କରୋନା ପାଇଁ ସ୍ଥଗିତ ରହିଲା ‘୮୩’ର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଓ ପତ୍ନୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ର ରିଲିଜ୍‌ ଡେଟ୍‌ ଏବେ ଘୋଷଣା କରାଯିବ ନାହିଁ ବୋଲି ଜଣାପଡିଛି। ଏହି ସୂଚନା ରଣବୀର ସିଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଦେଇଛନ୍ତି। ସେ କହିଛନ୍ତି ‘୮୩’ କେବଳ ତାଙ୍କର ଫିଲ୍ମ ନୁହେଁ ଏହା ଦେଶର ଫିଲ୍ମ। ତେଣୁ ଦେଶର ସ୍ବାସ୍ଥ୍ୟ ଓ ସୁବିଧାକୁ ଦୃଷ୍ଟିରେ ରଖି ଏହାକୁ ରିଲିଜ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଭାରତୀୟ କ୍ରିକେଟ ଦଳ ୧୯୮୩ରେ ଜିତିଥିବା ବିଶ୍ୱକପକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି। ସେତେବେଳେ କପିଲ ଦେବ କ୍ୟାପଟେନ ଥିବା ବେଳେ ରଣବୀର ସିଂ କପିଳ ଦେବଙ୍କ ଚରିତ୍ରରେ ଏହି ଫିଲ୍ମରେ ନଜର ଆସୁଛନ୍ତି। ଦୀପିକା କପିଳ ଦେବଙ୍କ ପତ୍ନୀ ରୋମିଙ୍କ ଭୂମିକାରେ ନଜର ଆସିବେ। ଏହାର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇସାରିଛି। ଏବେ କରୋନା ଭାଇରସର ପ୍ରଭାବକୁ ଦେଖି ପ୍ରାୟ ସମସ୍ତ ରାଜ୍ୟରେ ସିନେମା ହଲ୍‌ ବନ୍ଦ କରଯାଇଥିବାରୁ ଏବେ କୌଣସି ଫିଲ୍ମ ରିଲିଜ୍‌ କରାଯାଉ ନାହିଁ। ମାର୍ଚ୍ଚ ୨୪ରେ ଏହି ଫିଲ୍ମ ରିଲିଜ୍‌ କରିବାକୁ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହାକୁ ସ୍ଥଗିତ ରଖାଯାଇଛି। କେବେ ରିଲିଜ୍‌ ହେବ ସେ ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।


All Right Reserved By Dharitri.Com

ଟ୍ରୋଲ ହେଉଛନ୍ତି ରଶ୍ମି

ବମ୍ବେ: ବିଗ୍‌ବସରେ ପ୍ରତିଯୋଗୀ ସିଦ୍ଦାର୍ଥ ଶୁକ୍ଳାଙ୍କ ମା’ଙ୍କ ଉପରେ ଟିପ୍ପଣୀ ଦେଇ ଟ୍ରୋଲ ହେଉଛନ୍ତି ରଶ୍ମି ଦେଶାଇ। କଲର୍ସ ଚ୍ୟାନେଲର ସୋସିଆଲ ପେଜ୍‌ରେ ଶେୟାର କରାଯାଇଥିବା...

ଫିଟ୍‌ନେସ୍‌ ଅନ୍ତରାଳେ..

‘ଭୈରବ’ ଚଳଚ୍ଚିତ୍ରରୁ ଓଡ଼ିଆ ସିନେମା କ୍ୟାରିୟର ଆରମ୍ଭ କରିଥିଲେ ଆହାନା। ତା’ପରେ ‘ବ୍ଲାକ୍‌ମେଲ୍‌’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ନିଜକୁ ଫିଟ୍‌ ରଖିବା ପଛରେ...

ଯୁବକଙ୍କଠାରୁ ସେଫ୍ଟିିପିନ୍‌ ଫୋଡ଼ା ଖାଇଥିଲି

ଗୀତିକାର ନିର୍ମଳ ନାୟକ । ଓଡ଼ିଆ ସିନେଜଗତରେ ତାଙ୍କୁ ସମସ୍ତେ ଡାକନ୍ତି ‘ମାମୁ’ । କଲମ ମୁନରେ ସଜେଇଛନ୍ତି ଅନେକ ସୁପରହିଟ୍‌ ଗୀତ। ୭ ହଜାରରୁ...

ମଲାଇକାଙ୍କ ଭଳି ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ସୋନାକ୍ଷୀ

ବମ୍ବେ: ଆଇଟମ୍‌ ଗର୍ଲ ତଥା ଅଭିନେତ୍ରୀ ମଲାଇକା ଅରୋରାଙ୍କ ଭଳି ପୋଷାକ ପିନ୍ଧିବାକୁ ନେଇ ଟ୍ରୋଲ ହୋଇଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ନିଜର ସୋସିଆଲ...

ନିତ୍ୟାଙ୍କ କରୋନା ସଚେତନତା ବାର୍ତ୍ତା: ମନ ଜିଣୁଛି କୁନି ଅଭିନେତ୍ରୀଙ୍କ ପରାମର୍ଶ

ବମ୍ବେ: ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବା ଆଜିକାଲି ସମୟରେ ବଡ଼ ଚ୍ୟାଲେଞ୍ଜ। ଏହାକୁ ନେଇ ଲୋକଙ୍କୁ କରାଯାଉଛି ସଚେତନ। ହେଲେ ସୋସିଆଲ...

ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କଲେ ବିକି କୌଶଲ

ଅଭିନେତା ବିକି କୌଶଲ ଭାରତୀୟ ଯବାନଙ୍କ ପାଇଁ ରୁଟି ପ୍ରସ୍ତୁତ କରିଛନ୍ତି। ଭାରତ-ଚାଇନା ବର୍ଡରରେ ଗସ୍ତ କରି ସୋସିଆଲ ମିଡିଆରେ ଫଟୋ ଶେୟାର୍‌ କରିଛନ୍ତି ବିକି।...

‘ଲାଲ୍‌ କପ୍ତାନ’ରେ ସମ୍ମୁଖକୁ ଆସିଲା ସୋନାକ୍ଷୀଙ୍କ ପ୍ରଥମ ଲୁକ୍‌

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ଲାଲ କପ୍ତାନ’ରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରଥମ ଲୁକ୍‌ ସମ୍ମୁଖକୁ ଆସିଯାଇଛି। ପୋଷ୍ଟରରେ ତାଙ୍କୁ ଜଣେ ତୁର୍କି ମହିଳା ଚରିତ୍ରରେ...

ଫ୍ୟାନ୍‌ଙ୍କୁ ସେଲ୍‌ଫି ପାଇଁ ସୁଯୋଗ ଦେଲେ କ୍ୟାଟ୍ରିନା

ନୂଆଦିଲ୍ଲୀ: ସ୍ଥାନୀୟ ବିମାନ ବନ୍ଦରରେ ଫ୍ୟାନ୍‌ମାନେ କ୍ୟାଟ୍ରିନାଙ୍କ ସହ ସେଲ୍‌ଫି ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସମୟରେ କ୍ୟାଟ୍ରିନା ବରଂ ବିରକ୍ତ...

Leave a comment

Your email address will not be published. Required fields are marked *