Posted inଜାତୀୟ

ମୌସୁମୀ ବର୍ଷାରେ ବେହାଲ ମହାରାଷ୍ଟ୍ର

ମୁମ୍ବାଇ,୯।୬: ଚଳିତ ବର୍ଷ ପ୍ରଥମ କରି ଶନିବାର କେରଳ ଛୁଇଁଲା ମୌସୁମୀ। ଏହାର ପ୍ରଭାବରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ବହିଥିଲା। ଏହି ବର୍ଷା ପ୍ରଭାବରେ ନାସିକ ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଅନ୍ୟ୍ୟ ୩ ଆହତ ହୋଇଥିବା ଜଣାପଡିଛି। ମହିଳା ଜଣକ ଟିଣ ଛପର ଘରେ ରହୁଥିବା ବେଳେ ପବନ ଯୋଗୁ ଶନିବାର ସନ୍ଧ୍ୟାରେ ତାଙ୍କ ଘରର ଛପର ଉଡୁଯାଇଥିଲା ଓ ଘରଟି ଭୁଷୁଡି ପଡିଥିଲା। ଫଳରେ ମହିଳା ଜଣକ କାନ୍ଥ ତଳେ ପୋତି ହୋଇ ଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ତାଙ୍କ ପରିବାରର ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଛନ୍ତି। ଅନ୍ୟପଟେ ଏହି ବର୍ଷା ଓ ପବନ ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ବିଜୁଳି ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।


All Right Reserved By Dharitri.Com

ଡାକ୍ତରଙ୍କୁ ମାଡ଼ ଘଟଣାରେ ଦିଲ୍ଲୀର ୫ହସ୍ପିଟାଲରେ ଧର୍ମଘଟ

ନୂଆଦିଲ୍ଲୀ,୮।୭: ଦିଲ୍ଲୀର ମୌଲାନା ଆଜାଦ୍‌ ମେଡିକାଲ କଲେଜରେ ରବିବାର ଡାକ୍ତରଙ୍କ ସହ ହୋଇଥିବା ମାଡ଼ପିଟ୍‌ ଘଟଣାକୁ ବିରୋଧ କରି ଡାକ୍ତର ସଂଘ ଧର୍ମଘଟ ଡାକରା ଦେଇଛି।...

ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ,୨୦।୪: ନିଜ ବୟାନକୁ ନେଇ ସବୁବେଳେ ବିବାଦରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବେ ପୁଣି ଥରେ ବିବାଦରେ ଫଶିଯାଇଛନ୍ତି। ଚଳିତ ଥର...

ଶହେ ଟଙ୍କା ପାଇଁ ୭୭ହଜାର ଟଙ୍କା ହରେଇଲେ ଇଞ୍ଜିନିୟର

ପାଟନା,୨୩।୯: ଲଗାତାର କିଛି ଦିନରୁ ଲୋକମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇ ଠକେଇର ଶିକାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଜଣେ ଇଞ୍ଜିନିୟର ମଧ୍ୟ...

୨୦୨୩ ଏପ୍ରିଲ୍‌ ସୁଦ୍ଧା ଭାରତକୁ ଆସିବ ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ

ନୂଆଦିଲ୍ଲୀ,୧୭।୭: ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ସୁଦୃଢ଼ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଜାରି ରହିଛି। ଏହି ମର୍ମରେ ଏସ୍‌-୪୦୦ ପ୍ରତିରକ୍ଷା ପ୍ରଣାଳୀ ୨୦୨୩ ଏପ୍ରିଲ୍‌...

କମିଲା ସୁନା ଦର

ନୂଆଦିଲ୍ଲୀ,୧।୧୦: ସୁନା ଓ ରୂପା ଦର ଗତ କିଛି ମାସ ତଳେ ବୃଦ୍ଧି ପାଇବାରେ ଲାଗିଥିଲା। ସୁନା ୧୦ ଗ୍ରାମକୁ ୪୦ହଜାର ଟଙ୍କା ପାର କରିଥିଲା।...

ଛାତ୍ରୀଛାତ୍ରଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୨୩।୬: ଆସନ୍ତା ବର୍ଷଠାରୁ ସିବିଏସ୍‌ସି ପିଲାଙ୍କଠାରୁ ଯେଉଁ ସ୍କୁଲ ଫି ନେଉଛି ତାକୁ ସରକାର ବହନ କରିବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।...

ଯମରାଜଙ୍କୁ ନୋଟିସ୍‌ ପଠାଇବାକୁ ହାଇକୋର୍ଟରେ ଆବେଦନ

କୋଲକାତା,୫।୧୦: ପଶ୍ଚିମବଙ୍ଗ କୋଲକତା ହାଇକୋର୍ଟରେ ଯମରାଜାକୁ ନୋଟିସ୍‌ ପଠାଇବାକୁ ଏକ ଆବେଦନ କରାଯାଇଛି। ଦୁଇଜଣ ଦୋଷୀଙ୍କ ପରିବାର ପକ୍ଷରୁ ଏନେଇ ହାଇକୋର୍ଟରେ ଆବେଦନ କରାଯାଇଛି। ଦୋଷୀମାନେ...

କଂଗ୍ରେସ ମୁଖ୍ୟାଳୟରୁ ରାହୁଲଙ୍କ ପୋଷ୍ଟର ଉଭାନ

ନୂଆଦିଲ୍ଲୀ,୧୪।୮: ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ହଠାତ୍‌ ହଟାଇ ଦିଆଯାଇଛି। ସେହି ସ୍ଥାନରେ ଏବେ ନବ ନିର୍ବାଚିତ କଂଗ୍ରେସ...

Leave a comment

Your email address will not be published. Required fields are marked *