୪୪ ଛାତ୍ରାବାସରୁ ଘରକୁ ଯିବେ ୬୮୫୯ ପିଲା

ଅନୁଗୋଳ ଅଫିସ୍‌, ୨୧।୩

କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ଛାତ୍ରାବାସକୁ ଆସନ୍ତା ୨୫ ତାରିଖଠାରୁ ଜୁନ ୧୫ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ମାତାପିତା କିମ୍ବା ଅଭିଭାବକଙ୍କୁ ଡକାଇ ସେମାନଙ୍କ ସହ ପିଲାମାନଙ୍କୁ ପଠାଯିବ। ଏଥିସହ ଏକକାଳୀନ ୩ମାସର ପ୍ରି-ମାଟ୍ରିକ ସ୍କଲାରଶିପ୍‌ ପ୍ରଦାନ କରାଯିବ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ମାତାପିତା କିମ୍ବା ଅଭିଭାବକ ସେମାନଙ୍କ ପିଲାଙ୍କୁ ୨୫ ଓ ୨୬ ତାରିଖ ସୁଦ୍ଧା ସମ୍ପୃକ୍ତ ବିଦ୍ୟାଳୟରୁ ଘରକୁ ନେଇଆସିବେ। ଏଥିସହ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯାଉଥିବା ପ୍ରି-ମାଟ୍ରିକ ସ୍କଲାରଶିପ୍‌ର ଆଗୁଆ ୩ ମାସର ଅର୍ଥ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କଠାରୁ ଗ୍ରହଣ କରିବେ। ତେବେ ଛାତ୍ରାବାସ ପରିସରରେ ପିଲା ଓ ସେମାନଙ୍କ ମାତାପିତା ତଥା ଅଭିଭାବକଙ୍କ ଭିଡ଼ ଯେପରି ନ ହୁଏ ତାହାର ସୁପରିଚାଳନା ପାଇଁ ସମ୍ପୃକ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରାଯାଇଛି। ସେମାନେ ଏହି କାର୍ଯ୍ୟ ତଦାରଖ ପାଇଁ ପ୍ରତ୍ୟେକ ବିଦ୍ୟାଳୟ ନିମନ୍ତେ ଜଣେ ଲେଖାଏ ନୋଡାଲ ଅଫିସର ନିୟୋଜିତ କରିବେ। ସମସ୍ତ କାର୍ଯ୍ୟକୁ ସୂଚାରୁରୂପେ ପରିଚାଳନା କରିବାକୁ ଜିଲାପାଳ ମନୋଜ କୁମାର ମହାନ୍ତି ଜିଲା ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୋଳ ଜିଲାର ୪୪ଟି ଛାତ୍ରାବାସର ୬ ହଜାର ୮୫୯ ଜଣ ପିଲାଙ୍କୁ ଛାତ୍ରାବାସ ଛାଡ଼ିବା ପୂର୍ବରୁ ସମୁଦାୟ ୧ କୋଟି ୬୧ ଲକ୍ଷ ୨୯ ହଜାର ୫ ଶହ ଟଙ୍କା ପ୍ରି-ମାଟ୍ରିକ୍‌ ସ୍କଲାରଶିପ୍‌ ଭାବେ ପ୍ରଦାନ କରାଯିବ। ଏହି ଅର୍ଥ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଆକାଉଣ୍ଟରେ ସିଧାସଳଖ ଭାବେ ପ୍ରଦାନ କରାଯିବ ବୋଲି ଜିଲାପାଳ ମହାନ୍ତି କହିଛନ୍ତି।


All Right Reserved By Dharitri.Com

ହିଞ୍ଜିଳିକାଟୁରେ ନବୀନ ପଟ୍ଟନାୟକ ଆଗରେ

ହିଞ୍ଜିଳିକାଟୁରେ,୨୩।୫(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁରେ ବିଜେଡି ବିଧାୟକ ପ୍ରାର୍ଥୀ ନୀବନ ପଟ୍ଟନାୟକ ୫୧୯୭ ଭୋଟ ପାଇଥିବାବେଳେ ଭାଜପା ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ୧୫୬୧ ଓ ଶମ୍ଭୁ ପାଣିଗ୍ରାହୀ...

ଜେଏସ୍‌ପିଏଲ୍‌ର ବ୍ୟାପକ ପ୍ରସ୍ତୁତି

ଅନୁଗୋଳ ଅଫିସ, ୨୫।୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ପକ୍ଷରୁ ଅନୁଗୋଳସ୍ଥିତ ଇସ୍ପାତ କାରଖାନା ସମେତ...

ପୂର୍ବତନ ପୋଲିସ ଏସ୍‌ଆଇଙ୍କୁ ୩ବର୍ଷ ଜେଲ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନାର ପୂର୍ବତନ ଏସ୍‌ଆଇ ରାମଚନ୍ଦ୍ର ସେଠୀଙ୍କୁ ମଙ୍ଗଳବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡିତ କରିଛନ୍ତି। ସେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ...

୧୦୫ ଟଙ୍କା ପେଟ୍ରୋଲ ପାଇଁ ବନ୍ଧୁକ ଦେଖାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ରାଜଧାନୀରେ କଥା କଥାକେ ଗର୍ଜୁଛି ଚୋରା ବନ୍ଧୁକ। ସାମାନ୍ୟ କଥାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରୁଛନ୍ତି। ସୋମବାର ରାତିରେ ଏଭଳି ଏକ...

ଆଇସିୟୁରେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ : ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ(୯୭) ମଙ୍ଗଳବାର ଗୁରୁତର ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅବସ୍ଥା...

ବଲାଙ୍ଗୀରରେ ବିପିସିଏଲ୍‌ର ବଟଲିଂ ପ୍ଲାଣ୍ଟ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ,୨୭।୧୨: ବଲାଙ୍ଗୀର ସହର ଉପକଣ୍ଠ ବରକାନି ଗ୍ରାମରେ ନବନିର୍ମିତ ବିପିସିିଏଲ୍‌ର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ଶୁକ୍ରବାର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଓଡ଼ିଶା ରାଜ୍ୟପାଳ...

ଓଡ଼ିଶାରେ ଆରମ୍ଭ ହେଲା କରୋନା ପରୀକ୍ଷା: ଆର୍‌ଏମ୍‌ଆର୍‌ସିରେ ଖୋଲିଲା ସ୍ବତନ୍ତ୍ର ଲାବ୍‌

ଭୁବନେଶ୍ୱର,୯।୩(ବ୍ୟୁରୋ): ଏଣିକି ଓଡ଼ିଶାରେ ହୋଇପାରିବ କରୋନା ଭାଇରସ୍‌ ପରୀକ୍ଷା। ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି)ରେ ଏହି ବ୍ୟବସ୍ଥା ଶନିବାରଠାରୁ ଆରମ୍ଭ ହୋଇଛି। ପୂର୍ବରୁ ପୁଣେକୁ...

ମାଡ଼ିଗଲା କାର୍‌: ଜଣେ ମୃତ, ଶିଶୁ ସମେତ ୫ ଗୁରୁତର

ଫୁଲବାଣୀ ଅଫିସ,୭ା୬- ଫୁଲବାଣୀ ସହର ନାରାୟଣୀ ମନ୍ଦିର ଛକ ପାଖରେ ଏକ କାର ରାସ୍ତାରେ ଚାଲି ଚାଲି ଯାଉଥିବା ୬ଜଣ ଲୋକଙ୍କ ଉପରେ ମାଡି ଯାଇଛି।...

Leave a comment

Your email address will not be published. Required fields are marked *