Posted inଜାତୀୟ

ପଶ୍ଚିମବଙ୍ଗରେ ଭାଜପାର ମିଶନ-୨୫୦

କୋଲକତା,୯।୬: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ହୋଇଛି। ଦଳ ପଶ୍ଚିମବଙ୍ଗର ୪୨ ଲୋକ ସଭା ଆସନ ମଧ୍ୟରୁ ୧୮ରେ ବିଜୟୀ ହୋଇଥିବାବେଳେ ତୃଣମୂଳ ଖାତାକୁ ୨୨ ଆସନ ଯାଇଛି। ଆସନ୍ତା ୨୦୨୧ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଠାରେ ଭାଜପା ସରକାର ଗଠନ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା କୁହାଯାଉଛି। ଭାଜପା ଏଠାରେ ୨୯୪ ବିଧାନସଭା ଆସନ ମଧ୍ୟରେ ୨୫୦ ହାତେଇବା ଲାଗି ଉଦ୍ୟମ କରୁଛି। ସେଥିପାଇଁ ଦଳ ପକ୍ଷରୁ ମିଶନ-୨୫୦ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟରେ ତୃଣମୂଳକୁ ପରାଜିତ କରିବା ପାଇଁ ଭାଜପା ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିବା କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସର ସଫଳତା ଧାରା ବଜାୟୀ ରଖିବା ପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ ଜାରି ରଖିଛନ୍ତି। ଏଠାରେ ବିଧାନସଭା ନିର୍ବାଚନ ଆଉ ପ୍ରାୟ ଦୁଇବର୍ଷ ପରେ ହେବ। ତେବେ ଧୀରେ ଧୀରେ ଏଠାକାର ରାଜନୈତିକ ସ୍ଥିତି ବେଶ୍‌ ସକ୍ରିୟ ହେଉଥିବା କୁହାଯାଉଛି। ରାଜ୍ୟରେ ଭାଜପା-ତୃଣମୂଳ ମଧ୍ୟରେ ହିଂସାକାଣ୍ଡ ଲାଗି ରହିଛି। ଏଥିପାଇଁ ଭାଜପାକୁ ଦାୟୀ କରିଛି ତୃଣମୂଳ।


All Right Reserved By Dharitri.Com

କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ: ୟୁପି ସରକାରକୁ ଦୋଷଦେଲେ ପ୍ରିୟଙ୍କା

ରାଏ ବରେଲି,୧୬ା୫ : ୟୁପିର ରାଏବରେଲି ବିଧାୟକ ଅଦିତି ସିଂଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜ୍ୟ...

୨ ବର୍ଷରେ ଜଙ୍ଗଲ ବଢ଼ିଛି ୫ ହଜାର ୧୮୮ ବର୍ଗ କିମି

ନୂଆଦିଲ୍ଲୀ,୩୦।୧୨: ଗତ ୨ ବର୍ଷ ମଧ୍ୟରେ ଦେଶର ଜଙ୍ଗଲ ୫ ହଜାର ୧୮୮କିମି ବଢ଼ିଛି। ସୋମବାର ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ୍‌ ରିପୋର୍ଟ-୨୦୧୯ ପ୍ରକାଶିତ କରି...

ବାଲାକୋଟ୍‌ ଷ୍ଟ୍ରାଇକ୍‌ ପରେ ଭାରତ ସୀମାରେ ପ୍ରବେଶ କରିନି ପାକିସ୍ତାନ ବିମାନ: ଧନୋଓ୍ବା

ନୂଆଦିଲ୍ଲୀ, ୨୪।୬: ବାଲାକୋଟ ଷ୍ଟ୍ରାଇକ୍‌ ପରେ ଫେବୃୟାରୀ ୨୭ରେ ଭାରତୀୟ ସୀମାରେ ପାକିସ୍ତାନ ଯୁଦ୍ଧ ବିମାନ ପ୍ରବେଶ କରି ନ ଥିଲା ବୋଲି ଏୟାର ଚିଫ୍‌...

ଏଏନ୍‌-୩୨ ବିମାନର ଭଗ୍ନାବଶେଷ ମିଳିବା ପରେ ଏବେ ୧୩ ନିଖୋଜ ବ୍ୟକ୍ତିଙ୍କ ସର୍ଚ୍ଚ ଅପରେଶନ ଆରମ୍ଭ

ଇଟାନଗର,୧୨।୬: ଜୁନ ୩ରେ ନିଖୋଜ ହୋଇଥିବା ବାୟୁସେନା ବିମାନ ଏଏନ-୩୨ର କିଛି ଭଗ୍ନାଂଶକୁ ଏମ୍‌ଆଇ-୧୭ ହେଲିକେପ୍ଟର ମଙ୍ଗଳବାର ଠାବ କରିବା ପରେ ବାୟୁସେନା ପକ୍ଷରୁ ଏବେ...

ଓବାମାଙ୍କ ଫେଭରାଇଟ୍‌ ମ୍ୟୁଜିକ୍‌ ତାଲିକାରେ ପ୍ରତୀକଙ୍କ ଆଲ୍‌ବମ୍‌

ନୂଆଦିଲ୍ଲୀ: ସଙ୍ଗୀତ ବିନା ଜୀବନ ରଙ୍ଗହୀନ। ଏହାର ଯାଦୁରେ ସମସ୍ତେ ମତୁଆଲା। ମନରେ ନୂଆ ଆନନ୍ଦ ଆଣିଦେଇଥାଏ ସଙ୍ଗୀତ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା...

ଦିଲ୍ଲୀରେ କୋଠା ଭୁଶୁଡ଼ି ୫ ମୃତ

ନୂଆଦିଲ୍ଲୀ,୨୬ା୧: ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଶନିବାର ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଛାତ୍ରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଛାତ୍ରମାନଙ୍କ ବୟସ ୧୦ରୁ...

କୋର୍ଟରେ ପଡ଼ିରହିଛି ସାଢ଼େ ୪୪ ଲକ୍ଷରୁ ଅଧିକ ମାମଲା: ବିଚାରପତିଙ୍କ ଅବସର ବୟସ ସୀମା ବଢ଼ାଇବାକୁ ମୋଦିଙ୍କୁ ଗୋଗୋଇଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୨।୬: ଦେଶର ବିଭିନ୍ନ କୋର୍ଟରେ ସାଢ଼େ ୪୪ ଲକ୍ଷରୁ ଅଧିକ ମାମଲାର ବିଚାର ନ ହୋଇ ପଡ଼ିରହିଛି। ତେବେ ଏହାର ସମାଧାନ ପାଇଁ ସୁପ୍ରିମ୍‌କୋର୍ଟ...

ହରିୟାଣା ନିର୍ବାଚନ: କରନାଲରେ ପ୍ରାର୍ଥିପତ୍ର ଦାଖଲ କଲେ ଖଟ୍ଟର

ଚଣ୍ଡିଗଡ଼,୧।୧୦: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରନାଲ ବିଧାନସଭା ଆସନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେକ୍ଟର-୧୨ ସ୍ଥିତ...

Leave a comment

Your email address will not be published. Required fields are marked *