‘ନିର୍ଭୟା ଭଳି କୁନ୍ଦୁଲି ପୀଡ଼ିତାଙ୍କ ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ’

ଜୟପୁର,୨୧ା୩(ନି.ପ୍ର.) ନିର୍ଭୟା ମାମଲାରେ ଫାଶୀ ଦିଆଯିବା ପରେ ଏହାର ବିଚାର କରିଥିବା ବିଚାରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି କୁନ୍ଦୁଲି ପୀଡ଼ିତାଙ୍କ ସମ୍ପର୍କୀୟ। ପୀଡ଼ିତାଙ୍କ ଖୁଡ଼ୀ କହିଛନ୍ତି, ନିର୍ଭୟାଙ୍କ ଆତ୍ମାକୁ ଏବେ ଶାନ୍ତି ମିଳିଲା, ସେଥିରେ ସେ ଖୁସି। କିନ୍ତୁ ୩ ବର୍ଷ ବିତିବା ପରେ ମଧ୍ୟ ତାଙ୍କ ଝିଆରୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୁକ୍ତ ଧରାପଡ଼ିନାହାନ୍ତି। ରାଜ୍ୟ ସରକାରଙ୍କ ପାଖରୁ ଆଶା ନାହିଁ, କେନ୍ଦ୍ର ସରକାର ଚାହିଁଲେ ନ୍ୟାୟ ଦେଇପାରିବେ ବୋଲି ସେ କହିଛନ୍ତି। ନିର୍ଭୟାଙ୍କ ମା’-ବାପାଙ୍କୁ ଯେପରି ଶାନ୍ତି ମିଳିଲା, କୁନ୍ଦୁଲି ପୀଡ଼ିତାଙ୍କ ଅଭିଯୁକ୍ତଙ୍କୁ ଧରି ଦଣ୍ଡ ଦେଇଥିଲେ ପୀଡ଼ିତାର ଆତ୍ମାକୁ ମଧ୍ୟ ଶାନ୍ତି ମିଳନ୍ତା। ସେମାନେ ଗରିବ ଲୋକ ବୋଲି ସେମାନଙ୍କୁ ନ୍ୟାୟ ମିଳିପାରୁ ନାହିଁ। ତଦନ୍ତରେ କିଛି ସୁଫଳ ମିଳୁନାହିଁ। ରାଜ୍ୟ ସରକାର ଗୁରୁତ୍ୱ ଦେଉ ନ ଥିବାରୁ ଏଯାବତ୍‌ ଅଭିଯୁକ୍ତ ଚିହ୍ନଟ ହୋଇପାରୁ ନାହାନ୍ତି। ପୂର୍ବରୁ କହୁଥିଲୁ, ଏବେ ମଧ୍ୟ ସିବିଆଇ ଦାବି କରୁଛି ବୋଲି ପୀଡ଼ିତାଙ୍କ ଖୁଡ଼ୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୭ ଅକ୍ଟୋବର ୧୦ରେ ୪ ଜଣ ଦୁର୍ବୃତ୍ତ ଯବାନ ପୋଷାକରେ କୁନ୍ଦୁଲିରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଘଟଣାର ୩ ମାସ ପରେ ୨୦୧୮ ଜାନୁଆରୀ ୨୨ରେ ପୀଡ଼ିତା ନିଜ ଘରେ ଆତ୍ମହତ୍ୟା କରିବା ଘଟଣାକୁ ଆହୁରି ତେଜିଥିଲା। ନଭେମ୍ବର ୮ରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ସରକାର ପୁଣି ୨୦୧୮ ଫେବୃଆରୀ ୮ରେ ଏସ୍‌ଆଇଟି ତଦନ୍ତ ପାଇଁ କହିଥିଲେ।


All Right Reserved By Dharitri.Com

୭ ମାସ ହେବ ସବ୍‌ଷ୍ଟେଶନ ଅଚଳ : ଶକ୍ତିବିଭାଗର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ

କୋରୁକୋଣ୍ଡା,୧୨।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା କୋରୁକୋଣ୍ଡା ସଦରଠାରେ ସାଉଥ୍‌କୋ ଦ୍ୱାରା ପରିଚାଳିତ ସବ୍‌ଷ୍ଟେଶନଟି ଆଜକୁ ଦୀର୍ଘ ୭ ମାସ ହେବ ଅଚଳ ହୋଇପଡ଼ିଛି। ଫଳରେ ଏନେଇ...

