ବାହାରୁ ଆସିଥିବା ଲୋକଙ୍କୁ ନେଇ ଭୟ

ଅନୁଗୋଳ ଅଫିସ୍‌, ୨୧।୩

କରୋନାକୁ ନେଇ କଟକଣା ବଢ଼ୁଥିବା ବେଳେ ସହରଠାରୁ ଗଁା ଯାଏ ସବୁଠି ଏବେ ଲୋକେ ଆଶଙ୍କା ମଧ୍ୟରେ ଅଛନ୍ତି। ଏପରି କି ସଂକ୍ରମଣର କୌଣସି ଲକ୍ଷଣ ନ ଥିଲେ ମଧ୍ୟ ଜଣେ ଅନ୍ୟ ଜଣଙ୍କୁ ସନ୍ଦିଗ୍ଧ ବୋଲି ମନେ କରୁଛି। ଏପରି ସ୍ଥିତିରେ ଦେଶ ଓ ରାଜ୍ୟ ବାହାରୁ ଗଁାକୁ ଫେରୁଥିବା ଲୋକଙ୍କୁ ନେଇ ଅନେକ ଅଞ୍ଚଳରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଉଥିବା ନଜରକୁ ଆସୁଛି। ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ପ୍ରକ୍ରିୟା ସବୁଠି ଆରମ୍ଭ ହୋଇଛି। ଓ୍ବାର୍ଡସ୍ତରରୁ ଆରମ୍ଭ କରି ପଞ୍ଚାୟତ ସମିତି ଓ ଜିଲା ପରିଷଦର ବୈଠକ ବସୁଥିବା ବେଳେ ଏଥିରେ ଲୋକଙ୍କୁ ସତର୍କ ଓ ସଚେତନ କରାଯାଉଛି। ଏପରି କି ପଞ୍ଚାୟତରେ କ୍ବାରାଣ୍ଟାଇନ୍‌ ହୋମ୍‌ ଖୋଲାଯାଉଛି। କିନ୍ତୁ ସଚେତନତା ଉପରେ ଭୟ ଭାରି ପଡ଼ୁଥିବାରୁ ଦେଶ ଓ ରାଜ୍ୟ ବାହାର ଫେରନ୍ତାଙ୍କୁ ନେଇ ଅନେକ ସ୍ଥାନରେ ବିରୋଧାଭାସ ଦେଖିବାକୁ ମିଳୁଛି। ତେବେ କେହି ଏପରି କାର୍ଯ୍ୟ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଦେଶ ଓ ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ବିରୋଧ କରାଯିବାର ଉଦାହରଣ ଅନୁଗୋଳ ଜିଲାରେ ଅଭାବ ନାହିଁ। ଗତ ୧୬ ତାରିଖରେ ହେମସୁରପଡ଼ାରେ ଭଡ଼ାରେ ରହୁଥିବା ମା’ ବାପାଙ୍କ ନିକଟକୁ ତାଙ୍କ ବିବାହିତା ଝିଅ ଦିଲ୍ଲୀରୁ ଆସିଥିଲେ। ସେ ଗର୍ଭବତୀ ଥିଲେ। କିନ୍ତୁ କାୟା ମେଲାଉଥିବା କରୋନା ଯୋଗୁ ତାଙ୍କୁ ଘର ମାଲିକଙ୍କ ବିରୋଧାଭାସର ଶିକାର ହେବାକୁ ପଡ଼ିଥିଲା। ଝିଅକୁ ବାପଘରେ ଆଶ୍ରୟ ମିଳିବ ନାହିଁ ବୋଲି ଭଡ଼ା ଦେଇଥିବା ଘର ମାଲିକ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଏପରି କି ଝିଅଙ୍କୁ ମେଡିକାଲରେ ଦେଖାଇ ଡାକ୍ତରୀ ପ୍ରମାଣପତ୍ର ଆଣି ଘର ମାଲିକଙ୍କୁ ଦେଖାଇବା ପରେ ବି କୌଣସି ସୁଫଳ ମିଳି ନ ଥିଲା। କିଛି ଉପାୟ ନ ମିଳିବାରୁ ଦିଲ୍ଲୀରୁ ଫେରିଥିବା ଝିଅ ଗତ ୧୮ ତାରିଖରେ ପୁଣି ଦିଲ୍ଲୀ ପଳାଇବାକୁ ବାଧ୍ୟ ହୋଇଥିଲେ। ସେହିପରି ଚେନ୍ନାଇରୁ ଫେରିଥିବା ଜଣେ ଯୁବକଙ୍କୁ ନେଇ କେତେଜଣ ହୋହାଲ୍ଲା କରିବାରୁ ସେ ଘରୁ ଅନ୍ୟତ୍ର ଚାଲିଯାଇଥିବା ସୂଚନା ମିଳିଛି। କେବଳ ଅନୁଗୋଳ ଉପକଣ୍ଠ ନୁହେଁ, ଗତ ଗୁରୁବାର ଆଠମଲ୍ଲିକ ଅଞ୍ଚଳର ଜଣେ ଯୁବକ ମୁମ୍ବାଇରୁ ଫେରିଥିଲେ ମଧ୍ୟ ତାଙ୍କୁ ଗାଁରେ ପୂରାଇ ଦିଆଯାଇ ନ ଥିଲା। ସେ ମେଡିକାଲ ଆସି ଡାକ୍ତରଙ୍କ ପରାମର୍ଶ ନେବା ପରେ ଗାଁରେ ବୈଠକ ବସିଥିଲା। ଏହାପରେ ତାଙ୍କୁ ଗଁାରେ ରହିବାକୁ ଅନୁମତି ଦିଆଯାଇଥିଲା। ଏପରି ଘଟଣା ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, କାହାକୁ ଘରୁ ବାହାର ନ କରିବାକୁ ସରକାରୀ ନିୟମ ରହିଛି। ଯେଉଁ ବ୍ୟକ୍ତିମାନେ ଘରୁ ବାହାରିବା ପାଇଁ ଲୋକଙ୍କୁ ବାଧ୍ୟ କରିବେ ସେମାନଙ୍କୁ ପୋଲିସ ଗିରଫ କରିପାରିବ। ଯେଉଁମାନେ ବାହାର ରାଜ୍ୟ ଓ ଦେଶରୁ ଆସୁଛନ୍ତି ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ଏ ନେଇ ଲୋକେ ସତର୍କ ଓ ସଚେତନ ହେଲେ ଭଲ ହେବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ପ୍ରଶାସନ ଟାଣିଲା ଲକ୍ଷ୍ମଣ ରେଖା

