ନିତ୍ୟାଙ୍କ କରୋନା ସଚେତନତା ବାର୍ତ୍ତା: ମନ ଜିଣୁଛି କୁନି ଅଭିନେତ୍ରୀଙ୍କ ପରାମର୍ଶ

ବମ୍ବେ: ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବା ଆଜିକାଲି ସମୟରେ ବଡ଼ ଚ୍ୟାଲେଞ୍ଜ। ଏହାକୁ ନେଇ ଲୋକଙ୍କୁ କରାଯାଉଛି ସଚେତନ। ହେଲେ ସୋସିଆଲ ମିଡିଆରେ ଏପରି ଏକ ବାର୍ତ୍ତା ଘୂରି ବୁଲୁଛି, ଯାହାକୁ ଦେଖିଲେ ଆପଣ ଘଡ଼ିଏ ଅଟକିଯିବେ। ହଁ, ବାର୍ତ୍ତାଟି ଜଣେ କୁନି ଅଭିନେତ୍ରୀଙ୍କର। ବୟସ ଅଳ୍ପ ହେଲେ ମଧ୍ୟ ପରାମର୍ଶ ଦେବାରେ ଓସ୍ତାଦ ଭଳି ସେ ଲାଗୁଛନ୍ତି। ତାଙ୍କ ନାଁ ହେଲା ନିତ୍ୟା ମୋୟାଲ।

ନିତ୍ୟା ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ କରୋନା ଗୀତର ତାଳେତାଳେ ନାଚୁଥିବା ଦେଖାଯାଉଛି। ଏହାପରେ ଲୋକଙ୍କୁ ବାର୍ତ୍ତା ଦେଇ ସେ କହିଛନ୍ତି, କରୋନାଠାରୁ ବଞ୍ଚିବା ପାଇଁ ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ। ସାନିଟାଇଜରର ବ୍ୟବହାର କରନ୍ତୁ। ମାସ୍କ ପିନ୍ଧନ୍ତୁ। ଆସନ୍ତା ରବିବାର ବାହାରକୁ ବାହାରନ୍ତୁ ନାହିଁ। ନିଜ ଘରେ ରୁହନ୍ତୁ।

ଏହାକୁ ଶେୟାର କରିବା ବେଳେ ନିତ୍ୟା ‘ଗୋ କରୋନା, ଷ୍ଟେ ସେଫ୍‌’ ଲେଖିଛନ୍ତି। ଭିଡିଓଟିକୁ ବେଶ୍‌ ପସନ୍ଦ କରାଯାଉଛି।
କରୋନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜନତା କର୍ଫ୍ୟୁ’ ପାଇଁ ଆହ୍ବାନ ଦେଇଛନ୍ତି। ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରି ଘରେ ରହିବାକୁ ସେ କହିଛନ୍ତି।


All Right Reserved By Dharitri.Com

ମଲାଇକା-ଅର୍ଜୁନଙ୍କ ରୋମାଣ୍ଟିକ୍‌: ନ୍ୟୁ ଇୟର ସେଲିବ୍ରେଶନ

ମୁମ୍ବାଇ: ଅର୍ଜୁନ କପୁର-ମଲାଇକା ଅରୋରା ହେଉଛନ୍ତି ବଲିଉଡ୍‌ର ଚର୍ଚ୍ଚିତ କପଲ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ରିଲେଶନଶିପ୍‌କୁ ନେଇ ଅନେକ ସମୟରେ ଖବର ଚର୍ଚ୍ଚା ସାଉଁଟିଥାଏ। କିଛିଦିନ...

କରୋନା ଭୟ: ବିଦେଶୀ ପର୍ଯ୍ୟଟକ ଦେଖି ପାଟିତୁଣ୍ଡ କଲେ ଲୋକେ, ଜଙ୍ଗଲରୁ ଉଦ୍ଧାର

ଠାକୁରମୁଣ୍ଡା,୨୪ା୩(ଡ଼ି.ଏନ୍‌.ଏ.)- ଇସ୍ରାଏଲରୁ ଭ୍ରମଣ ଉଦ୍ଦେଶ୍ୟରେ ଆସିଥିବା ଜଣେ ପର୍ଯ୍ୟଟକଙ୍କୁ ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଛି। ସେ ଏକ ବାଇକ୍‌ରେ...

ଫ୍ୟାନ୍‌ଙ୍କୁ ଦିଓ୍ବାନା କଲା ଶ୍ରଦ୍ଧାଙ୍କ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ନିକଟରେ ସର୍ବିୟାରୁ ନିଜ ଅପ୍‌କମିଂ ଫିଲ୍ମ ‘ବାଗୀ-୩’ର ଶୁଟିଂ ଶେଷ କରି ଫେରିଛନ୍ତି। ଏହାପରେ ସେ ତୁରନ୍ତ ନିଜର...

କରୋନା ସହାୟତା: ତୁରେକେଲା ବ୍ଲକର ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ ଦିନକର ଦରମା ଦାନ

କଣ୍ଟାବାଞ୍ଜି,୨୭।୪(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ସଂଘ ଓ ଗଣ ଶିକ୍ଷକ ସଂଘର ୧୪୫ଜଣ ଶିକ୍ଷକ...

ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ହାତ ଧରିଲେ ଅଭିନେତ୍ରୀ ଝିଲିକ୍‌

ଭୁବନେଶ୍ୱର: ହାତକୁ ଦୁଇ ହାତ ହେଲେ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କ ସହ ତାଙ୍କର...

ମହାରାଷ୍ଟ୍ରରେ ୧୨୭୩ ପୋଲିସ କରୋନା ପଜିଟିଭ୍‌

ମୁମ୍ବାଇ,୧୮।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲକ୍‌ଡାଉନ୍‌...

କରୋନା ପାଇଁ ପ୍ରଶାସନର କଠୋର ପଦକ୍ଷେପ: ଗଞ୍ଜାମ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌

ଗଞ୍ଜାମ,୨।୪(ଡି.ଏନ୍‌.ଏ.): ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ...

ପରଦାରେ ଅଜୟଙ୍କ ‘ଦେ ଦେ ପ୍ୟାର ଦେ’, କାହାଣୀ ଦର୍ଶକଙ୍କ ମନ କିଣୁଛି

ବମ୍ବେ: ଶୁକ୍ରବାର ପରଦାକୁ ଆସିଛି ବଲିଉଡ୍‌ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’। ଅଜୟ ଦେବଗନ, ରକୁଲପ୍ରିତ, ତବ୍ବୁ ଅଭିନିତ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ଭରପୂର...

Leave a comment

Your email address will not be published. Required fields are marked *