‘ଜନତା କର୍ଫ୍ୟୁ’ ଭୟରେ ଦିନକ ପୂର୍ବରୁ କଲେ ବିବାହ

ଥାଣେ,୨୧।୩: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣର ଭୟ। ଅନ୍ୟପଟେ ମାର୍ଚ୍ଚ ୨୨ରେ ‘ଜନତା କର୍ଫ୍ୟୁ’। ଏସବୁକୁ ଦେଖି ଥାଣେର ଏକ ଦମ୍ପତି ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମାର୍ଚ୍ଚ ୨୧ରେ ବିବାହ କରିଥିବା ଜଣାପଡିଛି। ବର ରୁପେଶ ଯାଦବ(୨୫) ପେଶାରେ ଜଣେ ଓକିଲ ହୋଇଥିବା ବେଳେ କନ୍ୟା ପ୍ରିୟଙ୍କା(୨୪) ଆଇଟି ସେକ୍ଟରରେ କାମ କରୁଛନ୍ତି। ଏମାନଙ୍କ ବିବାହ ତାରିଖ ମାର୍ଚ୍ଚ ୨୨ ସ୍ଥିର କରାଯାଇଥିଲା। ହେଲେ ସେ ଦିନ ‘ଜନତା କର୍ଫ୍ୟୁ’ ଘୋଷଣା କରାଯାଇଥବାରୁ ବିବାହରେ ଅସୁବିଧା ହେବ ଭାବି ଏମାନେ ଗୋଟିଏ ଦିନ ପୂର୍ବରୁ ବରଘରେ ବିବାହ କରିଥିବା ଜଣାପଡିଛି। ଏମାନେ ଧଳା ପୋଷାକ ସହ ମାସ୍କ ପିନ୍ଧି ବିବାହ କରିଥିବା ଦେଖାଯାଇଥିଲା। ଏହି ବିବାହରେ ହାତ ଗଣତି କେତେଜଣ ଲୋକଙ୍କୁ ଦେଖିବାକୁ ମିଳିଥିଲା।


All Right Reserved By Dharitri.Com

ମୋଦିଙ୍କ ପରେ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର

ବେଙ୍ଗାଲୁରୁ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ବିୟର ଗ୍ରୀଲ୍ସଙ୍କ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ। ମଙ୍ଗଳବାର କର୍ନାଟକ ବାନ୍ଦିପୁରର ଟାଇଗର...

ନିର୍ଭୟା ମାମଲା: ୧୭ ମାର୍ଚ୍ଚରେ ତିହାର ଜେଲ ପହଞ୍ଚିବେ ଜହ୍ଲାଦ ପବନ

ନୂଆଦିଲ୍ଲୀ,୧୬।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ଫାଶୀ ଖୁଣ୍ଟରେ ଝୁଲାଇବାକୁ ତୃତୀୟ ଥର ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏଥିପାଇଁ...

୨୮ରେ ଶପଥ ନେବେ ଉଦ୍ଧବ

ମୁମ୍ବାଇ,୨୬।୧୧: ଏକ ନାଟକୀୟ ମୋଡ଼ର ଅନ୍ତ ଘଟାଇ ଶେଷରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କୁ ମହାରାଷ୍ଟ୍ର ବିକାଶ ଆଘାଡ଼ି(ଏମ୍‌ଭିଏ) ଦଳର ନେତା...

ମୁସଲମାନ୍‌ ମହିଳାଙ୍କୁ ମସଜିଦ୍‌ରେ ପ୍ରବେଶ ଅନୁମତି: ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୮।୭: ମସଜିଦ୍‌ରେ ମୁସଲମାନ୍‌ ମହିଳାଙ୍କୁ ପ୍ରବେଶ ଅନୁମତି ନେଇ କରାଯାଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୋମବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହି ଆବେଦନ କେରଳର...

ସର୍ଦ୍ଦାର ପଟେଲଙ୍କ ୬୯ତମ ପୁଣ୍ୟତିଥି: ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୧୫।୧୨: ସ୍ବାଧୀନ ଭାରତ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୬୯ ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ...

ଉନ୍ନାଓ ମାମଲା: ଏମ୍ସରେ ଶୁଣାଣି

ନୂଆଦିଲ୍ଲୀ,୧୨ା୯ (ପି.ଟି./ଆଇଏଏନ୍‌ଏସ୍‌): ଉନ୍ନାଓ ପୀଡ଼ିତା ଚିକିତ୍ସିତ ହେଉଥିବା ନୂଆଦିଲ୍ଲୀର ଏମ୍ସରେ ବୁଧବାର ‘ଇନ୍‌ କ୍ୟାମେରା’ ପ୍ରୋସିଡିଂ ଆରମ୍ଭ ହୋଇଛି। ବଳାତ୍କାର ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ...

ଶରଦ ପାଓ୍ବାର ହେବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ !

ମୁମ୍ବାଇ,୫।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଚାଲିଛି ଅଙ୍କକଷା। ଶିବସେନା ଓ ଭାଜପା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗଣିତ ଛିଡୁ ନ ଥିବା ବେଳେ ଏବେ...

ଚିନ୍ମୟ ଚିନ୍ତନ: ନିଜର ମାଲିକ ବାଛିଲେଣି କି

ଆପଣଙ୍କ କ୍ଷେତରେ ବୁଲାଗାଈଟିଏ ପଶିଗଲା। ଫସଲରୁ ଯାହା ଖାଇଲା ଖାଇଲା, ଦଳି ମନ୍ଥି ଗୁଡାଏ ନଷ୍ଟକଲା। ଖବର ପାଇ ଠେଙ୍ଗାଟିଏ ନେଇ ଆପଣ ଦୌଡିଲେ। ହାତ...

Leave a comment

Your email address will not be published. Required fields are marked *