ସ୍ଥିତି ସ୍ବାଭାବିକ ନ ହେଲେ ଭାରତ ଫେରିବେନି ସୋନୁ

ନୂଆଦିଲ୍ଲୀ,୨୧।୩: ଭାରତରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ ଗାୟକ ସୋନୁ ନିଗମ ଏକ ନିଷ୍ପତ୍ତି ନେଇଛନ୍ତି। ଏବେ ସୋନୁ ଦୁବାଇରେ ଥିବା ବେଳେ କରୋନାକୁ ନେଇ ସାରା ବିଶ୍ୱର ପରିସ୍ଥିତି ସ୍ବାଭାବିକ ନ ହେଲେ ସେ ଭାରତ ଫେରିବେ ନାହିଁ ବୋଲି କହିଥିବା ଜଣାପଡିଛି। ସୋନୁଙ୍କ ପୁଅ ଦୁବାଇରେ ପାଠ ପଢୁଥିବାରୁ ଏବେ ସେ ପରିବାର ସହ ଦୁବାଇରେ ଅଛନ୍ତି। ଆଉ ପୁଅର ସ୍କୁଲ ଛୁଟି ଥିବାରୁ ଏବେ ପରିବାରର ସମସ୍ତ ସଦସ୍ୟ ଆଇସୋଲେଶନରେ ଥିବା ସେ କହିଛନ୍ତି। ଭାରତ ଫେରିଲେ ତାଙ୍କୁ ପୁଣିଥରେ କ୍ୱାରାଣ୍ଟାଇନରେ ରହିବାକୁ ପଡିବ ଯାହା ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପାଇଁ ଆଉ ଏକ ସମସ୍ୟା ବୋଲି ସେ କହିଛନ୍ତି। ଏହାସହ ରବିବାର ପାଳନ କରାଯାଉଥିବା ‘ଜନତା କର୍ଫ୍ୟୁ’ରେ ସେ ଏକ ଲାଇଭ୍‌ କନସର୍ଟର ବ୍ୟବସ୍ଥା କରିଥିବା କହିଛନ୍ତି। ଏହା ଭାରତୀୟ ସମୟ ରାତି ୮ଟାରେ ସୋନୁଙ୍କ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By Dharitri.Com

୪ ମହଲା ହସ୍ପିଟାଲରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସଂକ୍ରମିତ

ବେଙ୍ଗାଲୁରୁ,୨୭।୪: କର୍ନାଟକ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କରୋନା ସଂକ୍ରମିତ ରୋଗୀ ୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୋମବାର...

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ; ୧୭୪ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ରାଉରକେଲାର ୪୯ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ...

‘ଭୁଶୁଡ଼ିଗଲା କି ଶେଷ ଦୁର୍ଗ’

ନୂଆଦିଲ୍ଲୀ,୧୮ା୩(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟ ସଭାକୁ ମନୋନୀତ କରିବା ପରେ ବିବାଦ ଉଠିଛି। କଂଗ୍ରେସ...

ପ୍ରଶାନ୍ତ କିଶୋର ଆରମ୍ଭ କରିବେ ‘ବାତ୍‌ ବିହାର କି’ କାର୍ଯ୍ୟକ୍ରମ

ପାଟନା,୧୮।୨: ଦିଲ୍ଲୀରେ ଅରବିନ୍ଦ କେଜରିଓ୍ବାଙ୍କ ନେତୃତ୍ୱାଧିନ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ବିଜୟ ପରେ ଶ୍ରେୟ ନେଇଛନ୍ତି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର। ମଙ୍ଗଳବାର...

ହରତାଳରେ ବସିଲେ ୫ ଲକ୍ଷ ଡାକ୍ତର: ରୋଗୀ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ,୧୭।୬: ସାରା ଦେଶରେ ଡାକ୍ତର ଆନ୍ଦୋଳନ ଜୋର ଧରିଛି। ପଶ୍ଚିମବଙ୍ଗରୁ ଆରମ୍ଭ ହୋଇ ଏହା ସାରା ବ୍ୟାପିଛି। ସୋମବାର ପ୍ରାୟ ୫ ଲକ୍ଷ ଡାକ୍ତର ହରତାଳରେ...

ପାଠପଢ଼ା ନିଶା: ୯୩ ବର୍ଷରେ ମାଷ୍ଟର ଡିଗ୍ରୀ

ନୂଆଦିଲ୍ଲୀ, ୧୯।୨: ପାଠ ପାଇଁ ଯେ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ ତାହା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ଇନ୍ଦିରା...

ଆର୍‌ଏସ୍‌ଏସ୍‌ ଆତଙ୍କବାଦୀ ସଙ୍ଗଠନ: ଆମ୍ବେଡକରଙ୍କ ଅଣନାତି

କୋଲକାତା,୨୭।୧: ଡା. ବିଆର୍‌ ଆମ୍ବେଦକରଙ୍କ ଅଣନାତି ରାଜରତ୍ନ ଆମ୍ବେଡକର ରବିବାର କୋଲକାତାରେ ଆର୍‌ଏସ୍‌ଏସ୍‌କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଆର୍‌ଏସ୍‌ଏସ୍‌ ଭାରତର...

ବିରୋଧୀ ଦଳ ନେତା ହେଲେ ଫଡ଼ନବିସ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ଶେଷରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ମେଣ୍ଟ ସରକାର ଶାସନ ଭାର ହାତକୁ ନେଇଛି। ଏଥିରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା...

Leave a comment

Your email address will not be published. Required fields are marked *