ପ୍ରୋତ୍ସାହନ ଲୋଡିଲା ସିଆଇଆଇ

ନୂଆଦିଲ୍ଲୀ,୨୧-୩: ଦେଶର ଶିଳ୍ପ ଜଗତ ଉପରେ ପଡିଥିବା କରୋନା ପ୍ରଭାବକୁ ନଜରରେ ରଖି କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ସରକାରଙ୍କଠରୁ ବିତ୍ତୀୟ ପ୍ୟାଜେକ ଲୋଡିଛି। ସରକାର ଶିଳ୍ପ ଜଗତ ଲାଗି ୨ ଲକ୍ଷ କୋଟି ଟଙ୍କାର ଏକ ବିତ୍ତିୟ ପ୍ୟାକେଜ ଆଣନ୍ତୁ ବୋଲି ସଂଘ ଦାବି ରଖିଛି। ଏହାବାଦ ଟିକସ ରିହାତି ଏବଂ ସୁଧ କ୍ଷେତ୍ରରେ ପଦକ୍ଷେପ ନେବା ନେଇ ସଂଘ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। କରୋନା ଯୋଗୁ ବାଣିଜ୍ୟ କାରବାର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜୀତ ବାନାର୍ଜୀ କହିଛନ୍ତି। ରିୟଲ ଇଷ୍ଟେଟ, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ ଏବଂ ଆଗ୍ରିଗେଟର ଏବେ କ୍ଷତିରେ ଚାଲିଛିି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ନେଇ ଚିଠି ଲେଖାଯାଇଛି।


All Right Reserved By Dharitri.Com

ବିମୁଦ୍ରୀକରଣ ଯୋଗୁ ଆସିଛି ମାନ୍ଦାବସ୍ଥା: ଆର୍‌ବିଆଇ

ନୂଆଦିଲ୍ଲୀ, ୮-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ବିମୁଦ୍ରୀକରଣ ଯୋଗୁ ଦେଶରେ ମାନ୍ଦାବସ୍ଥା ଆସିଛି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡିଛି। କେନ୍ଦ୍ର ସରକାରଙ୍କ...

ଆୟକର ରିଟର୍ନ ଦାଖଲ ଶେଷ ତାରିଖ ବଢ଼ିନି

ନୂଆଦିଲ୍ଲୀ,୩୧-୮: ଆୟକର ରିଟର୍ନ ଦାଖଲର ଶେଷ ତାରିଖ ବଢ଼ିନାହିଁ ବୋଲି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ଶୁକ୍ରବାର ସ୍ପଷ୍ଟ କରିଛି। ତେବେ ସୋସିଆଲ ମିଡିଆରେ...

ଅଟୋ ଶିଳ୍ପରେ ଶୀଘ୍ର ସୁଧାର ସମ୍ଭାବନା କମ୍‌

ନୂଆଦିଲ୍ଲୀ,୧୯-୯: ଦେଶର ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଏହି ଶିଳ୍ପରେ ଏତେ ଶିଘ୍ର ସ୍ଥିତାବସ୍ଥା ଆସିବାର ସମ୍ଭାବନା ନାହିଁ ବୋଲି...

ପରିବର୍ତ୍ତନ ହେବେ ଏସ୍‌ଏଲ୍‌ବିସି କନ୍‌ଭେନର

ମୁମ୍ବାଇ,୩୧। ୩: ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପରେ ରିଜର୍ଭ ବ୍ୟାଙ୍କ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି)ର କନ୍‌ଭେନରଙ୍କୁ ପରିବର୍ତ୍ତନ ନେଇ ସୋମବାର ପ୍ରସ୍ତାବ ଦେଇଛି। ସରକାର...

୨୦୧୯ ଅଟୋ ଶିଳ୍ପ ଲାଗି ୨ ଦଶନ୍ଧିରେ ସବୁଠାରୁ ଖରାପ

ନୂଆଦିଲ୍ଲୀ,୧୧-୧: ୨୦୧୯ ବର୍ଷ ଦେଶର ଅଟୋ ଉଦ୍ୟୋଗ ଲାଗି ସବୁଠାରୁ ଖରାପ ବର୍ଷ। ଏହି ସମୟରେ ମାନ୍ଦାବସ୍ଥାଯୋଗୁ ଅଟୋମୋବାଇଲ କମ୍ପାନୀଗୁଡିକ ଅଧିକ ହାରରେ କ୍ଷତି ସହିଥିବା...

ସୁବ୍ରମଣ୍ୟନ୍‌ଙ୍କ ଅଭିଯୋଗକୁ ଇଏସିଙ୍କ ଖଣ୍ଡନ

ନୂଆଦିଲ୍ଲୀ,୨୦।୬:  ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ଉପଦେଷ୍ଟା କମିଟି(ଇଏସି-ପିଏମ୍‌) ବୁଧବାର ପୂର୍ବତନ ମୁଖ୍ୟ ଆର୍ଥିକ ଉପଦେଷ୍ଟା(ସିଇଏ) ଅରବିନ୍ଦ ସୁବ୍ରମଣ୍ୟନ୍‌ଙ୍କ ଜିଡିପି ଡାଟାକୁ ନେଇ ଉଠାଇଥିବା ବିବାଦକୁ ଖଣ୍ଡନ କରିଛନ୍ତି।...

ଉତ୍ପାଦନରେ ଜେଏସ୍‌ପିଏଲ୍‌ର ରେକର୍ଡ

ଭୁବନେଶ୍ୱର,୬।୫: ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌(ଜେଏସ୍‌ପିଏଲ୍‌) ରେକର୍ଡ ହାସଲ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ...

ଭାରତକୁ ଲଣ୍ଡନ କୋର୍ଟଙ୍କ ପ୍ରଶ୍ନ;ନୀରବଙ୍କୁ କେଉଁ ଜେଲ୍‌ରେ ରଖିବ

ଲଣ୍ଡନ,୩୧-୫: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ରୁ ବାହାରିବା ଉଦ୍ୟମ ପୁନର୍ବାର ବେକାର ହୋଇଯାଇଛି। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ତାଙ୍କର ହାଜତ ମିଆଦକୁ ଜୁନ୍‌...

Leave a comment

Your email address will not be published. Required fields are marked *