ଅନୁଗୋଳ ଅଫିସ, ୨୫।୩- ଲକ୍‌ଡାଉନ ଘୋଷଣା ପରଠାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁଗୋଳ ସହରର ବିଭିନ୍ନ ଦୋକାନରେ ଭିଡ଼ ବଢ଼ୁଛି। ବୁଧବାର ଉତ୍ତର କେନ୍ଦ୍ରାଞ୍ଚଳ...

ଅବ୍ୟବସ୍ଥା ଘେରରେ ବ୍ରିଟିଶ୍‌ ଅମଳର ହାଟ: ହେଉଛି ଶୁଳ୍କ ଆଦାୟ, ହେଉନି ବିକାଶ

ଛେଣ୍ଡିପଦା,୧୧।୮ – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଥିବା ବ୍ରିଟିଶ ଅମଳର ବାଗଡ଼ିଆ ହାଟ ଏବେ ନାନା ଅବ୍ୟବସ୍ଥାରେ ଚାଲିଛି। ନିୟନ୍ତ୍ରିତ ବଜାର କମିଟି ଅଧୀନରେ...

ରାଷ୍ଟ୍ରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା: ଓଡ଼ିଶାକୁ ୨୦ ପଦକ

ବଅଁରପାଳ, ୨୭।୭(ଡି.ଏନ.ଏ.) – ଚଳିତ ମାସ ୧୮ ତାରିଖ ଠାରୁ ୨୧ ପର୍ଯ୍ୟନ୍ତ ହରିୟାଣାର ରୋହତକ ସ୍ଥିତ ଏମ୍‌ଡିୟୁ ବିଶ୍ୱ ବିଦ୍ୟାଳୟରେ ସିନିୟର ରାଷ୍ଟ୍ରୀୟ କିକ୍‌...

ଛାତ୍ରୀଙ୍କୁ ଅସଦାଚରଣ, ଶିକ୍ଷକ ଅଟକ

ବଇଣ୍ଡା, ୨୭ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି...

ସୁଧୁରୁନି ବଉଳିଗଡ଼ ବିଦ୍ୟାଳୟ ସମସ୍ୟା:୮ ଶ୍ରେଣୀକୁ ୩ କୋଠରି

ବଅଁରପାଳ, ୨ା୧୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବଉଳିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ସମସ୍ୟା ଲାଗି ରହିଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ...

କୋଇଲା ସମସ୍ୟା : ନାଲ୍‌କୋ ସିପିପିର ୬ ୟୁନିଟ୍‌ ବନ୍ଦ

ବଅଁରପାଳ, ୧।୧୦ (ଡି.ଏନ୍‌.ଏ.)- ତାଳଚେରସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣିରୁ ଆନ୍ଦୋଳନ ହଟିଯାଇଥିଲେ ବି ରାଷ୍ଟ୍ରାୟତ ଉଦ୍ୟୋଗ ନାଲ୍‌କୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନାହିଁ।...

ସାଧାରଣତନ୍ତ୍ର ଦିବସ: ଅଭିବାଦନ ଗ୍ରହଣ କଲେ ମନ୍ତ୍ରୀ

ଅନୁଗୋଳ ଅଫିସ,୨୬।୧: ଅନୁଗୋଳ ଷ୍ଟାଡିୟମଠାରେ ରବିବାର ୭୧ତମ ଜିଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ...

ଘରେ ପଶିଲା ବର୍ଷା ପାଣି

ଛେଣ୍ଡିପଦା, ୮ା୯(ଡି.ଏନ.ଏ.) – ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ତିନି ଦିନ ଧରି ବର୍ଷା ଲାଗି ରହିଛି। ଏଥିଯୋଗୁ ଜରପଡା ଥାନା ତୁକୁଡା ଗ୍ରାମର ଅନେକଙ୍କ ଘରେ...

Leave a comment

Your email address will not be published. Required fields are marked *