କରୋନା ମୁକାବିଲା ପାଇଁ କେନ୍ଦୁଝରରେ ସ୍ବତନ୍ତ୍ର ଅଧିବେଶନ: ହଲ୍‌କୁ ପ୍ରବେଶ ପୂର୍ବରୁ ସମସ୍ତେ ହ୍ୟାଣ୍ଡଓ୍ବାଶ୍‌ରେ ଧୋଇଲେ ହାତ

କେନ୍ଦୁଝର,୨୧ା୩(ସ୍ବ.ପ୍ର.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଜିଲା ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ସ୍ବତନ୍ତ୍ର ଅଧିବେଶନ ଶନିବାର ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ଏବଂ ଆଗାମୀ ଦିନରେ ନିଆଯିବ ସେ ବିଷୟରେ ଆଲୋଚନା କରାଯାଇଛି। ଉକ୍ତ ବୈଠକରେ ଜିଲାର ସମସ୍ତ ବିଧାୟକ ବଦ୍ରି ନାରାୟଣ ପାତ୍ର, ମୋହନ ମାଝି, ଜଗନ୍ନାଥ ନାୟକ, ବିଧାୟିକା ମୀନାକ୍ଷୀ ମହାନ୍ତ ତଥା ଜିଲା ପରିଷଦ ସଦସ୍ୟା/ସଦସ୍ୟମାନେ ଉପସ୍ଥିତ ଥିଲେ। ଜିଲାପାଳ ବୈଠକରେ କରୋନା ସଂକ୍ରମଣ ବିଷୟରେ ସୂଚନା ଦେଇଥିବା ବେଳେ ସିଡିଏମ୍‌ଓ ଡା. ଅଶୋକ କୁମାର ଦାସ ଜିଲାରେ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡିଏମ୍‌ ଡା. ଭକ୍ତ ଚରଣ ପ୍ରଧାନ, ପିଡି ଡିଆରଡିଏ ଡକ୍ଟର ଉଦ୍ଧବ ମାଝୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ହଲ୍‌ରେ ପ୍ରବେଶ କରିବା ପୂର୍ବରୁ ସମସ୍ତେ ହ୍ୟାଣ୍ଡଓ୍ବାଶ୍‌ରେ ହାତ ଧୋଇ ଭିତରକୁ ପ୍ରବେଶ କରିଥିଲେ।


All Right Reserved By Dharitri.Com

ବାରୁଆଁ ଗାଁରୁ ଭାଲୁ ଛୁଆ ଉଦ୍ଧାର

ଆନନ୍ଦପୁର,୧୩।୮(ସ୍ବ.ପ୍ର.)-ଆନନ୍ଦପୁର ବ୍ଲକ କଂଟିପାଳ ପଞ୍ଚାୟତ ବାରୁଆଁ ଗ୍ରାମରୁ ମଙ୍ଗଳବାର ଏକ ଭାଲୁ ଛୁଆ ଉଦ୍ଧାର ହୋଇଛି। ସ୍ଥାନୀୟ ଜଙ୍ଗଲରୁ ଭାଲୁ ଛୁଆଟି ଗ୍ରାମ ମଧ୍ୟକୁ ପଶିଆସିଥିଲା।...

ନାଲ୍‌କୋରେ ୨୩ ମଣ୍ଡପରେ ଦେବଶିଳ୍ପୀଙ୍କୁ ଆରାଧନା: ପ୍ରଥମ ଦିନରେ ୩୦ ହଜାର ଶ୍ରଦ୍ଧାଳୁ

ବଅଁରପାଳ, ୧୮।୯ (ଡି.ଏନ୍‌.ଏ.)-ଅନୁଗୋଳ ଜିଲା ନାଲ୍‌କୋର ଗଣପର୍ବ ଭାବେ ପରିଚିତ ବିଶ୍ୱକର୍ମା ପୂଜା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ୨୩ଟି ମଣ୍ଡପରେ ପ୍ରଭୁ...

ଲାଗିଲା କଟକଣା, ପର୍ଯ୍ୟଟନସ୍ଥଳୀ ଶୂନଶାନ୍‌

ଭୋଗରାଇ, ୨୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ମନ୍ଦିର ଓ ହାଟବଜାର ଉପରେ...

ମାଓବାଦୀ ଦମ୍ପତି ଗିରଫ, ଶହେରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥିଲେ

ମାଲକାନଗିରି,୯।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍‌ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରୁ ବିଶାଖାପାଟଣା ପୋଲିସ ଗୁରୁବାର ହାର୍ଡକୋର ମାଓବାଦୀ ଦମ୍ପତିଙ୍କୁ ଗିରଫ କରିଛି।...

ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ସୋର, ୧୩ା୧୨(ଡି.ଏନ.ଏ.)-ସୋର ମ୍ୟୁନିସିପାଲିଟି ଅଧୀନ ଏକ ନର୍ସିଂହୋମ୍‌ରେ ପ୍ରସବ ପରେ ପ୍ରସୂତିଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ...

ଜମୁଛି ଲକ୍ଷ୍ମୀପୂଜା, କମ୍ପୁଛି ମଣ୍ଡପ

ହିନ୍ଦୋଳ,୧୯ା୧୦(ଡି.ଏନ.ଏ)-ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ସାରା ଢେଙ୍କାନାଳ ଜିଲା। ପୂରପଲ୍ଲୀଠାରୁ ଆରମ୍ଭ କରି ସାରା ସହରରେ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ମା’ଙ୍କ ମଣ୍ଡପ।...

ଧରିତ୍ରୀ ପ୍ରଭାବ: ଅଭିଯୁକ୍ତଙ୍କ ସହ ପୋଲିସର ସେଲ୍ଫି ନେବା ଆଇଆଇସିଙ୍କୁ ପଡିଲା ମହଙ୍ଗା

ପୁରୀ ଅଫିସ,୧୫।୧୦: ଦିଲୀପ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ମୁନା ଓରଫ ରାଧାମୋହନ ବିଶ୍ୱାଳଙ୍କ ସହ ଚନ୍ଦ୍ରଭାଗା ମେରାଇନ ଥାନାଧିକାରୀ ବୁଲୁ ମୁଣ୍ଡା ସେଲ୍ପି ନେବା...

ଛୁରାମାଡ଼ରେ ଯୁବକ ଗୁରୁତର: ପୋଲିସର ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୬।୧୧: ଭଦ୍ରକରେ କାଳୀପୂଜା ପାଇଁ ଯାତ୍ରା ଚାଲିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଚରମ୍ପାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ସେ ହେଲେ ଚରମ୍ପାର...

Leave a comment

Your email address will not be published. Required fields are marked *