ଗଞ୍ଜେଇ, କଫ୍‌ ସିରପ୍‌ ଚାଲାଣ ବେଳେ ଠାବ: ପିସ୍ତଲ, ଗୁଳି ଜବତ, ୬ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୧।୩: ବରଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ବରପାଲି ଥାନା ପୋଲିସ ଶନିବାର କଫ ସିରପ ଏବଂ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଠାବ କରିଛି। ଏହା ବରପାଲି ରାସ୍ତାର ଏକ ଢାବା ନିକଟରେ ଠାବ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ମହାନ୍ତିପଡ଼ାର ଶେଖ ମଇନୁଦ୍ଦିନ, ୱାର୍ଡ ନଂ-୧୧ର ଶେଖ ହଇଦାନ, ବିଞ୍ଝାଲପଡ଼ାର ଲିଙ୍ଗରାଜ ମେହେର, ଭଟଲି ଥାନା ନୂଆଗଡ଼ର କମଳ ବେହେରା, ବଡ଼ମାଳର ସୂର୍ଯ୍ୟକାନ୍ତ ସାହୁ ଏବଂ ପରେଶ ସାହୁ। ସେମାନଙ୍କ ପାଖରୁ ୩ଟି ୪ଚକିଆ ଗାଡ଼ି, ୭୨ କି.ଗ୍ରା ଗଞ୍ଜେଇ, ୧୬୦୦ ବୋତଲ କଫ୍‌ ସିରପ୍‌, ୮ଟି ମୋବାଇଲ, ନଗଦ ୨ଲକ୍ଷ ୮୯ହଜାର ୮ଶହ ଟଙ୍କା, ୨ଟି ପିସ୍ତଲ ଏବଂ ୧୭ଟି ଗୁଳି ଜବତ କରାଯାଇଛି। ବରପାଲି ଥାନାରେ ଏ ନେଇ ଏକ ମାମଲା ୭୫/୨୦ରେ ରୁଜୁ ହୋଇଥିବା ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ବେଲଗାମ ହେଲାଣି ନିଶା ଓଷଧ କାରବାର

ଯୋଡ଼ା,୩୧।୮(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ନିଶା ଓଷଧ କାରବାର ଅହେତୁକ ପରିମାଣରେ ବୃଦ୍ଧି ପାଇଛି ା ବାହାର ରାଜ୍ୟରୁ ଏହାକୁ ଆଣି ସହରରେ ବିକ୍ରୟ...

ଏସ୍‌ଡିସି କପ୍‌ ଲାଗି ଖେଳାଳି ଚୟନ ସରିଲା

ଫୁଲବାଣୀ ଅଫିସ, ୧୯ା୨ – ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍‌ ଏସ୍‌ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍‌-୨୦୨୦ ପାଇଁ କନ୍ଧମାଳ ଜିଲାରେ ଚାଲିଥିବା ଖେଳାଳି ଚୟନ ପ୍ରକ୍ରିୟା...

ଶ୍ମଶାନ ପାଖରୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ

ଜଟଣୀ,୩୦।୩(ଡି.ଏନ.ଏ): ମାସକ ତଳେ ନିଖୋଜ ଥିବା ଯୁବକଙ୍କ କଙ୍କାଳ ରବିବାର ନିଜ ଗ୍ରାମ ଶ୍ମଶାନ ନିକଟ ଏକ ନିକାଞ୍ଚନ ସ୍ଥାନରୁ ମିଳିଛି। ମୃତକ ହେଲେ ଜଟଣୀ...

ଖୋର୍ଦ୍ଧାରେ ଗୋଟିଏ ସମୟ ଖୋଲିବ ହାଟ, ବାଇକ୍‌ରେ ବୁଲିଲେ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା ଅଫିସ,୨ା୪ : ମହାମାରୀର ରୂପ ନେଇଥିବା କୋଭିଡ-୧୯ (କରୋନା ଭାଇରସ)ର ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ତିନି ସପ୍ତାହ ଲାଗି...

କିଡ୍‌ନୀ ଆକ୍ରାନ୍ତଙ୍କ ଚିକିତ୍ସା, ପାଣି ଯୋଗାଣ ଦାବି, ଏଡିଏମଙ୍କୁ ଭେଟିଲା ଗାଁ କମିଟି

ଛତ୍ରପୁର,୩।୬(ଡି.ଏନ.ଏ.)-ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ ପି.ଲକ୍ଷ୍ମୀପୁର ଗାଁରେ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିକି ଏଥିରେ କେତେଜଣଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଅଭିଯୋଗ...

ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଲୁଟ୍‌

କେନ୍ଦୁଝର, ୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା କୃଷକ ବଜାର ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଅଣ୍ଡା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର...

ପାଣି ପାଇଁ ଡହଳବିକଳ ବିଶୁଭଟ୍ଟାବାସୀ

କୁନ୍ଦୁରା,୨୪।୪(ଡି.ଏନ୍‌.ଏ.):କୁନ୍ଦୁରା ସଦରରୁ ୨୫ କିମି ଦୂର ଫୁଲଭଟ୍ଟା ପଞ୍ଚାୟତ ବିଶୁଭଟ୍ଟାରେ ୨ ମାସ ହେଲା ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଗତ ମାର୍ଚ୍ଚରୁ...

ଭିମ୍‌ସାର ଘଟଣା ଭିନ୍ନ ରୂପ ନେଲା: ସୀମା ଭୁଲିଯାଇଥିଲେ ଡାକ୍ତର

ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ରବିବାର ମାଡ଼...

Leave a comment

Your email address will not be published. Required fields are marked *