ମଦ ଦୋକାନରେ ପଶି ୩୦ ଲିଟର ମଦ ପିଇଗଲେ ହାତୀ

ୟୁନାନ,୨୧।୩: ଜନସଂଖ୍ୟା ବଢ଼ିବା ଯୋଗୁ ଜଙ୍ଗଲର ପରିସୀମା କମିବାରେ ଲାଗିଛି। ଫଳରେ ଜଙ୍ଗଲର ରାଜା ହାତୀ ପାଇଁ ସ୍ଥାନ ନିଅଣ୍ଟ ପଡୁଛି। ତେଣୁ ବହୁ ସମୟରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଜନବସତିକୁ ପଶି ଆସୁଛନ୍ତି। ଦକ୍ଷିଣ-ପଶ୍ଚିମ ଚାଇନାର ୟୁନାନ ପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ସ୍ନିହୁଆଗବନା ଅଞ୍ଚଳର ମେଘଂଇ ଗାଁରେ ଏକ ମଦ ଦୋକାନର ୧୪ ଜଣିଆ ହାତୀ ପଲ ପଶିଥିଲେ। ହାତୀପଲ ମନଇଛା ମକା ଖାଇବା ପରେ ୨ଟି ହାତୀ ସେଠାରେ ଥିବା ୩୦ ଲିଟର ମଦ ପିଇ ଦେଇଥିଲେ। ପରେ ମଦ ନିଶାରେ ଟଳି ଟଳି ହାତୀ ୨ଟି ନିକଟରେ ଥିବା ଚା ବଗିଚାରେ ଶୋଇପଡ଼ିଥିଲେ। ହାତୀପଲର ଏଭଳି କାର୍ଯ୍ୟ ଗାଁର ସିସିଟିଭି କ୍ୟାମେରାରେ ରେକର୍ଡିଂ ହୋଇଛି। ଏହାର ଫଟୋକୁ ଜୁଜୋଓ ବିଗବଙ୍ଗ୍‌ ନାମକ ଜଣେ ବ୍ୟକ୍ତି ଟୁଇଟରରେ ଶେୟାର କରିଛନ୍ତି। ଏହା ଏବେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଇରାନରେ ଶୁକ୍ରବାର ପ୍ରାର୍ଥନା ବାତିଲ୍‌: ଇଟାଲିରେ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଯିବା ମନା

ତେହରାନ,୬।୩: କରୋନା ଭାଇରସ୍‌ ଏବେ ମହମାରୀର ରୂପ ନେଇଥିବା ବେଳେ ବିଶ୍ୱର ଅଧିକାଂଶ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି। ଏହାକୁ ନେଇ ସାରା ଦେଶରେ...

ମୋର ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ବାଟରେ କଣ୍ଟା ସାଜିଛି ଚାଇନା: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୪: ଚାଇନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଟାଗେର୍ଟ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ମୋର ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ବାଟରେ ଚାଇନା କଣ୍ଟା ସାଜିଛି।...

ଚାଇନା ଡେଥ୍‌ ଚ୍ୟାମ୍ବରରେ ୬ କୋଟି ଲୋକ: ମୃତ୍ୟୁକୁ ଅପେକ୍ଷା !

ବେଜିଂ,୧୭।୨: କରୋନା ଭୁତାଣୁ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି। ହୁବେଇ ପ୍ରଦେଶରେ କରୋନା ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ପ୍ରଦେଶର ଅଧିକ...

ଭାରତରେ ୬ଥର ପାଳନ କରାଯାଏ ନବବର୍ଷ

ପ୍ରତିବର୍ଷ ଜାନୁୟାରୀ ୧ ତାରିଖକୁ ନୂଆବର୍ଷ ଭାବେ ସାରା ବିଶ୍ୱରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ହେଲେ ଭାରତର ନୂଆବର୍ଷ ପାଳନ ସବୁଠାରୁ ଅଲଗା। ଏଠାରେ...

୩୭୦ ଉଚ୍ଛେଦ ବିରୋଧରେ ଜେକେଏଲ୍‌ଏଫ୍‌ର ଫ୍ରିଡମ୍‌ ମାର୍ଚ୍ଚ : ଏଲ୍‌ଓସି ଅଭିମୁଖେ ପିଓକେବାସୀ

ଇସ୍‌ଲାମାବାଦ,୭ା୧୦ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଦୁଇମାସ ପୂରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନରେ ଜୋର୍‌ଦାର...

ଜିଞ୍ଜର ବ୍ରେଡ୍‌ ସ୍ଥାପତ୍ୟ

ଆପଣ ଦେଖୁଥିବା ଡ୍ରାଗନ୍‌, ଡାଇନୋସର୍‌, ଟ୍ରିମ୍ୟାନର ଏହି ସ୍ଥାପତ୍ୟଗୁଡ଼ିକ କୌଣସି ଧାତୁ କିମ୍ବା ମାଟିରେ ତିଆରି ହୋଇନାହିଁ। ବରଂ ଏହା ତିଆରି ହୋଇଛି ଜିଞ୍ଜର ବ୍ରେଡ୍‌(ଏକ...

ମେହସୁଦ୍‌ ବିଶ୍ୱ ଆତଙ୍କବାଦୀ

ଓ୍ବାଶିଂଟନ,୧୨ା୯: ୯/୧୧ ଆକ୍ରମଣ ଘଟଣାର ବର୍ଷପୂର୍ତ୍ତି ଅବସରରେ ଆମେରିକା ସରକାର ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ବିଶ୍ୱବ୍ୟାପୀ ସନ୍ଦିଗ୍ଧ ଆତଙ୍କବାଦୀ,...

୬ ମାସର ଶିଶୁ କରୋନା ପଜିଟିଭ୍‌

ଲଣ୍ଡନ,୧୩।୪: ପୂର୍ବରୁ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟା ଭୋଗୁଥିବା ୬ମାସର ଶିଶୁ ଏବେ କରୋନାରେ ସଂକ୍ରମିତ। କରୋନାରେ ସଂକ୍ରମିତ ହେବା ପରେ ଉକ୍ତ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *