ବନ୍ଦ ରହିବ ବ୍ୟବସାୟ ପ୍ରତିଷ୍ଠାନ

ନୂଆଦିଲ୍ଲୀ, ଭୁବନେଶ୍ୱର,୨୧-୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗି ଗୁରୁବାର ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। ଏହାର ସମର୍ଥନରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ ରବିବାର ଦୋକାନ ବଜାର ବନ୍ଦ ରଖାଯିବାକୁ ନେଇ ନିଷ୍ପତ୍ତି ହୋଇଛି। ଜନତା କର୍ଫ୍ୟୁରେ ଯୋଗଦାନ ସ୍ବରୂପ ଦେଶର ୭ କୋଟି ବ୍ୟବସାୟୀ ଏହି ଦିନ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବେ। ଏଥିରେ କାର୍ଯ୍ୟ କରୁଥିବା ପ୍ରାୟ ୪୦ କୋଟି କର୍ମଚାରୀ ଏହିଦିନ ଘରେ ରହିବେ ବୋଲି ସିଏଆଇଟି ମହାସଚିବ ପଓ୍ବନ ଖଣ୍ଡେଲଓ୍ବାଲ ସୂଚନା ଦେଇଛନ୍ତି। ଦିଲ୍ଲୀରେ ପ୍ରାୟ ୧୫ ଲକ୍ଷ ବ୍ୟବସାୟୀ ଏବଂ ୩୫ ଲକ୍ଷ କର୍ମଚାରୀ ଏହି କର୍ଫ୍ୟୁରେ ଯୋଗ ଦେବେ ବୋଲି ସେ କହିଛନ୍ତି।
ଏଭଳି ମହାମାରୀର ପ୍ରକୋପକୁ କମ୍‌ କରିବା ଲାଗି ନିଜ ଘରେ ଗୋଟିଏ ଦିନ ରହିବା ଲାଗି ମୋଦି ଆହ୍ବାନ ଜଣାଇଛନ୍ତି। ମାର୍ଚ୍ଚ ୨୨ ସକାଳ ୭ରୁ ରାତି ୯ ଯାଏ ଅତି ଆବଶ୍ୟକ ନ ହେଲେ ଘରେ ରହିବାକୁ କୁହାଯାଇଛି। ବିଶ୍ୱଯୁଦ୍ଧ-୧ ଏବଂ ୨ ସମୟରେ ଭାଇରସ କରୋନା ଭଳି ଏତେ ସଂଖ୍ୟକ ଦେଶକୁ କବଳିତ କରି ନ ଥିଲା। ଘରେ ରହିବା ଦ୍ୱାରା ଏହି ରୋଗ ବ୍ୟାପିବାକୁ କମ୍‌ କରିବ ବୋଲି ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସାଦରରେ ଗ୍ରହଣ କରି ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ବ୍ୟବସାୟୀଙ୍କୁ ଏ ନେଇ ଚିଠି ଲେଖାଯାଇଛି। ସାରା ରାଜ୍ୟରେ ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ବନ୍ଦ ରଖିବା ଲାଗି ନିବେଦନ କରାଯାଇଛି। କରୋନା ବିରୋଧରେ ମିଳିତ ହୋଇ ଲଢିବାର ଏହା ସମୟ। ଏଣୁ ସମସ୍ତେ ଏକାଠି ହୋଇ ଏହାକୁ ଲଢିଲେ ସୁସ୍ଥ ସମାଜ ଗଠନରେ ଯୋଗଦାନ ରଖାଯାଇ ପାରିବ।


All Right Reserved By Dharitri.Com

ଜିଓରେ ୧୧,୩୬୭ କୋଟି ନିବେଶ କରିବ ଭିଷ୍ଟା

ଭୁବନେଶ୍ୱର,୯।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଭିଷ୍ଟା ଇକ୍ୱିଟି ପାର୍ଟନର ୧୧,୩୬୭ କୋଟି ଟଙ୍କା ନିବେଶ କରିବ। ଏହି ନିବେଶ ଦ୍ୱାରା ଉକ୍ତ କମ୍ପାନୀ ୨.୩୨%...

ବେକାରି ୩ ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୬-୯: ଜିଡିପି ସମେତ ଅନ୍ୟ ଆର୍ଥିକ ତଥ୍ୟ କାରଣରୁ ବିରୋଧୀ ଦଳଗୁଡ଼ିକ ସମାଲୋଚନାର ଶିକାର ହେଉଥିବା ମୋଦି ସରକାରଙ୍କୁ ଆଉ ଏକ ଅଡୁଆ ପରିସ୍ଥିତିର ସାମ୍ନା...

ଜୁନ ୧୩ରେ ଜଲାନ କମିଟିର ବୈଠକ

ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିକଟରେ କେତେ ବଳକା ଅର୍ଥ ରହିବା ଉଚିତ୍‌ ସେ ସମ୍ପର୍କରେ ତର୍ଜମା ପାଇଁ ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ...

ଏଲ୍‌ଭିବିି ମୁଖ୍ୟ ପଦବୀ ଦୌଡରେ ୭୦ ବରିଷ୍ଠ ଅଧିକାରୀ

ମୁମ୍ବାଇ,୨୯-୧୦: ତାମିଲନାଡୁ ଭିତ୍ତିକ ଲକ୍ଷ୍ମୀ ବିଳାସ ବ୍ୟାଙ୍କ(ଏଲ୍‌ଭିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ପଦବୀ ଲାଗି ୭୦ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଦୌଡରେ...

ଘର ବିକ୍ରି ୯% କମିଲା

ନୂଆଦିଲ୍ଲୀ,୫-୧୧: ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ସମୟରେ ଦେଶ ମଧ୍ୟରେ ବାସଗୃହ ବିକ୍ରି ୯.୫% ହ୍ରାସ ଘଟିଛି। ଏହି ସମୟରେ ଦେଶର ୯ ପ୍ରମୁଖ ସହରରେ...

ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କ ସ୍ଥିତି ବିଗିଡିବା ଆଶଙ୍କା

ନୂଆଦିଲ୍ଲୀ,୯।୪: କରୋନା ଯୋଗୁ ଦେଶର ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୪୦ କୋଟି ଶ୍ରମିକଙ୍କ ସ୍ଥିତି ବିଗିଡିବାର ଆଶଙ୍କା କରାଯାଉଛି। ଜାତିସଂଘ ପକ୍ଷରୁ ଏକ...

ମାନ୍ଦାବସ୍ଥା ଝଟକା;ଜିଡିିପି ଅଭିବୃଦ୍ଧି ୪.୫%କୁ ଖସିଲା

  ନୂଆଦିଲ୍ଲୀ,୩୦-୧୧: ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୫%କୁ ଖସିଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୭.୧%...

ଜାରି ରହିବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୧୬ା୪: ଲକ୍‌ଡାଉନ ଅବଧି ଏବେ ମେ ୩ ତାରିଖକୁ ବୃଦ୍ଧି ହୋଇଥିବା ବେଳେ ପୂର୍ବଭଳି ବ୍ୟାଙ୍କ ଏବଂ ବୀମା ସେବା ଜାରି ରହିବ। ଲୋକଙ୍କ ଆର୍ଥତ୍କ...

Leave a comment

Your email address will not be published. Required fields are marked *