ମାଟ୍ରିକ୍‌ ବୃତ୍ତି ପରୀକ୍ଷା: ଆଜିଠାରୁ ଅନ୍‌ଲାଇନରେ ଆବେଦନ

କଟକ ଅଫିସ,୨୭ା୯ : ଆଲ୍‌ପି ଏଜୁକେଶନ ଟ୍ରଷ୍ଟ ପକ୍ଷରୁ ଅରୁଣୋଦୟ ମାର୍କେଟସ୍ଥିତ ଟ୍ରଷ୍ଟର ସମ୍ମେଳନ କକ୍ଷରେ ଗୁରୁବାର ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟ ପକ୍ଷରୁ...

କାମରେ ଲାଗୁନି ବରିପାଳ ଫରେଷ୍ଟ ବିଟ୍‌

ଘସିପୁରା,୧୬।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲାରେ କାଠ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାରୁ ବନ ସମ୍ପଦ ଉଜଡ଼ିବାରେ ଲାଗିଛି। ଆବଶ୍ୟକ କର୍ମଚାରୀ ଅଭାବରୁ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ...

ପରିବେଶ ସୁରକ୍ଷାରେ ଛାତ୍ରୀଛାତ୍ରଙ୍କ ଭୂମିକା ଆଲୋଚନା ଚକ୍ର:କଲାମଙ୍କ ଭଳି ସ୍ବପ୍ନ ଦେଖି ସାକାର କର

ପୁରୀଅଫିସ, ୧୪ା୭ : ଦିନକୁ ଦିନ ପରିବେଶ ନଷ୍ଟ ହେବାରେ ଲାଗିଛି। ରାସ୍ତା ସମ୍ପ୍ରସାରଣ ଲାଗି ରାସ୍ତାକଡରେ ରହିଥିବା ବହୁ ବଡ ବଡ ଗଛ କଟାଯାଉଛି।...

ଅନିଶ୍ଚିତତାରେ ପୌର ନିର୍ବାଚନ: ସମସ୍ୟାରେ ଘାଣ୍ଟି ହେଉଛନ୍ତି ସହରବାସୀ

ଭୁବନେଶ୍ୱର (ବ୍ୟୁରୋ)/ କଟକ ଅଫିସ୍‌, ୬ା୬: ବାତ୍ୟା ଫନୀକୁ ମାସେ ବିତିଗଲାଣି। ବ୍ୟାପକ କ୍ଷତି ଘଟାଇଥିବା ପୁରୀ, କଟକ, ଖୋର୍ଦ୍ଧା ଜିଲାର ପୌର ସଂସ୍ଥାଗୁଡିକରେ ବାସ...

ସରିଲା ରାଜାଙ୍କ ରିମାଣ୍ଡ ଅବଧି: ମିଳିଲାନି ନୂଆ ତଥ୍ୟ

ଜଗତ୍‌ସିଂହପୁର ଅଫିସ,୨୬ା୯: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଭିଯୁକ୍ତ ତଥା ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଳ ଓରଫ ରାଜାଙ୍କୁ ବିରିଡ଼ି ପୋଲିସ...

‘ଲାକ୍‌ମେ ଫ୍ୟାଶନ ୱିକ୍‌’: ସେଟ୍‌ ଡିଜାଇନ୍‌ କରିବେ ଓଡ଼ିଆ ଛାତ୍ରୀ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଦେଶର ପ୍ରମୁଖ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ ଶୋ ‘ଲାକ୍‌ମେ ଫ୍ୟାଶନ ୱିକ୍‌’ରେ ଡିଜାଇନ୍‌ ପ୍ରଦର୍ଶନ କରିବେ ଜଣେ ଓଡ଼ିଆ ଛାତ୍ରୀ। ଇଣ୍ଟେରିୟର ଡିଜାଇନ୍‌ ବର୍ଗରେ...

‘କରୋନା’ ପାଇଁ ଘଟଗାଁ ତାରିଣୀ ମନ୍ଦିରରେ କଟକଣା

କେନ୍ଦୁଝର, ୧୯ା୩(ଡି.ଏନ.ଏ.)-କରୋନା ପାଇଁ ଘଟଗାଁ ମା’ ତାରିଣୀ ମନ୍ଦିରରେ କଟକଣା ଜାରି କରାଯାଇଛି। ବୁଧବାର ଦିନ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ...

Leave a comment

Your email address will not be published. Required fields are marked *