ସନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳିବାକୁ ଥିବା ସାମଗ୍ରୀର ବିତରଣ ସ୍ଥଗିତ ରଖାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଜିଲାପାଳ ପରିସ୍ଥିତି ଦେଖି କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଏଥିସହ ଘରୋଇ କମ୍ପାନୀମାନଙ୍କୁ ୱାର୍କ ଫ୍ରମ ହୋମ୍‌ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କ ସ୍ବାର୍ଥ ପାଇଁ ଏହି କଟକଣା ଜାରି କରାଯାଇଥିବାବେଳେ ଯେଉଁମାନେ ଏହାର ଅବମାନନା କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ଭଲପାଇ ପ୍ରତାରଣା ଅଭିଯୋଗ: ଯୁବକ କୋର୍ଟଚାଲାଣ

ଭଣ୍ଡାରିପୋଖରୀ, ୧୫।୫(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ଅଞ୍ଚଳର ଜନୈକ ଯୁବତୀଙ୍କୁ ମନୋହରପୁର ଗ୍ରାମର ବିଶ୍ୱଜିତ ପଲେଇ ୨୦୧୭ ମସିହାରୁ ଭଲପାଇ ଆସୁଥିଲେ। ଯୁବତୀଙ୍କ...

୧୧୦ ବର୍ଷର ଶିକ୍ଷାନୁଷ୍ଠାନ ଆଜି ଅବହେଳିତ

ଜଳେଶ୍ୱର, ୧୯।୩-ସଂସ୍କୃତ ଶିକ୍ଷାର ପ୍ରସାର ଲାଗି ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ବାଲେଶ୍ୱର ଜିଲା ଅଧୀନ ଜଳେଶ୍ୱର ବ୍ଲକର ଶାଳିକୋଠା ଗ୍ରାମରେ ୧୯୧୦ ମସିହାରୁ ପ୍ରତିଷ୍ଠା ହୋଇଥିବା ଶିକ୍ଷାନୁଷ୍ଠାନ...

ସୁନ୍ଦରପୁର ରଜ ମହୋତ୍ସବ ଉଦ୍‌ଘାଟିତ

ଖଇରା, ୧୫।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସୁନ୍ଦରପୁର ହାଇସ୍କୁଲ ପଡିଆରେ ବ୍ଲକସ୍ତରୀୟ ରଜ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସକାଳେ କମିଟି ସଭାପତି ଅଧ୍ୟାପକ...

ପଶ୍ଚିମବଙ୍ଗରୁ ଅବାଧରେ ଆସୁଛି ଚୋରା ମଦ

ବାଲିଆପାଳ, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦର ବନ୍ୟା ଛୁଟିଛି। ପଡ଼ୋଶୀ ପଶ୍ଚିମବଙ୍ଗରୁ ପ୍ରତିଦିନ ଚୋରାରେ ବହୁ ଦେଶୀ, ବିଦେଶୀ...

ଛାତ୍ରୀଛାତ୍ରଙ୍କୁ ଘରକୁ ଯାଇ ପୁସ୍ତକ ବାଣ୍ଟିଲେ ଶିକ୍ଷକ: ମେ’ ୩ ସୁଦ୍ଧା ବଣ୍ଟାଯିବ ୧୮୭୭୨୫୮ ବହି

ବ୍ରହ୍ମପୁର ଅଫିସ,୨୬ା୪ – କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ...

ଶେରଗଡ଼ ତହସିଲଦାରଙ୍କ ହୋଟେଲ ଫାଷ୍ଟଫୁଡ଼ ଦୋକାନରେ ଚଢ଼ାଉ: ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଚଢ଼ା ଦରରେ ବିକିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଶେରଗଡ଼,୧୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ତହସିଲଦାର ଡ.ଦୟାସିନ୍ଧୁ ପରିଡା ଶେରଗଡ଼ ବଜାରରେ ଥିବା ଫାଷ୍ଟଫୁଡ଼ ଦୋକାନ, ହୋଟେଲ, ମଦ ଦୋକାନରେ ଚଢ଼ାଉ କରିଛନ୍ତି। ଶେରଗଡ଼ ଚାରିଛକ,...

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ବ୍ରହ୍ମପୁର ଅଫିସ,୩ା୧: ବିଦ୍ୟୁତ୍‌ ଆଘାତରେ ଗୁରୁତର ଜଣେ ଶ୍ରମିକଙ୍କ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ସେ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ...

ଆଜିଠୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା: ଚଳଚଞ୍ଚଳ ଶ୍ରୀକ୍ଷେତ୍ରର ମଠ ମନ୍ଦିର

ପୁରୀ ଅଫିସ, ୯ା୮: ଶ୍ରାବଣ ଶୁକ୍ଳ ଦଶମୀ ତିଥି ଅର୍ଥାତ୍‌ ଶନିବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ...

Leave a comment

Your email address will not be published. Required fields are marked *