କରୋନା ନେଇ ଜରୁରୀ ବୈଠକ: କାର୍ଯ୍ୟରେ ଅବହେଳା ନେଇ ଏଏନ୍‌ଏମ୍‌ଙ୍କୁ ନିଲମ୍ବନ କଲେ ଜିଲାପାଳ

ଭବାନୀପାଟଣା,୨୧।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ପରିସ୍ଥିତିରେ ଜରୁରୀ ବୈଠକ ହୋଇ କରୋନା ମୁକାବିଲା ଲାଗି ଆଲୋଚନା ହେଉଥିଛି। ଏଥିରେ ଅବହେଳା ପ୍ରଦର୍ଶନ କରି କଳାହାଣ୍ଡି ଜିଲା ବାଲିସରା ସବ୍‌ ସେଣ୍ଟରର ଏଏନ୍‌ଏମ୍‌ ସବିତାଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ନେଇ ଜିଲାପାଳ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କରୋନା ମୁକାବିଲା ନେଇ ୨୦ ତାରିଖରେ ସ୍ଥାନୀୟ ପଞ୍ଚାୟତ ସମିତିର ଏକ ଜରୁରୀ ବୈଠକ ହୋଇଥିଲା। ପରେ ଜିଲାପାଳ ଡା. ଗାଭାଲି ପରାଗ ହର୍ଷଦ ଶୁକ୍ରବାର ଥୁଆମୂଳ ରାମପୁର ବ୍ଲକ ଗସ୍ତରେ ଯାଇଥିଲେ। ତାଙ୍କ ଗସ୍ତ ସମୟରେ ବାଲିସରା ସବ୍‌ ସେଣ୍ଟରର ଏଏନ୍‌ଏମ୍‌ ସବିତା ହେଡ୍‌କ୍ୱାର୍ଟରରେ ଅନୁପସ୍ଥିତ ଥିବାରୁ ଜିଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।


All Right Reserved By Dharitri.Com

କୃଷି କ୍ଷେତରେ ଜୈବିକ ଖତ ବ୍ୟବହାର ଉପରେ ଗୁରୁତ୍ୱ

ସୋନପୁର,୨୩।୧୦(ନି.ପ୍ର.)-ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସାରର ଊପଯୁକ୍ତ ବ୍ୟବାହରକୁ ନେଇ ନୂଆଦିଲ୍ଲୀ ଠାରେ ପ୍ରଥମ କରି ଆରମ୍ଭ ହୋଇଥିବା ଜନସଚେତନତା...

ଓଡ଼ିଆ ସାହିତ୍ୟର ପ୍ରସାରରେ ଇଣ୍ଟରନେଟ୍‌ ବାଧକ

ବ୍ରହ୍ମପୁର ଅଫିସ,୨୬ା୧୨- ଗଞ୍ଜାମ ଜିଲା ଲେଖକ ସାମ୍ମୁଖ୍ୟର ସପ୍ତଦଶତମ ସ୍ବନକ୍ଷତ୍ର ସମାରୋହ ବୁଧବାର ବ୍ରହ୍ମପୁର ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର ଡିଜିଟାଲ...

୨୦ବର୍ଷ ପରେ ଫେରିଲେ ବିଷ୍ଣୁ

ଢେଙ୍କାନାଳ ଅଫିସ, ୯।୧୧ – ନିଖୋଜର ୨୦ ବର୍ଷ ପରେ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ଥାନା ଗୁଣ୍ଡୁରାପଶି ଗ୍ରାମର ବିଷ୍ଣୁ...

ତିତ୍‌ଲି କ୍ଷତିପୂରଣ ଦାବି: ଧାରଣା ଦ୍ୱିତୀୟ ଦିନରେ

ପାତ୍ରପୁର,୨୭।୧୧(ଡି.ଏନ୍‌.ଏ.): ତିତ୍‌ଲି କ୍ଷୟକ୍ଷତି ପ୍ରଦାନ ଦାବି ନେଇ ଦ୍ୱିତୀୟ ଦିନରେ ୩ଟି ଆଦିବାସୀ ପଞ୍ଚାୟତର ଲୋକେ ପାତ୍ରପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତ...

ବିଶ୍ୱବ୍ୟାଙ୍କ ଅନୁଦାନ ଅର୍ଥ ମିଳିବାରେ ବିଳମ୍ବ

ତିହିଡ଼ି, ୧୯।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧାସ୍ଥିତ ବିରଞ୍ଚିନାରାୟଣ ମାଧବ ଅର୍ଜୁନ(ବିଏନ୍‌ଏମ୍‌ଏ) କଲେଜର ଭିତ୍ତିଭୂମି ବିକାଶ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ...

ଆଗକୁ ବିସ୍ଫୋରକ ସ୍ଥିତି ଆସୁଛି, ସଚେତନ ନ ହେଲେ ମେ’ ଶେଷ ସୁଦ୍ଧା ୧୦ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ବାଗ୍‌ଚୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆଜିଠାରୁ ମାତ୍ର ୪ ମାସ ତଳେ ଚାଇନାର ଉହାନରେ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଏବେ ଏହା ସାରା ବିଶ୍ୱରେ ଏହି ମହାମାରୀ...

ଏକକ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ :ପ୍ରଶ୍ନପତ୍ର ନିଅଣ୍ଟକୁ ନେଇ ଅସନ୍ତୋଷ

ଦାରିଙ୍ଗବାଡି,୨।୧୧(ଡି.ଏନ.ଏ.)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତରେ ରହିଥିବା ପ୍ରାୟ ୩ ଶହ ବିଦ୍ୟାଳୟରେ ଶୁକ୍ରବାର ଏକକ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ତେବେ ପରିଚାଳନାଗତ ତ୍ରୁଟି...

ଲାଞ୍ଜିଗଡ଼, ନର୍ଲାରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ଲାଞ୍ଜିଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶରି ଆଗୁଆ ରହିଛନ୍ତି। ସେହିପରି ନର୍ଲା ବିଧାନସଭାରେ ବିଜେଡିର ଭୂପିନ୍ଦର ସିଂ ଆଗରେ ଥିବା ସୂଚନା...

Leave a comment

Your email address will not be published. Required fields are marked *