ଅଭିଯୁକ୍ତ ଗ୍ରାମ ସଭାପତି ଗିରଫ

ଢେଙ୍କାନାଳ ଅଫିସ, ୨୧।୩

ଆଇଆର୍‌ବି ହାବିଲଦାର ରାମଚନ୍ଦ୍ର ସାହୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଗ୍ରାମ ସଭାପତି ଶ୍ରୀକାନ୍ତ ସାହୁ ଶୁକ୍ରବାର ଧରାପଡ଼ିଛନ୍ତି। ପାରିଖେଦା ଜଙ୍ଗଲରୁ ପୋଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘର ନିକଟରେ ଥିବା ଏକ କୁକୁଡ଼ା ଫାର୍ମରୁ ୫ଟି ଅଫୁଟା ବୋମା ଜବତ କରାଯାଇଛି। ସେଗୁଡ଼ିକୁ ନିଷ୍କ୍ରିୟ କରାଯାଇଛି। ଅନ୍ୟପଟେ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରିବାକୁ ପୋଲିସ ଖୋଳତାଡ଼ ଜାରି ରହିଛି। ଶ୍ରୀକାନ୍ତଙ୍କ ନାମରେ ସଦର ଥାନାରେ ୬ ଆପରାଧିକ ମାମଲା ରହିଥିବା ଏସ୍‌ପି ଅନୁପମା ଜେମ୍ସ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
କଳାହାଣ୍ଡିସ୍ଥିତ ୯-ଆଇଆରବି ବାଟାଲିୟନରେ କାର୍ଯ୍ୟରତ ରାମଚନ୍ଦ୍ର ଦୋଳମେଲଣ ଦେଖିବାକୁ ନିଜ ଗ୍ରାମ ଚାଉଳିଆ ଖମାରକୁ ଆସିଥିଲେ। ଗତ ୧୩ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ରାମଚନ୍ଦ୍ରଙ୍କ ଭାଇ ଖଗେଶ୍ୱରଙ୍କ ସହିତ ଶ୍ରୀକାନ୍ତଙ୍କ ବଚସା ହୋଇଥିଲା। ଏଥିରେ ରାମଚନ୍ଦ୍ର ହସ୍ତକ୍ଷେପ କରିଥିଲେ। ଏଥିରେ ଉତ୍ତେଜିତ ହୋଇ ଶ୍ରୀକାନ୍ତ ନିଜ ପିସ୍ତଲରୁ ଗୁଳିମାଡ଼ କରିଥିଲେ। ଗୁଳିଟି ରାମଚନ୍ଦ୍ରଙ୍କ ଡାହାଣପଟ ଛାତିରେ ବାଜିଥିଲା। ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଶ୍ରୀକାନ୍ତ ଏକ ବାଇକ୍‌ରେ ଫେରାର ହୋଇଯାଇଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଚଢ଼ାଉ ଜାରି ରଖିଥିଲା। ଶ୍ରୀକାନ୍ତ ପାରିଖେଦା ଜଙ୍ଗଲରେ ଲୁଚିଥିବା ସୂଚନା ପାଇ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ରଙ୍କ ନେତୃତ୍ୱରେ ସଦର ଥାନା ଅଧିକାରୀ ସନ୍ଧ୍ୟାରାଣୀ ବେଉରିଆ ସଦଳବଳ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ।
ଏ ନେଇ ନଂ. ୯୭/୨୦, ଦଫା ୩୪୧, ୩୨୩, ୨୯୪, ୩୦୨, ୨୫ ଓ ୨୭ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଶ୍ରୀକାନ୍ତ ବହୁ ଆପରାଧିକ ମାମଲାରେ ଜଡ଼ିତ। ତାଙ୍କ ନାମରେ ୨୦୦୦, ୨୦୧୩, ୨୦୧୫ ଓ ୨୦୧୮ରେ ୬ଟି ମାମଲା ରୁଜୁ ହୋଇଛି। ପିସ୍ତଲ ଜବତ କରିବାକୁ ପୋଲିସ ଖୋଳତାଡ଼ ଜାରି ରଖିଥିବା ଏସ୍‌ପି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଘଟଣାରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ତରଭା ଫାଣ୍ଡି ଅଧିକାରୀ ଏବଂ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି।


All Right Reserved By Dharitri.Com

ବରିଷ୍ଠ ଆଇପିଏସ୍‌ ବି.କେ. ଶର୍ମାଙ୍କୁ ଇନ୍‌ଚାର୍ଜ ଡିଜିପି ଦାୟିତ୍ୱ

ଭୁବନେଶ୍ୱର, ୭।୮(ବ୍ୟୁରୋ): ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍‌ ବିଜୟ କୁମାର ଶର୍ମାଙ୍କୁ ବୁଧବାର ଇନ୍‌ଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଡିଜିପି ରାଜେନ୍ଦ୍ର ପ୍ରସାଦ...

ଓଭରବ୍ରିଜ୍‌ କଡ଼ ପାଲଟିଛି ଆବର୍ଜନା ସ୍ଥଳ

କୋରେଇ,୨|୮(ସ୍ବ.ପ୍ର.)- ପାଣିକୋଇଲି ଓଭର ବ୍ରିଜ୍‌ ପାର୍ଶ୍ୱ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଏଠାରେ ରହିଥିବା ବିଭିନ୍ନ ବ୍ୟବସାୟୀମାନେ ପ୍ରତ୍ୟହ ଆବର୍ଜନାକୁ ପୋଡିବା ପରିବର୍ତ୍ତେ ଓଭରବ୍ରିଜ କଡ଼ରେ...

୮୦ ପଞ୍ଚାୟତରେ ନାହିଁ ବ୍ୟାଙ୍କ ସେବା

ମାଲକାନଗିରି ଜିଲାର ୮୦ଟି ପଞ୍ଚାୟତରେ ବ୍ୟାଙ୍କ ବ୍ୟବସ୍ଥା ଓ ଟେଲିଫୋନ ସେବା ନାହିଁ। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାରେ...

ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ଅକ୍ଟୋବର ୨ରେ ବଡ଼ଦାଣ୍ଡରେ ଶୋଭାଯାତ୍ରା

ପୁରୀ ଅଫିସ, ୨୮।୯:  ପୁରୀ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଭିଯାନକୁ ଆସନ୍ତା ଅକ୍ଟୋବର ୨...

ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୮ା୮(ବ୍ୟୁରୋ):ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟକୁ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରଣାଳୟ ତଥା ଫର୍ଟିଲାଇଜର୍ସ ବିଭାଗ...

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ତତ୍ପର ଆନନ୍ଦପୁର

ଆନନ୍ଦପୁର, ୩୦।୧(ସ୍ବ.ପ୍ର.)- ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ଆନନ୍ଦପୁର ସହର ବେଶ୍‌ ତତ୍ପର ହୋଇଉଠିଛି। ଆନନ୍ଦପୁରର...

ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ରକ୍ଷାବନ୍ଧନ ଉତ୍ସବ

ରୂପ୍‌ସା, ୧୭ା୮(ଡି.ଏନ୍‌.ଏ.)-ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଦିଗରେ ସରକାର ଯତ୍ନବାନ ହେବାର ସମୟ ଆସିଛି। ବିରଳ ଓ ବିଲୁପ୍ତପ୍ରାୟ ଏହି କଙ୍କଡ଼ାର ସୁରକ୍ଷା ଓ ତା ସମ୍ପର୍କରେ...

ବିଗିଡ଼ିଛି ସ୍ବାସ୍ଥ୍ୟସେବା, ଆଇନଶୃଙ୍ଖଳା

ଅନୁଗୋଳ ଅଫିସ/କଣିହଁା, ୨୩।୭ ଅନୁଗୋଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। ପ୍ରତିଦିନ ଗରିବ ଲୋକଙ୍କ ଜୀବନ ସହ ଖେଳ ଚାଲିଛି। ଜିଲା ମୁଖ୍ୟ...

Leave a comment

Your email address will not be published. Required fields are marked *